ଏକଦା ସାଇକେଲ ଦୋକାନରେ ପମ୍ପ ଦେଉଥିଲେ ମାତ୍ର ଏବେ ହୋଇଛନ୍ତି ବିଧାୟକ, ଜାଣନ୍ତୁ ଏହି ବ୍ୟକ୍ତିଙ୍କ କାହାଣୀ

କଷ୍ଟ କଲେ କୃଷ୍ଣ ମିଳେ । ଏହି ଉକ୍ତିକୁ ଶତ ପ୍ରତିଶତ ସତ କରି ଦେଖାଇଛନ୍ତି ହରିୟାଣାର ଜଣେ ବିଧାୟକ । ଏହି ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଜିତି ବିଧାୟକ ପଦବୀ ହାସଲ କରିଛନ୍ତି । ଏହି ବର୍ଷ ହରିୟାଣାର ପଟୋଦି ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରୁ ନିର୍ବାଚନ ଜିତିଥିବା ବିଧାୟକ ସତ୍ୟ ପ୍ରକାଶ ଏପର୍ଯ୍ୟନ୍ତ ପହଞ୍ଚିବା ପାଇଁ କିଛି କମ କଷ୍ଟ କରିନାହାନ୍ତି । ପଟୋଦିର ଲୋକରା ଗାଁ ନିବାସୀ ଏହି ବ୍ୟକ୍ତି ଏକ ସାଇକେଲ ମାନଙ୍କରେ ପମ୍ପ ଦେବାରୁ ହିଁ ନିଜ ଜୀବନର ପ୍ରଥମ ଜୀବିକା ଆରମ୍ଭ କରିଥିଲେ । ଟାୟାର ପଂଚର ଦେବା ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ପହଞ୍ଚିବାର ରାସ୍ତା ବେଶ ସଂଘର୍ଷ ମୟ ଥିଲା ତାଙ୍କ ପାଇଁ । ନିଜ ଚେଷ୍ଟାରେ ଗୁରୁଗ୍ରାମ ସ୍ଥିତ ଏକ ଗ୍ରାମୀଣ ବ୍ୟାଙ୍କରେ ଏକ କ୍ଲର୍କ ଚାକିରୀ ମଧ୍ୟ କରିଥିଲେ ।

satya prakas jarawata

ପରେ ବ୍ୟାଙ୍କର ଉଚ୍ଚ ପଦବୀରେ ପହଞ୍ଚି ଅଫିସର ପାଦରେ ବସି ପାରିଥିଲେ । ଏହି ସମୟରେ ହିଁ ସେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ପାଇଁ ରାଜନୀତିରେ ପ୍ରବେଶ କରିଥିଲେ । ରାଜନୈତିକ ଜୀବନର ଆରମ୍ଭରୁ ସେ ଦଳିତ ମାନଙ୍କ ନେତା ତଥା ପୂର୍ବତନ ଆଇଏଏସ ଅଧିକାରୀ ଉଦିତ ରାଜଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପଦାଧିକାରୀ ମଧ୍ୟ ହୋଇଥିଲେ । ଏହି ପଦବୀରେ ଥିବା ବେଳେ ବହୁ ଥର କର୍ମଚାରୀ ମାନଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିଥିଲେ । ବର୍ଷ ୨୦୧୫ରେ ସତ୍ୟ ପ୍ରକାଶ ଜାତୀୟ ଦଳ ବିଜେପିରେ ସାମିଲ ହୋଇଥିଲେ । ସେହି ବର୍ଷ ତାଙ୍କୁ ବିଜେପି ତରଫରୁ ଟିକେଟ ନମିଳିଥିଲେ ମଧ୍ୟ ତାଙ୍କୁ ଦଳ ରାଜ୍ୟର ସହପ୍ରବକ୍ତା ଭାବେ ଅବସ୍ଥାପିତ କରାଯାଇଥିଲା ।

ଏହା ସହ ପଢନ୍ତୁ: ନିଜ ପରିସ୍ରାରେ କେଶ ଧୋଇଥାନ୍ତି ଏହି ଦମ୍ପତି, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

 

ଏହି ଦାୟିତ୍ୱକୁ ମଧ୍ୟ ସତ୍ୟ ପ୍ରକାଶ ବେଶ ସୁରୁଖୁରୁରେ ନିଭେଇଥିଲେ । ଏହା ଦ୍ୱାରା ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଜେପି ନେତା ଅନିଲ ଜୈନ, ଲୋକ ନିର୍ମାଣ ମନ୍ତ୍ରୀ ରାଓ ନଟବର ଶିଙ୍ଘଙ୍କର ବି ନିକଟସ୍ଥ ହୋଇପାରିଥିଲେ । ସେ ମହାମଣ୍ଡଳେଶ୍ୱରର ସ୍ୱାମୀ ଜରବତାଙ୍କର ମଧ୍ୟ ନିକଟତର ହୋଇପାରିଥିଲେ । ଏହା ପରେ ମୁଖ୍ୟ ମନ୍ତ୍ରୀଙ୍କ ନିଜ ଗାଁରେ ଏକ ସଫଳ ଜନସଭାର ଆୟୋଜନ ମଧ୍ୟ କରିଥିଲେ । ପ୍ରଥମ ଥର ଟିକଟ ମିଳିନଥିଲେ ମଧ୍ୟ ସେ ବିଜେପି ସହ ସମ୍ପର୍କ ଯୋଡି ରଖିଥିଲେ । ନିଜ କର୍ତ୍ତ୍ୟବ ନିଷ୍ଠତା ଓ ସଚ୍ଚୋଟତା ସାହାଯ୍ୟରେ ଲଗାତାର ଉନ୍ନତ ପ୍ରଦର୍ଶନ କରି ସେ ଏହି ବର୍ଷ ଟିକଟ ପାଇ ନାହାନ୍ତି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇପାରିଛନ୍ତି ।

ଏକ ସାଧାରଣ ସାଇକେଲ ଦୋକାନୀରୁ କାମ ଆରମ୍ଭ କରି ସେ କିପରି ଭାବେ ରାଜ୍ୟର ବିଧାୟକ ପଦବୀରେ ସେ ବସି ପାରିଛନ୍ତି ତାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.