ଏମିତି ମନ୍ଦିର ଯେଉଁଠି ସବୁବେଳେ ଜଳୁଥାଏ ଜ୍ୟୋତି, ପ୍ରତି ବର୍ଷ ରାଷ୍ଟ୍ରପତି ଭବନରୁ ଏଠାକୁ ଆସିଥାଏ ଲୁଣ

ଦେବ ଭୂମି ଉତ୍ତରାଖଣ୍ଡରେ ସବୁଠି ଭଗବାନଙ୍କ ମହିମା ଦେଖିବାକୁ ମିଳିଥାଏ । ଯେଉଁଠି ସର୍ବତ୍ର ଭଗବାନଙ୍କ ଚମତ୍କାର ଦେଖିବାକୁ ମିଳିଥାଏ । ଏଠାରେ ଏମିତି କିଛି ମନ୍ଦିର ରହିଛି ଯାହାର ଚମତ୍କାରୀତା ବିଷୟରେ ଜାଣିବାକୁ ଚେଷ୍ଟା କରି ମଧ୍ୟ ବିଜ୍ଞାନ ଫେଲ୍‌ ମାରିଛି ।ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ଠାରୁ ୧୯୦ କି.ମି ଦୂରରେ ଏମିତି ଏକ ମନ୍ଦିର ରହିଛି । ଯାହାର ରହସ୍ୟ ବିଷୟରେ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

ଏହି ମନ୍ଦିରର ସବୁଠୁ ରହସ୍ୟଜନକ ତଥ୍ୟ ଯେ ପ୍ରତିବର୍ଷ ରାଷ୍ଟ୍ରପତି ଭବନରୁ ଏହି ମନ୍ଦିରକୁ ଲୁଣ ଭେଟ ଦିଆଯାଇଥାଏ । ମିଶ୍ର ସ୍ଥାପତ୍ୟ କଳାରେ ନିର୍ମିତ ଏହି ମନ୍ଦିର ଉତ୍ତରାଖଣ୍ଡ ଲୋକ ପରମ୍ପରାର ଏକ ବଳିଷ୍ଠ ନିଦର୍ଶନ । ଏହି ମନ୍ଦିରରେ ମହାସୂ ଦେବତା ବିରାଜମାନ କରିଛନ୍ତି । ଏଠାକୁ ଦର୍ଶନ କରିବା ପାଇଁ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି ।

mahasu temple
photo credit:uttarakhandtemples.in

ଅନ୍ୟ ଏକ ଆଶ୍ଚର୍ଯ୍ୟ କଥା ହେଉଛି ଯେ ମନ୍ଦିର ନିକଟରେ ବହୁ ଛୋଟ ଛୋଟ ପଥର ରହିଛି ଯାହାକୁ ଉଠାଇବା କାହା ପକ୍ଷେ ଏତେ ସହଜ ନୁହେଁ । ଏପରି କୁହାଯାଇଛି ଯେଉଁ ବ୍ୟକ୍ତି ଶ୍ରଦ୍ଧାର ସହ ମହାସୂଙ୍କ ପୂଜା କରୁଥିବା ତାଙ୍କ ପକ୍ଷେ ଏହି ପଥର ଉଠାଇବା କଠିନ ନୁହେଁ ।

ଆଉ ଏକ ଆଶ୍ଚର୍ଯ୍ୟ କଥା ହେଉଛି, ମନ୍ଦିରର ଗର୍ଭ ଗୃହକୁ ଭକ୍ତଙ୍କୁ ଯିବା ମନା । କେବଳ ମନ୍ଦିରର ପୂଜାରୀ ହିଁ ମନ୍ଦିରରେ ପ୍ରବେଶ କରିବାର ଅନୁମତି ଥାଏ । ଏହି ମନ୍ଦିରରେ ସର୍ବଦା ଏକ ଜ୍ୟୋତି ଜଳୁଥାଏ ଯାହା କି ଦଶନ୍ଧି ଧରି ଜଳିଆସୁଛି । ଏହାଛଡ଼ା ମନ୍ଦିରର ଗର୍ଭ ଗୃହ ମଧ୍ୟରେ ପାଣିର ଏକ ଧାରା ମଧ୍ୟ ବାହାରିଥାଏ । ତେବେ ଏହି ଧାରା କେଉଁଠୁ ବାହାରିଛି ଓ କେଉଁଠିକୁ ଯାଇଛି ତାହା ଆଜି ଯାଏ କେହି ଜାଣି ପାରିନାହାଁନ୍ତି ।

mahasu temple
photo credit: pahadi tours

ବାସ୍ତବରେ ମହାସୂ ଦେବତା ଏକ ନୁହଁନ୍ତି, ୪ ଦେବତାଙ୍କ ସାମୁହିକ ନାମ । ସ୍ଥାନୀୟ ଭାଷାରେ ମହାସୂ ଶବ୍ଦର ଅର୍ଥ ‘ମହାଶିବ’ । ଅପଭ୍ରଂଶ ହୋଇ ଏହା ‘ ମହାସୂ’ ରେ ପହଞ୍ଚିଛି । ହିମାଚଳ ପର୍ଯ୍ୟନ୍ତ ଭକ୍ତ ଏଠାକୁ ପୂଜା କରବା ପାଇଁ ଆସିଥାନ୍ତି ।ଏହି ମନ୍ଦିର ୯ମ ଶତାବ୍ଦୀରେ ନିର୍ମିତ ହୋଇଛି । ଏହା ଏବେ ପୁରାତତ୍ତ୍ୱ ମନ୍ଦିର ସଂରକ୍ଷଣରେ ରହିଛି ।

ପାଣ୍ଡବମାନେ ମଧ୍ୟ ଏଠାକୁ ଆସିଥିଲେ

କିମ୍ବଦନ୍ତୀ ଅନୁଯାୟୀ, ମନ୍ଦିର ନିର୍ମିତ ହୋଇଥିବା ଏହି ଗାଁର ନାମ ହୁନା ଭଟ୍ଟ ବ୍ରାହ୍ମଣ ନାମରେ ରଖାଯାଇଥିଲା । ପୂର୍ବରୁ ଏହା ଚକରପୁର ଗାଁ ନାମରେ ପ୍ରସିଦ୍ଧ ଥିଲା । ପାଣ୍ଡବମାନେ ଲାଖ ଗୃହରୁ ବାହାରିବା ପରେ ଏହି ଗ୍ରାମକୁ ମଧ୍ୟ ଆସିଥିଲେ । ଏହା ଏଠାକାର ଏକ ବଡ ତୀର୍ଥ ନାମରେ କ୍ଷାତି ଅର୍ଜନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.