ବରଫାବୃତ ନଦୀରେ ଖୁସିରେ ବୁଲୁଥିଲେ ଦୁଇ ଯୁବକ, ହଠାତ୍ ‘ହିମପିଣ୍ଡ’ରେ ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ

ଆମେରିକାର ଅଲାସ୍କାରେ ଦୁଇ ଯୁବକ ଜୋଶ୍ ବାଷ୍ଟିୟର ଓ ଆଣ୍ଡ୍ରିଓ ହୁପର ବରଫାବ୍‌ତ ନଦୀରେ ବୁଲିବା ପାଇଁ ସେଠାରେ ପହଞ୍ଚିଥିଲେ। ସେମାନେ ଡଙ୍ଗାରେ ଯାତ୍ରା କରୁଥିଲେ। ଦୁହେଁ ୟୁଟ୍ୟୁବ୍ ଚ୍ୟାନେଲ ଚଲାଉଥିବାରୁ ବରଫାବ୍‌ତ ନଦୀର ଭିଡିଓ ଶୁଟ୍ କରିବାକୁ ଯାଇଥିଲେ। ହେଲେ ସେହି ସମୟରେ ଅଚାନକ୍ ହିମପିଣ୍ଡ ବା ବରଫ ପାହାଡ଼ରେ ଧମାକା ହୋଇଥିଲା। ଆଉ ଉକ୍ତ ମୁହୂର୍ତ୍ତକୁ ସେମାନେ କ୍ୟାମେରାରେ କଏଦ କରିଦେଇଥିଲେ।

ହିମପିଣ୍ଡ ଭାଙ୍ଗିଯିବାର ଏହି ଭୟଙ୍କର ଭିଡିଓ ଦେଖିଲେ ଆପଣ ବି ଭୟ କରିଯିବେ। ଏଥିରେ ଦେଖିବାକୁ ମିଳୁଛି କି, ଯେମିତି ଯୁବକ ଦୁଇଜଣ ହିମପିଣ୍ଡ ପାଖକୁ ଯିବାକୁ ଚେଷ୍ଟା କରୁଛନ୍ତି, ସେହି ସମୟରେ ପାଣିରେ ବରଫ ଖଣ୍ଡ ଖସି ପଡ଼ୁଛି। ଆଉ ମାତ୍ର କିଛି ସେକେଣ୍ଡରେ ଏକ ବଡ଼ ବରଫ ଖଣ୍ଡ ନଦୀକୁ ଖସି ତରଳିବାକୁ ଲାଗୁଛି।

ଆଣ୍ଡ୍ରିଓ ହୁପର ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, ‘ଆମେ ଏହି ହିମପିଣ୍ଡର ବହୁତ ନିକଟରେ ଥିଲୁ। ଆମେ ଅନୁଭବ କରିଥିଲୁ ଯେ ଏକ ବଡ଼ ବରଫ ଖଣ୍ଡ ପାଣିକୁ ଖସି ପଡ଼ୁଛି। ଦୁଇଜଣ ବହୁତ ଭାଗ୍ୟବାନ ଥିଲୁ। ଏଥିରେ ଆମକୁ କୌଣସି କ୍ଷତି ପହଞ୍ଚିନାହିଁ। ପ୍ରକ୍‌ତିର ଶକ୍ତିକୁ ଆମେ ନିଜ ଆଖିରେ ଦେଖିଲୁ’। ଏ ସବୁ ଦେଖିବା ଯେତିକି ଭୟାନକ ଥିଲା, ସେତିକି ସୁନ୍ଦର ମଧ୍ୟ ଥିଲା। ହୁପର ନିଜ ଫେସବୁକ୍ ଫେଜରେ ବି ଏହି ଫଟୋ ଏବଂ ଭିଡିଓକୁ ସେୟାର କରିଛନ୍ତି।