ଷ୍ଟେଜ ଉପରେ ବସିଥିବା ବର ହାତରେ ମକଚିଲା ଖଇନି, ଏଣେ ତେଣେ ଚାହିଁ ପକାଇ ଦେଲା ପାଟିରେ, ଖଇନିଖିଆ ବରର ଭିଡିଓ ଭାଇରଲ

ଖଇନି ବା ଗୁଟଖା ଅଭ୍ୟାସରେ ଥରେ ପଡ଼ିଗଲେ, ଏଥିରୁ ମୁକୁଳିବା ଏତେ ସହଜ ନୁହେଁ। ଏମିତି ଲୋକ ଯେ କୌଣସି ଜାଗାରେ ଖଇନି ବନାଇ ଖାଇବାରେ ଲାଗି ଯାଆନ୍ତି। ଏବେ ଏମିତି ହିଁ ଏକ ଭିଡ଼ିଓ ଚର୍ଚ୍ଚାର ବିଷୟ ହୋଇଛି। ଏଥିରେ ଖାସ କଥା ହେଉଛି, ଭିଡିଓରେ ଆଉ କେହି ନୁହେଁ, ବରଂ ଏକ ବର ଖଇନି ଦଳି ଖାଉଛି।

ଏହି ଭାଇରଲ ଭିଡ଼ିଓକୁ ଦେଖି ଲୋକେ ନିଜ ହସ ରୋକିପାରୁ ନାହାନ୍ତି। କେହି କେହି ଏହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି କି, ନିଜ ବିବାହ ଷ୍ଟେଜରେ ବସି ଏମିତି କେମିତି ଜଣେ କରିପାରିବ। ଭିଡ଼ିଓରେ ଦେଖାଯାଉଛି କି, ଏକ ବର ଷ୍ଟେଜ ଉପରେ ବସିଛି। ଏକଦମ ବର ବେଶରେ ସଜେଇ ହୋଇଛି। ପାଖରେ ତାଙ୍କ ସାଙ୍ଗ ମଧ୍ୟ ବସିଛନ୍ତି। ଏତିକି ବେଳେ ବର ହଠାତ ଏଣେ ତେଣେ ଚାହୁଁଛି ଓ ଏହାପରେ ଖଇନି ଖାଉଛି।

ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ tube.indian ନାମକ ଆକାଉଣ୍ଟ ସେୟାର କରିଛି। ଏହି ଭାଇରଲ ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୧୯ ହଜାର ୩ ଶହରୁ ଅଧିକ ଲାଇକ ମିଳିସାରିଲାଣି। ଲୋକେ କମେଣ୍ଟ କରି ଏହି ବରକୁ ଅଜବ ଧରଣର ଖଇନିଖିଆ ବୋଲି କହିଛନ୍ତି।

Leave A Reply

Your email address will not be published.