ନିଆରା ବିବାହ: ବର ସହିତ ବରଯାତ୍ରୀ ବି ଗଲେ ସାଇକେଲରେ

ସାଇକେଲରେ ବସିଛନ୍ତି ବର। ଆଉ ପାଖରେ ଥିବା ବରଯାତ୍ରୀମାନେ ଧରିଛନ୍ତି ଗୋଟେ ଗୋଟେ ସାଇକେଲ୍। ସାଇକେଲ୍ ରେ ବନ୍ଧାହୋଇଛି ଖଣ୍ଡେ ଖଣ୍ଡେ ପ୍ଳା କାର୍ଡ। ଯେଉଁଥିରେ ଲେଖାଅଛି ପରିବେଶ ସୁରକ୍ଷାକୁ ନେଇ ଅନେକ ସଚେତନତା ବାର୍ତା ।

କେନ୍ଦ୍ରାପଡା (କେନ୍ୟୁଜ୍):  ନିଆରା ଚିନ୍ତାଧାରା, ନିଆରା ବିବାହ। ଆଜିକାଲି ସମାଜରେ ସଭିଏଁ ନିଜ ନିଜର ବାହାଘର ଆଡମ୍ବର ସହକାରେ କରିବା ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ହେଲେ ଏମିତି ଏକ ବାହାଘର ଏବେ ସାମ୍ନାକୁ ଆସୁଛି ଯାହାକୁ ଦେଖି ଆପଣ ବି କହିବେ ଆଜିର ସମାଜରେ ଏମିତି ବି ଲୋକ ଅଛନ୍ତି ଯିଏ କେବଳ ନିଜ କଥା ନୁହେଁ ଏଇ ସମାଜର ମଙ୍ଗଳ କଥା ଚିନ୍ତା କରୁଛନ୍ତି। ଆଉ ଏଭଳି ପଦକ୍ଷପ ନେଉଛନ୍ତି ଯାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବ। ବାହାଘରରେ ବର ହେଉ କି କନିଆ ସଭିଏଁ ନିଜ ପେଷାକ, ମେକଅପ୍ , ଅଳଙ୍କାର, ବରଯାତ୍ରୀ ତଥା ଭୋଜି ଭାତ କଥା ଚିନ୍ତା କରିଥାନ୍ତି ହେଲେ ଏମିତି ଏକ ବାହାଘରର ଯେଉଁଠି ଏସବୁ କଥା ନୁହେଁ ବରଂ ପରିବେଶ, ପ୍ରଦୂଷଣ କଥାକୁ ବେଶି ଗୁରୁତ୍ୱ ଦିଆଯାଇଛି। ଯାହାର ଭିଜୁଆଲ୍ ଏବେ ଭାଇରାଲ୍ ହେଉ

ସାଇକେଲରେ ବସିଛନ୍ତି ବର। ଆଉ ପାଖରେ ଥିବା ବରଯାତ୍ରୀମାନେ ଧରିଛନ୍ତି ଗୋଟେ ଗୋଟେ ସାଇକେଲ୍। ସାଇକେଲ୍ ରେ ବନ୍ଧାହୋଇଛି ଖଣ୍ଡେ ଖଣ୍ଡେ ପ୍ଳା କାର୍ଡ। ଯେଉଁଥିରେ ଲେଖାଅଛି ପରିବେଶ ସୁରକ୍ଷାକୁ ନେଇ ଅନେକ ସଚେତନତା ବାର୍ତା । ଯିଏ ଦେଖିବ ଭାବିବ ଏଠାରେ ପରିବେଶ ସଚେତନତା ରାଲି ହେବ ବୋଲି । କିନ୍ତୁ ନା ଏଠାରେ ଚାଲିଛି ବାହାଘର ପ୍ରସେଶନ୍। ଯେଉଁଠି ସାଇକେଲ ନେଇ ବାହା ହେବାକୁ ଯାଉଛନ୍ତି ବର ।

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୁସୁନପୁର ଗାଁ। ଯେଉଁଠିକୁ କନିଆ ନେବାକୁ ଆସିଛନ୍ତି କେନ୍ଦ୍ରାପଡା କନ୍ତିଆ ଗ୍ରାମର ରାଜେଶ ବାରିକ। ବୃତ୍ତିରେ ସେ ଜଣେ ଶିକ୍ଷକ । ତେବେ ସେ ନିଜ ବାହାଘରକୁ ନିଆରା କରିବା ପାଇଁ ଏଭଳି ଏକ ପଦକ୍ଷପ ଗ୍ରହଣ କରିଥିବା କହିଛନ୍ତି। ତେବେ ଏହି ବାହାଘରରେ ଡିଜେ ବଦଳରେ ବାଜୁଥିଲା ପାରମ୍ପରିକ ବାଦ୍ୟ, ଗାଡି ବଦଳରେ ଥିଲା ସାଇକେଲ ଓ ପାଲିଙ୍କି ଏବଂ ବାଣ ବଦଳରେ ବଣ୍ଟାଚାଲିଥିଲା ବିଭିନ୍ନ ରକମର ଗଛ।

ଏଭଳି ଏକ ବାହାଘର ଯାହା ଏବେ ସମସ୍ତଙ୍କ ମନ କିଣିଛି । ବରର ଏଭଳି ପଦକ୍ଷପ ପାଇଁ ତାଙ୍କୁ ଏବେ ସଭିଏଁ ପ୍ରଶଂସା କରୁଛନ୍ତି। ଥରେ ଭାବିଲେ ଯଦି ଏଭଳି ଚିନ୍ତାଧାରା ଆମ ସମସ୍ତଙ୍କ ଭିତରେ ଜାଗ୍ରତ ହୁ୍ଅନ୍ତା ତେବେ ସମାଜର କେତେ ମଙ୍ଗଳ ହୋଇପାରନ୍ତା।