ଡିସେମ୍ବର ୪ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହେବ ଦୃଶ୍ୟମାନ; କେତେ ରହିବ ପ୍ରଭାବ

ବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତା ମାସ ଅର୍ଥାତ୍‌ ଡିସେମ୍ବର ୪ରେ ଲାଗିବାକୁ ଯାଉଛି। ଏହି ଦିନ ହେଉଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଅମାବାସ୍ୟା। ଏହା ବର୍ଷର ଶେଷ ତଥା ଦ୍ୱିତୀୟ ସୂର୍ଯ୍ୟ ପରାଗ। ଏହି ପରାଗ ପାଖାପାଖି ୪ ଘଣ୍ଟା ଧରି ଚାଲିବ ଏବଂ ସକାଳ ୧୦ଟା ୪୯ ମିନିଟ୍‌ରେ ଆରମ୍ଭ ହେବ। ସୂର୍ଯ୍ୟ ପରାଗର ଜ୍ୟୋତିଷଶାସ୍ତ୍ର ସହିତ ହିଁ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ପରାଗ କେଉଁ କେଉଁ ସ୍ଥାନରେ ଦୃଶ୍ୟମାନ ହେବ ଏବଂ କ’ଣ ରହିବ ଏହାର ପ୍ରଭାବ?

ସୂର୍ଯ୍ୟ ପରାଗର ସମୟ

ପରାଗ ଆରମ୍ଭ: ସକାଳ ୧୦ଟା ୪୯ ମିନିଟ୍‌

ପରାଗ ଶେଷ: ଦ୍ୱିପ୍ରହର ୩ଟା ୦୭ ମିନିଟ୍‌

କେଉଁଠି କେଉଁଠି ଦୃଶ୍ୟମାନ ହେବ

ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ। ଏଥିପାଇଁ ଭାରତରେ ଏହାକୁ ପାଳନ କରାଯିବ ନାହିଁ। କହି ରଖୁଛୁ, ସୂର୍ଯ୍ୟ ପରାଗରେ ୧୨ ଘଣ୍ଟା ପୂର୍ବରୁ ହିଁ ପାକ ତ୍ୟାଗ କରାଯାଇଥାଏ। ୪ ଡିସେମ୍ବରରେ ଲାଗିବାକୁ ଥିବା ଏହି ସୂର୍ଯ୍ୟ ପରାଗ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ।

ପରାଗର ପ୍ରଭାବ

ଜ୍ୟୋତିଷଶାସ୍ତ୍ର ମୁତାବକ, ୧୯ ନଭେମ୍ବରରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିଥିଲା ଏବଂ ଏବେ ଡିସେମ୍ବର ୪ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ଏହି ଦୁଇଟି ଗ୍ରହଣ ଓ ପରାଗ ଭିତରେ ମାତ୍ର ୧୫ ଦିନର ବ୍ୟବଧାନ ରହିଛି। ଏଥିପାଇଁ ଏହାକୁ ଅଶୁଭ ବୋଲି କୁହାଯାଉଛି। ସୂର୍ଯ୍ୟ ପରାଗର ପ୍ରଭାବ ବିଛା ରାଶି ଏବଂ ଅନୁରାଧା, ଜ୍ୟେଷ୍ଠା ନକ୍ଷତ୍ର ଉପରେ ଅଧିକ ପଡ଼ିବ।

କେମିତି ହୋଇଥାଏ ସୂର୍ଯ୍ୟ ପରାଗ

ଯେତେବେଳେ ଚନ୍ଦ୍ରମା, ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟ ଦେଇ ଗତି କରିଥାଏ, ତ ସେହି ସମୟରେ ସୂର୍ଯ୍ୟ ପରାଗ ହୋଇଥାଏ।

ସୂର୍ଯ୍ୟ ପରାଗ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

-ସୂର୍ଯ୍ୟ ପରାଗ ଲାଗିଥିବା ସମୟରେ କିଛି ଖାଆନ୍ତୁ କି ପିଅନ୍ତୁ ନାହିଁ। ଯେତେ ସମ୍ଭବ ହୋଇପାରେ ଭଗବାନଙ୍କ ଆରାଧନା କରନ୍ତୁ।

-ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ।

-ସୂର୍ଯ୍ୟ ପରାଗ ପରେ ସ୍ନାନ ନିଶ୍ଚୟ କରନ୍ତୁ।

-ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

-ଗର୍ଭବତୀ ମହିଳାମାନେ ପରାଗ କାଳରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

-ପରାଗ ସମୟରେ ହନୁମାନ ଚାଳିଶା, ବିଷ୍ଣୁ ସହସ୍ରନାମ, ଦୁର୍ଗା ଚାଳିଶା ଏବଂ ଶ୍ରୀମଦ୍ ଭଗବତ୍ ଗୀତା ପାଠ କରିବା ଉତ୍ତମ ହୋଇଥାଏ।

-ସୂର୍ଯ୍ୟ ପରାଗର ସମାପ୍ତି ପରେ ଦାନ ଦେବାର ନିୟମ ରହିଛି। ଏଥିରେ ଅଟା, ଚାଉଳ, ଚିନି, ବିରି ଡାଲି, କଳା ରାଶି, କଳା ବସ୍ତ୍ର ଆଦି ଦାନ କରିବା ଭଲ ହୋଇଥାଏ।

-ମନରେ ନିଜ ଇଷ୍ଟ ଦେବଙ୍କ ନାମ ନିଅନ୍ତୁ ଏବଂ ତାଙ୍କୁ ଆରାଧନା କରନ୍ତୁ।

-ଏହି ସମୟରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ କି ପୂଜାପାଠ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.