ଘରେ କାହିଁକି ପୂଜା ପାଆନ୍ତି ବୃନ୍ଦାବତୀ, ଜାଣନ୍ତୁ ବୈଜ୍ଞାନିକ କାରଣ

ଭଞ୍ଜନଗର (କେନ୍ୟୁଜ): ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ। ଏଣୁ ପ୍ରତ୍ୟେକଙ୍କ ଘର ଆଗରେ ତୁଳସୀ ଗଛ ନିଶ୍ଚିତ ଭାବରେ ରହିଥାଏ । ତୁଳସୀ ମୂଳରେ ୩୩ କୋଟି ଦେବା ଦେବୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି । ଏଥିପାଇଁ ତୁଳସୀ ପ୍ରାୟ ସମସ୍ତ ପ୍ରକାର ପୂଜାପାଠ ଏବଂ ରୀତିନୀତିରେ ବ୍ୟବହୃତ ହୁଏ । ଓଡ଼ିଆ ଘରର ଝିଅ ବୋହୂ ପ୍ରତ୍ୟେକ ଦିନ ତୁଳସୀ ମୂଳରେ ପାଣି ଦେବା ସହିତ ସନ୍ଧ୍ୟା ସମୟରେ ଏଠାରେ ସନ୍ଧ୍ୟା ବତୀ ଦେଇ ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି । ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ଘରେ ତୁଳସୀ ଗଛର ମହତ୍ତ୍ୱ ବିଷୟରେ ତ’ ଆମେ ସମସ୍ତେ ଜାଣନ୍ତି କିନ୍ତୁ ଏହା ପଛରେ କେଉଁ ବୈଜ୍ଞାନିକ କାରଣ ରହିଛି ତାହା ବୋଧେ ଖୁବ କମ୍ ଲୋକ ଜାଣିଥିବେ ତେବେ ଆସନ୍ତୁ ଜାଣିବା ତୁଳସୀ ଗଛ ଲଗାଇବାର ବୈଜ୍ଞାନିକ କାରଣ ସମ୍ପର୍କରେ ଅବସର ପ୍ରାପ୍ତ କୃଷି ବିଶେଷଜ୍ଞ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଠାରୁ …

1212

ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦାସଙ୍କ କହିବା ଅନୁଯାୟୀ ତୁଳସୀ ଗଛ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଲାଣି ଲଣ୍ଡନ ଓ ସ୍ଵିଜରଲ୍ୟାଣ୍ଡ ବଗିଚାରେ ମଧ୍ୟ ଏହି ଗଛ ରହିଛି । ଏହାର ବାସ୍ନା ମଣିଷକୁ ସୁସ୍ଥ ସବଳ କରିବା ସହିତ ଦୀର୍ଘାୟୁ କରିଥାଏ । ଏଥିସହିତ ତୁଳସୀରେ ଏପରି ଅନେକ ଔଷଧୀୟ ଗୁଣ ରହିଛି ଯାହା ବହୁ ଦୂରା ରୋଗ୍ୟକୁ ଦୂର କରିଥାଏ । ଏଣୁ ତୁଳସୀ ଗଛ ପ୍ରତ୍ୟେକ ଦେଶରେ ଦେଖିବାକୁ ମିଳୁଛି। ତୁଳସୀରେ ଥିବା ଔଷଧୀୟ ଗୁଣ ଯୋଗୁଁ କ୍ୟାନସର ପରି ବଡ ରୋଗ ମଧ୍ୟ ଉପଶମ ହୋଇଥାଏ । ତୁଳସୀ ଓ ମହୁକୁ ମିଶାଇ ସେବନ କରିବା ଦ୍ୱାରା ଥଣ୍ଡା ଓ ସର୍ଦ୍ଦି ଭଲ ହୋଇଥାଏ । ତୁଳସୀ ଓ ବେଲ ପତ୍ରକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ସବୁଠାରୁ ବଡ଼ କଥା ହେଉଛି ଶବ ସଂସ୍କାର ବେଳେ ତୁଳସୀ , ଚନ୍ଦନ ସହିତ ଘିଅକୁ ମିଶାଇ ପୋଡିଲେ ଏଥିରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର ହୋଇଥାଏ ବୋଲି କୃଷି ବିଶେଷଜ୍ଞ କହିଛନ୍ତି ।

ଏଥିସହିତ ସେ କହିଛନ୍ତି ଯେ ସବୁ ଦିନ ୭ ରୁ ୧୫ ଟି ତୁଳସୀ ପତ୍ର ଛୋଟ ପିଲା ଓ ୧୫ ରୁ ୩୦ ଟି ପତ୍ର ବଡ଼ ଲୋକ ମାନେ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଘରର ଆଖ ପାଖରେ ଏହି ଗଛ ଲଗାଇବା ଦ୍ୱାରା ପରିବେଶ ଶୁଦ୍ଧ ହୋଇଥାଏ । ଏହା ଆମ ମନ ଓ ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଏଥିରୁ ବାହାରୁଥିବା ଶୁଦ୍ଧ ବାୟୁ ଆଖ ପାଖରେ ଥିବା ଗଛ ବା ଉଦ୍ଭିଦଙ୍କ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ ତୁଳସୀ ଗଛର ମହତ୍ତ୍ୱ କମିବାରେ ଲାଗୁଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରାୟତଃ ତୁଳସୀ ଗଛକୁ ଆଉ କେଉଁଠାରେ ବି ଦେଖିବାକୁ ମିଳୁନାହିଁ । କିନ୍ତୁ ଯେଉଁ ମାନଙ୍କ ଘରେ ତୁଳସୀ ଗଛକୁ ପୂଜା କରାଯାଉଛି ସେମାନେ ବର୍ତ୍ତମାନ ତାହାର ଠିକ ଭାବରେ ଯତ୍ନ ନେଉ ନାହାନ୍ତି , ଫଳରେ ଗଛରେ ପୋକ ଲାଗିଯାଉଛି । ଯଦି ତୁଳସୀ କୁ ସ୍ନେହ ଓ ଭକ୍ତି ଭାବରେ ପୂଜା କରିବେ ଏବଂ ପରିଷ୍କାର ରଖିବେ ତେବେ ଏହି ଗଛରେ ଆଉ ପୋକ ଲାଗିବେ ନାହିଁ । ଏଥିପ୍ରତି ଧ୍ୟାନ ଦେବାକୁ ଯୁବ ପିଢ଼ି ମାନଙ୍କୁ ପରାମର୍ଶ ଦେଇଛନ୍ତି କୃଷି ବିଶେଷଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.