୩୦ ନଭେମ୍ବରରେ ଲାଗିବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଏହି ତିନି ରାଶି ଉପରେ ପଡିପାରେ ସଙ୍କଟ

ଚଳିତ ନଭେମ୍ବର ୩୦ ତାରିଖରେ ହେବ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଚଳିତ ମାସର ୩୦ ତାରିଖ ଅର୍ଥାତ ସୋମବାର ଦିନ ଲାଗିବ। ଚଳିତ ବର୍ଷ ୪ଟି ଚନ୍ଦ୍ର ଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ ରହିଛି। ଯାହା ମଧ୍ୟରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଚଳିତ ମାସରେ ପଡୁଥିବା ବେଳେ ଶେଷ ସୂର୍ଯ୍ୟପରାଗ ଡିସେମ୍ବର ମାସରେ ରହିଛି।

ଚଳିତ ମାସରେ ଏହି ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବର ଦିନ ୧.୦୨ ମିନିଟରେ ଲାଗିବ ଏବଂ ସଂଧ୍ୟା ୫.୨୩ ପର୍ଯ୍ୟନ୍ତ ରହିବ। ଏହିଥର ବୃଷ ରାଶିରେ ଲାଗୁଥିବା ଚନ୍ଦ୍ରଗ୍ରହଣର ଉପଛାୟା। ଏହି ଚନ୍ଦ୍ରଗ୍ରହଣରେ ଅବଧି ୪ ଘଣ୍ଟା ୨୧ ମିନିଟ୍ ରହିବ। ଯାହା ଭାରତ, ଆମେରିକା, ପ୍ରଶାସନ୍ତ ମହାସାଗର, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ।

ଏହି ଚନ୍ଦ୍ରଗ୍ରହଣ ସମସ୍ତ ରାଶି ଉପରେ ପ୍ରଭାବ ଦେଖାଇବ। ମିଥୁନ, କନ୍ଯା ଏବଂ ଧନୁ ରାଶିରେ କେଉଁ ପ୍ରଭାବ ପଡିବ, ଆସନ୍ତୁ ଜାଣିବା…
ଏହି ଚନ୍ଦ୍ରଗ୍ରହଣ ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ମାନସିକ ପ୍ରଭାବ ପକାଇବ। ଏହି ସମୟରେ କିଛି କାର୍ଯ୍ଯର ସଫଳତା ବିଳମ୍ବରେ ମିଳିବ। ଆଦୌ ଧୈର୍ଯ୍ଯ ନ ହରାଇ ମିଠା କଥା କୁହନ୍ତୁ। ଘରେ କୌଣସି ସଦସ୍ଯଙ୍କ ସ୍ବାସ୍ଥ୍ଯକୁ ନେଇ ଚିନ୍ତା କରିପାରନ୍ତି। ଏମିତିରେ ହନୁମାନଙ୍କୁ ପୂଜା କରନ୍ତୁ।

grahana

ଏହି ଚନ୍ଦ୍ରଗ୍ରହଣ କନ୍ଯା ରାଶି ଉପରେ ପ୍ରଭାବ ପକାଇବ । ଯେଉଁ ଲୋକ ଚାକିରି ଏବଂ ବେପାର ସମ୍ଭାଳୁଛନ୍ତି, ସେମାନଙ୍କୁ କିଛି ସମସ୍ଯାର ସାମ୍ନା କରିବାକୁ ପଡିବ। ବେଶୀ କଥା ହୁଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଣେଶଙ୍କୁ ପୂଜା କରନ୍ତୁ, ପ୍ରଭାବ କମ୍ ରହିବ।

ଧନୁ ରାଶିର ବ୍ଯକ୍ତି ନିଜ ସ୍ବାସ୍ଥ୍ଯ ପ୍ରତି ସାବଧାନତା ରୁହନ୍ତୁ। ଦୈନିକ ଦିନଚର୍ଯ୍ଯାରେ ପରିବର୍ତ୍ତନ କରିବାକୁ ପଡିପାରେ। ଦେଣ ନେଣ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। କାହା ଉପରେ ଜଲଦି ଭରସା କରନ୍ତୁ ନାହିଁ। ସନ୍ତାନ ଶିକ୍ଷା ପାଇଁ ଚିନ୍ତା କରିବେ। ତେଣୁ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ, ସୁଫଳ ମିଳିବ।

Leave A Reply

Your email address will not be published.