Categories: ସ୍ପେଶାଲ

ବିନା ଶକୁନିରେ କି ହୋଇଥାନ୍ତା ମହାଭାରତ !

ଜୀବନରେ ସାର୍ବଭୌମିକ ସତ୍ୟ ଏହା ଯେ ବ୍ୟକ୍ତିକୁ କେବେବି କାହାର ଅପମାନ କରିବା ଉଚିତ ନୁହେଁ। କାରଣ ଅପମାନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଶୋଧର ଭାବନା ରହିଥାଏ। କିଛି ଲୋକ ତ ଏମିତି ଅଛନ୍ତି ଯେଉଁମାନେ ଲମ୍ବା ସମୟ ଧରି ନିଜର ଅପମାନକୁ ଭୁଲି ପାରନ୍ତି ନାହିଁ ଏବଂ ଗୋଟିଏ ଦିନ ନିଜର ଅପମାନର ପ୍ରତିଶୋଧ ନେବାକୁ ଯାଇ ଲୋକଙ୍କୁ ବିନାଶ ଆଡକୁ ଟାଣି ନିଅନ୍ତି। ମହାଭାରତରେ ମଧ୍ୟ ଏମିତି କାହାଣୀ ମିଳିଛି। ଯେଉଁଥିରେ ଶକୁନି ନିଜର ଏବଂ ନିଜ ପରିବାରର ଅପମାନର ପ୍ରତିଶୋଧ ଏମିତି ଭାବରେ ନେଲେ ଯେ ଯାହା ଚିର ସ୍ମରଣୀୟ ହୋଇ ରହିଗଲା। ମହାଭାରତ ଯୁଦ୍ଧକୁ ହଜାରେ ବର୍ଷ ପୂରିଯିବା ସତ୍ତ୍ବ ମଧ୍ୟ ସଂସାରର ରକ୍ତରଞ୍ଜିତ ଯୁଦ୍ଧ ମଧ୍ୟରୁ ଏହା ଗୋଟିଏ ବୋଲି କୁହାଯାଏ। ଆସନ୍ତୁ ଜାଣିବା ମହାଭାରତରେ ବର୍ଣ୍ଣିତ ଏକ କାହାଣୀ।

ଶକୁନିଙ୍କ ସମେତ ଗାନ୍ଧାରୀଙ୍କର ଥିଲେ ୧୦୦ ଭାଇ

ମହାଭାରତରେ ଶକୁନିଙ୍କର ଭୂମିକା ବିଷୟରେ ତ ସମସ୍ତେ ଜାଣିଥିବେ। ଶକୁନି ଦୁର୍ଯ୍ୟଧନଙ୍କୁ ପାଣ୍ଡବଙ୍କ ବିରୂଦ୍ଧରେ ଏକ ଅସ୍ତ୍ର ଭଳି ପ୍ରୟୋଗ କରିଥିଲେ। ଏମିତି କରିବା ପଛରେ ଶକୁନିଙ୍କର ବର୍ଷ ପୁରୁଣା ପ୍ରତିଶୋଧ ଥିଲା। ବାସ୍ତବରେ କୁହାଯାଏ ଯେ ହସ୍ତିନାପୁର ରାଜବଂଶ ନିଜର ଶକ୍ତିର ବିସ୍ତାର କରିବା ପାଇଁ ଗାନ୍ଧାର (କନ୍ଧାର ଆଫଗାନିସ୍ଥାନ)ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ଭୀଷ୍ମ,ପାଣ୍ଡୁ ଏବଂ ଶାନ୍ତନୁ ଗାନ୍ଧାର ଉପରେ ବିଜୟ ଲାଭ କରି ଗାନ୍ଧାର ନରେଶଙ୍କୁ ହତ୍ୟା କରିଥିଲେ।

କୁହାଯାଏ ଯେ ହସ୍ତିନାପୁର ରାଜବଂଶ ସବୁ ସୀମାକୁ ପାର କରି ଶକୁନି ଏବଂ ତାଙ୍କର ୧୦୦ ଭାଇଙ୍କୁ ବନ୍ଦୀ କରିନେଇଥିଲେ। ରାଜବଂଶର ସିପାହୀମାନେ ଶକୁନି ଏବଂ ତାଙ୍କ ପରିବାରଙ୍କ ଉପରେ ବହୁତ ଅତ୍ୟାଚାର କରିଥିଲେ। ସବୁ ସଦସ୍ୟଙ୍କ ଖାଇବା ପାଇଁ ଦିନକୁ ମୁଠାଏ ଲେଖାଏଁ ଭାତ ଦେଉଥିଲେ। ଏହି ଭାତର ପରିମାଣ ଏତେ କମ୍ ଥିଲା ଯେ ସେଥିରେ କାହାରିବି ପେଟ ପୂରୁ ନଥିଲା। ସବୁ ଭାଇଙ୍କ ମନରେ ହସ୍ତିନାପୁର ରାଜବଂଶଙ୍କ ଉପରେ ପ୍ରତିଶୋଧର ଭାବନା ରହିଲା। ଏଥିପାଇଁ ସମସ୍ତେ ନିଜର ଖାଦ୍ୟର ଭାଗକୁ ଶକୁନିକୁ ଦେବା ପାଇଁ ନିର୍ଣ୍ଣୟ କଲେ। ଯେମିତି କୁଟିଳ ଶକୁନି ଜୀବିତ ରହି ଭବିଷ୍ଯତରେ ହସ୍ତିନାପୁର ରାଜବଂଶଙ୍କ ଉପରେ ପ୍ରତିଶୋଧ ନେଇ ପାରିବେ।

ଶକୁନି ପାଖରେ ଥିଲା ମାୟାବୀ ପଶା

ଶକୁନି ନିଜ ଭଉଣୀ ଗାନ୍ଧାରୀଙ୍କ ବିବାହ ପୂର୍ବରୁ ହିଁ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କ ପାଖରେ ନିଜର ପିତାଙ୍କର ହାଡରେ ନିର୍ମିତ ପଶା ଥିଲା, ଯାହା କେବଳ ଶକୁନିଙ୍କ ଅନୁସାରେ ଚାଲୁଥିଲା। ପାଣ୍ଡବ ମାନଙ୍କୁ ସେହି ପଶା କାରଣରୁ ପରାଜୟର ସମ୍ମୁଖୀନ ହୋଇ ବନବାସ ଯିବାକୁ ପଡିଥିଲା।

ଗାନ୍ଧାରୀଙ୍କ ବିବାହ ନେତ୍ରହୀନ ଧୃତରାଷ୍ଟ୍ରଙ୍କ  ସହିତ ହେବାରୁ କ୍ରୋଧିତ ଥିଲେ ଶକୁନି

ନିଜ ପ୍ରିୟ ଭଉଣୀ ଗାନ୍ଧାରୀଙ୍କର ବିବାହ ନେତ୍ରହୀନ ଧୃତରାଷ୍ଟ୍ରଙ୍କ ସହିତ କରାଯିବା କାରଣରୁ ମଧ୍ୟ ଶକୁନି ବହୁତ କ୍ରୋଧିତ ଥିଲେ। ବର୍ଷ ପୂର୍ବରୁ ତାଙ୍କ ମନରେ ଥିବା ପ୍ରତିଶୋଧର ଭାବନା ପୁଣି ଜାଗ୍ରତ ହୋଇଗଲା ଏବଂ ଆଗକୁ ଯାଇ ଶକୁନି ମହାଭାରତର ସବୁଠାରୁ ବଡ ଖଳନାୟକ ପ୍ରମାଣିତ ହେଲେ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 min ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

16 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

30 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

41 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

52 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago