ଭୂତ ପ୍ରକୃତରେ ଅଛି କି ନାହିଁ ତାହା ବ୍ୟକ୍ତିଗତ ବିଶ୍ୱାସ ଉପରେ ନିର୍ଭର କରେ । କିଛି ଲୋକ ବିଶ୍ୱାସ କରନ୍ତି ଭୂତ ରହିଛି ତ ଅନ୍ୟ କିଛି ଲୋକ ଏହି ସବୁ କଥାରେ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ କିଛି ସ୍ଥାନଗୁଡିକୁ ଯିବା ପରେ ଅନେକ ଲୋକ ଦାବି କରନ୍ତି ଯେ ସେମାନଙ୍କ ଆଖ ପାଖରେ ଭୂତ ଭଳି କିଛି ଥିବାର ଅନୁଭବ ହୋଇଥାଏ । ଏହିପରି ଗୋଟିଏ ଘର ଆମେରିକାରେ ମଧ୍ୟ ଅଛି (ମୋଷ୍ଟ ହଣ୍ଟେଡ୍ ହାଉସ୍ ଅଫ୍ USA) । ଏହି ଘରଟି ଆମେରିକାର ସବୁଠାରୁ ଭୟାନକ ଘର ବୋଲି ବିବେଚନା କରାଯାଏ । କାରଣ ଲୋକମାନେ ଦାବି କରନ୍ତି ଯେ ଏହି ଘରୁ ଜଣେ ମହିଳାଙ୍କ କାନ୍ଦିବାର ଶବ୍ଦ ଆସିଥାଏ ।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ଘରଟି ଖାଲି ପଡ଼ିଛି, ସେଠାରେ କେହି ରୁହନ୍ତି ନାହିଁ । ଏକ ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, କାଲିଫର୍ନିଆର ସେନ ଡିଆଗୋରେ ହ୍ୱେଲି ହାଉସ୍ ନାମକ ଏକ ଘର ଅଛି । ଏହି ଘର ୧୮୫୭ ମସିହାରେ ନିର୍ମିତ ହୋଇଥିଲା । ଏହି ଘରେ ଜୀବନ ହାରିବା ଭଳି ଅନେକ ସନ୍ଦେହଜନକ ମୃତ୍ୟୁ ଘଟିଛି । ଘର ନିର୍ମାଣ ହେବାର ଚାରି ବର୍ଷ ପୂର୍ବରୁ ଜିମ ରବିନ୍ସନ୍ ନାମକ ଜଣେ ଚୋର ଏକ ଡଙ୍ଗା ଚୋରି କରି ଏହି ସ୍ଥାନରେ ମୃତ୍ୟୁଦଣ୍ଡ ପାଇଥିଲେ । ଯେଉଁଠାରେ ଘର ନିର୍ମାଣ କରାଯାଇଥିଲା ତାହା ପୂର୍ବରୁ ଏହା ଫାସୀ ପାଇଁ ନିର୍ମିତ ସ୍ଥାନ ଥିଲା ।
କିନ୍ତୁ ଥୋମାସ୍ ହ୍ୱେଲି ସେଠାରେ ତାଙ୍କ ଘର ନିର୍ମାଣ କରିଥିଲେ । କିନ୍ତୁ ଏହି ଘରକୁ ଆସିବା ମାତ୍ରେ ସେମାନେ ରବିନସନ ନାମକ ଏକ ଭୂତର ସ୍ୱର ଶୁଣିବାକୁ ଲାଗିଲେ । ଏହାପରେ ଧୀରେ ଧୀରେ ହ୍ୱେଲି ପରିବାରର ସଦସ୍ୟମାନେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କଲେ । ବର୍ତ୍ତମାନ ଲୋକମାନେ ବିଶ୍ୱାସ କରନ୍ତି ଯେ ଆଜି ବି ସେହି ପରିବାର ସଦସ୍ୟଙ୍କ ଆତ୍ମା ସେଠାରେ ବୁଲୁଛନ୍ତି । ଏବେ ସେଠାକାର ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ସେମାନେ ଘରେ ବୁଲୁଥିବା ବ୍ୟକ୍ତିଙ୍କ ଶବ୍ଦ ଶୁଣିଥିବା ବେଳେ କେତେକ ଲୋକ ଭୂତ ଦେଖିଥିବା ଏବଂ ଅନୁଭବ କରିଥିବାର ଦାବି କରିଛନ୍ତି ।
କିଛି ଲୋକ କହିଛନ୍ତି ଯେ ପରିବାରର ଦୁଇଜଣ ସଦସ୍ୟ ଥୋମାସ୍ ଏବଂ ଆନ୍ନା ହ୍ୱେଲିଙ୍କ ଭୂତ, ପରିବାରର ଗୃହପାଳିତ କୁକୁର ଏବଂ ଜଣେ ଯୁବତୀଙ୍କ ଆତ୍ମା ଏବେ ବି ଘରେ ଅଛି । ବେଳେବେଳେ ସେହି ଘରୁ ଅତର ଏବଂ ସିଗାରେଟର ଗନ୍ଧ ମଧ୍ୟ ଆସିଥାଏ । ପ୍ରଥମେ, ହ୍ୱାଲି ପରିବାରର ସାନପୁଅ ଥୋମାସ୍ ୧୮ ମାସ ବୟସରେ ଜ୍ୱରରେ ମୃତ୍ୟୁ ବରଣ କରିଥିଲେ । ଏହା ପରେ ଘର ଭିତରେ ଥିବା ଷ୍ଟୋର ରୁମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ ଥୋମାସ୍ ହ୍ୱେଲି ତାଙ୍କ ପରିବାରକୁ ସାନଫ୍ରାନ୍ସିସ୍କୋକୁ ନେଇଗଲେ । ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ଆଜି ବି ସେହି ଘରୁ ଏକ ଶିଶୁ ଏବଂ ଜଣେ ଯୁବତୀର ସ୍ୱର ଶୁଣିବାକୁ ମିଳେ ।