ସ୍ପେଶାଲ

ଏହି ଦିନ ଲାଗିବ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ, ବୃଷ ରାଶି ଉପରେ ରହିବ ସବୁଠାରୁ ଅଧିକ ପ୍ରଭାବ

ବର୍ଷ ୨୦୨୧ରେ ମୋଟ ୪ଟି ଗ୍ରହଣ ଓ ପରାଗ ଲାଗିବାର ଅଛି, ଏଥିରୁ ୨ଟି ଲାଗି ସାରିଥିବା ବେଳେ ବାକି ୨ଟି ଅଛି। ଅର୍ଥାତ୍‌ ଚଳିତ ବର୍ଷ ଗୋଟିଏ ସୂର୍ଯ୍ୟ ପରାଗ ଓ ଗୋଟିଏ ଚନ୍ଦ୍ର ଗ୍ରହଣ ଲାଗି ସାରିଛି। ମେ’ ୨୬ ତାରିଖ ବୁଧବାର ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିଥିଲା ଏବଂ ଆସନ୍ତା ୧୯ ନଭେମ୍ବର ଶୁକ୍ରବାର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହାପରେ ବର୍ଷର ଶେଷ ପରାଗ ୪ ଡିସେମ୍ବରରେ ଲାଗିବ।

ଏହି ରାଶିର ଜାତକ ପାଇଁ ଅଶୁଭ

ଆସନ୍ତା ନଭେମ୍ବରରେ ଲାଗିବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ୧୯ ତାରିଖ ସକାଳ ୧୧ଟା ୩୪ ମିନିଟ୍‌ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୩ ମିନିଟ୍‌ରେ ଶେଷ ହେବ। ଏହା ଆଂଶିକ ଚନ୍ଦ୍ର ଗ୍ରହଣ ହେବ ଏବଂ ଭାରତର ଆସାମ ଓ ଅରୁଣାଚଳ ପ୍ରଦେଶରେ ହିଁ କିଛି ସମୟ ପାଇଁ ଦେଖାଯିବ। ସେପଟେ ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ।
ଜ୍ୟୋତିଷଙ୍କ ମୁତାବକ, ଏହି ଚନ୍ଦ୍ର ଗ୍ରହଣ ବୃଷଭ ଏବଂ କୃତିକା ନକ୍ଷତ୍ରରେ ଲାଗିବ। ତେଣୁ ବୃଷ ରାଶିର ଲୋକଙ୍କ ପାଇଁ ଏହା ଶୁଭ ହେବ ନାହିଁ। ଏହି ଜାତକର ଲୋକଙ୍କୁ ଅଯଥା ଯୁକ୍ତି ଏବଂ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଚନ୍ଦ୍ର ଗ୍ରହଣ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

-ଗ୍ରହଣ ଲାଗିଥିବା ସମୟରେ କିଛି ଖାଆନ୍ତୁ କି ପିଅନ୍ତୁ ନାହିଁ। ଯେତେ ସମ୍ଭବ ହୋଇପାରେ ଭଗବାନଙ୍କ ଆରାଧନା କରନ୍ତୁ।

-ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ।

-ଗ୍ରହଣ ପରେ ସ୍ନାନ ନିଶ୍ଚୟ କରନ୍ତୁ।

-ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

-ଗର୍ଭବତୀ ମହିଳାମାନେ ଗ୍ରହଣ କାଳରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

-ଚନ୍ଦ୍ର ଗ୍ରହଣ ସମୟରେ ହନୁମାନ ଚାଳିଶା, ବିଷ୍ଣୁ ସହସ୍ରନାମ, ଦୁର୍ଗା ଚାଳିଶା ଏବଂ ଶ୍ରୀମଦ୍‌ ଭଗବତ୍‌ ଗୀତା ପାଠ କରିବା ଉତ୍ତମ ହୋଇଥାଏ। ତେଣୁ ପୂରା ଚନ୍ଦ୍ର ଗ୍ରହଣରେ ଏଗୁଡ଼ିକୁ ଅବଶ୍ୟ ପାଠ କରନ୍ତୁ।

-ଚନ୍ଦ୍ର ଗ୍ରହଣର ସମାପ୍ତି ପରେ ଦାନ ଦେବାର ନିୟମ ରହିଛି। ଏଥିରେ ଅଟା, ଚାଉଳ, ଚିନି, ବିରି ଡାଲି, କଳା ରାଶି, କଳା ବସ୍ତ୍ର ଆଦି ଦାନ କରିବା ଭଲ ହୋଇଥାଏ। ଏଥିରେ ଚନ୍ଦ୍ର ଗ୍ରହଣର ପ୍ରଭାବ କମି ଯାଇଥାଏ।

-ଚନ୍ଦ୍ର ଗ୍ରହଣ ସହ ସମ୍ବନ୍ଧିତ ମନ୍ତ୍ର ଏବଂ ରାହୁ-କେତୁ ସହ ସମ୍ବନ୍ଧିତ ମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କରିବା ଉଚିତ।

-ମନରେ ନିଜ ଇଷ୍ଟ ଦେବଙ୍କ ନାମ ନିଅନ୍ତୁ ଏବଂ ତାଙ୍କୁ ଆରାଧନା କରନ୍ତୁ।

-ଏହି ସମୟରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ କି ପୂଜାପାଠ କରନ୍ତୁ ନାହିଁ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago