ସ୍ପେଶାଲ

ପୁଅ ବାହାଘରରେ ଡ୍ୟାନ୍ସ କରି ଧମାଲ୍ କଲେ ବାପା, ଭିଡିଓ ଦେଖିଲେ ହୃଦୟକୁ ଛୁଇଁବ

ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ, ଯାହାକୁ ଦେଖି କେତେବେଳେ ହସିଥିବେ ତ କେତେବେଳେ ରାଗିଥିବେ। ହେଲେ ଆଜି  ଯେଉଁ ଭାଇରାଲ୍ ଭିଡିଓ ଦେଖିବାକୁ ମିଳିଛି, ତାହା ହୃଦୟକୁ ନିଶ୍ଚିତ ଭାବରେ ଖୁସି ଦେବ। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଏକ ବିବାହ ଘରରେ ବତମିଜ୍ ଦିଲ୍ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।

କୁହାଯାଉଛି ଯେ ଏହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି ବରର ପିତା। ନିଜ ପୁଅର ବାହାଘରରେ ସେ ଖୁସିରେ ଏଭଳି ଡ୍ଯାନ୍ସ କରୁଛନ୍ତି । ତେବେ ଏହି ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ବହୁତ ଲାଇକ୍ ପାଇବାରେ ଲାଗିଛି। ୟୁଜର୍ସ ମାନେ ବରର ପିତାଙ୍କ ବତମିଜ୍ ଦିଲ୍ ଗୀତରେ ନାଚକୁ ବହୁତ ପସନ୍ଦ କରୁଛନ୍ତି। ବରର ପିତାଙ୍କ ଏହି ଭାଇରାଲ ଭିଡିଓ ଉପରେ ୟୁଜର୍ସ ମାନେ ମଜାଳିଆ ପ୍ରତିକ୍ରିୟା ମଧ୍ଯ ଦେଇଛନ୍ତି।

ବରର ପିତାଙ୍କ ଏହି ଡ୍ଯାନ୍ସ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯାହା ଏବେ ଅଧିକ ରୁ ଅଧିକ ଭାଇରାଲ ହେବାରେ ଲାଗିଛି। ବରର ପିତାଙ୍କ ବୟସ ଅନୁଯାୟୀ ତାଙ୍କ ନାଚିବା ଶୈଳୀକୁ ଖୁବ୍ କରାଯାଇଛି । ଏହି ସମୟରେ, ତାଙ୍କୁ ଉତ୍ସାହିତ କରୁଥିବା କିଛି ଲୋକଙ୍କ ସ୍ୱର ମଧ୍ୟ ଭିଡିଓରେ ଶୁଣାଯାଉଛି। ଆସନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ ଇନଷ୍ଟାଗ୍ରାମରେ ଏହି ଭିଡିକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଏହି ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଉପଭୋକ୍ତା ପସନ୍ଦ କରିସାରିଛନ୍ତି। ଏହି ଭାଇରାଲ୍ ଡ୍ୟାନ୍ସ ଭିଡିଓ ଉପରେ ବହୁ ସଂଖ୍ୟକ ଲୋକ ମଧ୍ୟ କେମେଣ୍ଟ ଦେଇଛନ୍ତି।

ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଥିବା ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମୁଁ ଚାହୁଁଛି ଯେ ସମସ୍ତଙ୍କ ପିତା ଏହିପରି ଉପଭୋଗ କରନ୍ତୁ। ଏଥି ସହିତ, ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏନର୍ଜି ଲେବଲକୁ ମାନିବାକୁ ପଡିବ। ସେହି ସମୟରେ ବରର ପିତାଙ୍କ ଏହି ଡ୍ୟାନ୍ସ ଭିଡିଓ ଉପରେ ପ୍ରତିକ୍ରିୟା ରଖି ଅନ୍ୟ ଜଣେ ଲେଖିଥିଲେ ଯେ ହେ ଭଗବାନ! ମୁଁ ଏପର୍ଯ୍ୟନ୍ତ ଦେଖିଥିବା ସର୍ବୋତ୍ତମ ଡ୍ୟାନ୍ସ ମଧ୍ୟରୁ ଏହା ଅନ୍ୟତମ।

 

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

28 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

30 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

36 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

45 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

45 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago