ଐତିହ୍ୟ ସହର କଟକରେ ଦଶହରା ଉତ୍ସବର ରହିଛି ଇତିହାସ , ଜାଣନ୍ତୁ ଏଠାରେ କେଉଁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା

ଦୁଇବର୍ଷ ଜାକଜମକରେ କଟକ ଦଶହରା ପାଳନ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ବେଳେ ଏଥର ପୂଜା ଆୟୋଜନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ରାସ୍ତାରେ ଅସମ୍ଭାଳ ଭିଡ ସାଙ୍ଗକୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆକର୍ଷଣୀୟ ସାଜସଜ୍ଜା କଟକର ପରିବେଶକୁ ବଦଳାଇ ଦେଇଛି। ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା କଟକ ଦଶହରାର କିଛି ବିଶେଷ ତଥ୍ୟ:-

୧) ପ୍ରଥମ ମୃଣ୍ମୟୀ ପ୍ରତିମା:- ବାଲୁବଜାର(୧୫୦୯)
୨) ପ୍ରଥମ ଚାନ୍ଦି ମେଢ଼:- ତଊଧୁରୀ ବଜାର (୧୯୫୬)
୩) ସର୍ବମୋଟ ଚାନ୍ଦି ମେଢ଼ (ଏଯାବତ):- ୨୭
୪) ସର୍ବବୃହତ ଚାନ୍ଦି ମେଢ଼ (ଓଜନ):- ଚାଉଳିଆଗଞ୍ଜ (୫୦୦କି.)
୫) ସର୍ବବୃହତ ଚାନ୍ଦି ମେଢ଼ (ଉଚ୍ଚତା):- ଶଙ୍କରପୁର-ବାଦାମବାଡ଼ି
୬) ସୁନା ମୁକୁଟ ଲାଗିଥିବା ପୂଜା ମଣ୍ଡପ:- ୭
ଚଊଧୁରୀ ବଜାର
ଶେଖ୍ ବଜାର
ମଙ୍ଗଳାବାଗ୍
ରାଣୀହାଟ
ଚାଉଳିଆଗଞ୍ଜ
କାଠଗଡ଼ା ସାହି
ଖାନ୍ ନଗର

୭)ଚାନ୍ଦି ମେଢ଼ ଲାଗିଥିବା ମହାଦେବ ପୂଜା ମଣ୍ଡପ:- ୪
ଶଙ୍କରପୁର
ବାଦାମବାଡ଼ି
ନୟାସଡ଼କ
ତୁଳସୀପୁର
ଗଣେଶ ଘାଟ

୮) ବଡ଼ ଭଉଣୀ:- ବାଲୁବଜାର
୯) ସାନ ଭଉଣୀ:- ଚାନ୍ଦିନୀଚୌକ
୧୦)ଭଣ୍ଡାରି ଘର ଦୂର୍ଗା:- ସର୍ପାଦୂର୍ଗା, ମାଛୁଆ ବଜାର
୧୧) ରଜାଘର ଦୂର୍ଗା:- ଚାନ୍ଦିନୀଚୌକ
୧୨) ଦଶହରାରେ ଶ୍ରୀ ଚୈତନ୍ୟ ଦେବଙ୍କ ପୂଜା:- ଝାଞ୍ଜିରୀମଙ୍ଗଳା
୧୩) ଦଶହରାରେ ଶ୍ରୀକୃଷ୍ଣ ପୂଜା ପାଉଥିବା ଏକମାତ୍ର ପୂଜା ମଣ୍ଡପ ଓ ଚାନ୍ଦି ମେଢ଼:- ପିଠାପୁର, କାଳୀୟଦଳନ
୧୪) ମାଁ ଦୂର୍ଗାଙ୍କ ସହ ଶ୍ରୀରାମଚନ୍ଦ୍ର ପୂଜା ପାଉଥିବା ପୂଜା ମଣ୍ଡପ:- ଦେଉଳ ସାହି
୧୫)ଚାନ୍ଦି ତାରକସି ବଦଳରେ ଚାନ୍ଦି ଖୋଦେଇ ରେ ପ୍ରସ୍ତୁତ ଏକମାତ୍ର ଚାନ୍ଦି ମେଢ଼:- ତୁଳସୀପୁର-ମହାଦେବ ପୂଜା କମିଟି
୧୬)କଟକ ସଦର ର ପ୍ରଥମ ମୃଣ୍ମୟୀ ଦୂର୍ଗା ପୂଜା:- ଆଦିପୀଠ, ବିଦ୍ୟାଧରପୁର
୧୭)ବିଶ୍ୱ ସ୍ତରରେ ପୁରସ୍କୃତ ହୋଇଥିବା ଚାନ୍ଦି ମେଢ଼:- ଅଲିଶା ବଜାର (ବିଶ୍ୱ ବାଣିଜ୍ୟ ମେଳା, ନୂଆ ଦିଲ୍ଲୀ)୨୦୦୦ ମସିହା
୧୮) ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିବା ପ୍ରଥମ ଚାନ୍ଦି ମେଢ଼:- ଶେଖ୍ ବଜାର

Leave A Reply

Your email address will not be published.