ସ୍କୁଟି ବନେଟରେ ଲୁଚିଥିଲା ନାଗ, ଧରିବା ପାଇଁ ବ୍ଯକ୍ତି ଜଣକ ଲଗାଇଲେ ଅଜବ ଯୁଗାଡ: ଭିଡିଓ ଦେଖନ୍ତୁ

ସାପ ନାଁ ଶୁଣିଲେ କାହାକୁ ବା ଡର ନ ଲାଗେ। ଛାନିଆରେ ମଣିଷ କ’ଣ କରିବ ତାହା ଚିନ୍ତା କରିପାରେ ନାହିଁ। ସୋସିଆଲ ମିଡିଆରେ ଅନେକ ଜୀବ ଜନ୍ତୁଙ୍କର ଭିଡିଓ ଭାଇରାଲ ହେଉଛି। ତେବେ ବେଳେବେଳେ ଅଜବ ପରିସ୍ଥିତିରେ କିମ୍ବା ଭୟଭୀତ ଘଟଣାରେ ମଣିଷ ପଶୁ ଉଭୟ ପରସ୍ପରକୁ ଭେଟିଥାନ୍ତି । ଏହି ଭିଡିଓଗୁଡିକ ଅନଲାଇନରେ ବହୁତ ଭାଇରାଲ ହେବାର ନଜିର ରହିଛି । ଏପରି ପରିସ୍ଥିତିରେ ଭିଡିଓଟି ସାପଟିର ହୋଇଥିଲେ ତ କଥା ସରିଲା।

ନିକଟରେ ଏକ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି, ସାପଟି ଜଣେ ବ୍ୟକ୍ତିଙ୍କ ସ୍କୁଟିରୁ ବାହାରିଥିବା ଦେଖିବାକୁ ମିଳୁଛି । ତେବେ ବ୍ୟକ୍ତି ଜଣଙ୍କ ଭୟ ନକରି ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି, ଭିଡିଓକୁ ଦେଖିବା ପରେ ଯେ କେହି ଏହାକୁ ଭୟ କରିବ । ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି ଜଣକ ସ୍କୁଟିର ବନେଟ୍ ଖୋଲୁଛନ୍ତି ।

ସେ ସମୟରେ ସାପଟି ଆକ୍ରମଣ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି। କିଛି ସମୟ ପରେ ବ୍ୟକ୍ତି ଜଣକ ଏକ ପ୍ଲାଷ୍ଟିକର ବଡ ବୋତଲ ଆଣି ସାପକୁ ଯତ୍ନର ସହିତ ଡବାରେ ଭରି ନେଇଯାଆନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଏହି ଭିଡିଓ ଟ୍ୱିଟରରେ IFS ଅଧିକାରୀ ସୁଶାନ୍ତ ନନ୍ଦ ଏକ ବର୍ଷ ପୂର୍ବରୁ ପୋଷ୍ଟ କରିଥିଲେ । କିନ୍ତୁ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.