ଆସୁଛି ଶ୍ରାବଣ: ମାସଯାକ କରନ୍ତୁ ଶିବଙ୍କୁ ଭକ୍ତି; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ

ଭଗବାନ ଶିବଙ୍କୁ ସମର୍ପିତ ଥାଏ ପବିତ୍ର ଶ୍ରାବଣ ମାସ। ଏହି ମାସ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି। ଶ୍ରାବଣକୁ ଶିବଭକ୍ତ ଉତ୍ସାହର ସହିତ ଅପେକ୍ଷା କରି ଥାଆନ୍ତି ଏବଂ ପୂରା ମାସ ଯାକ ଶିବଭକ୍ତିରେ ଲୀନ ରୁହନ୍ତି। ଶିବଙ୍କ ଅଭିଷେକ କରନ୍ତି, ବିଶେଷ ପୂଜାର୍ଚ୍ଚନା କରି ଥାଆନ୍ତି। ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୧୪ରୁ ଆରମ୍ଭ ହେଉଛି, ଯାହା ଅଗଷ୍ଟ ୧୨ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଭକ୍ତମାନେ ସୋମବାର ବ୍ରତ ଏବଂ ଶିବଙ୍କ ପୂଜାର୍ଚ୍ଚନା ସହିତ କିଛି କଥା ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ। ନଚେତ୍‌ ଗୋଟିଏ ଛୋଟିଆ ଭୁଲ୍‌ ଆପଣଙ୍କ ଉପରେ ଭାରୀ ପଡ଼ିପାରେ ଏବଂ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ। ଏହି ମାସରେ ପ୍ରତିଦିନ ଶିବଙ୍କ ଉପରେ ଜଳାଭିଷେକ କରନ୍ତୁ।

ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି କାମ

-ଶ୍ରାବଣ ମାସରେ ଭୁଲ୍‌ରେ ବି ଆମିଷ ସେବନ କରନ୍ତୁ ନାହିଁ। ଏହି ମାସରେ ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ। ଏପରି କି, ଶ୍ରାବଣରେ ପିଆଜ, ରସୁଣ ଆଦି ଖାଇବାକୁ ବି ବାରଣ କରାଯାଇଛି। ଏହି ମାସରେ ସାତ୍ତ୍ୱିକ ଭୋଜନ ହିଁ କରନ୍ତୁ ଏବଂ ବାଇଗଣ, ମୂଳା ଆଦି ଖାଆନ୍ତୁ ନାହିଁ।

-ଶ୍ରାବଣରେ କ୍ଷୀର ପିଇବାଠାରୁ ଦୂରେଇ ରହିବା ଉଚିତ। କାରଣ, ଭଗବାନ ଶିବଙ୍କ ଅଭିଷେକ କ୍ଷୀରରେ ହିଁ କରାଯାଇଥାଏ।

-ଶ୍ରାବଣ ମାସରେ ଖରାପ କାମ ଏବଂ ଖରାପ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ନିଜ ପରିବାର, ଗୁରୁ, ଅତିଥି କିମ୍ବା କୌଣସି ବି ଗୁରୁଜନ ଶ୍ରେଣୀର ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ।

-ଏହି ମାସରେ ଘର ଦ୍ୱାରକୁ ଆସିଥିବା ଅସହାୟ ଏବଂ ଗରିବ ଲୋକଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ଯଦି ଗାଈ, ଷଣ୍ଢ, କୁକୁର ଆଦି ପ୍ରାଣୀ ଆସୁଛନ୍ତି, ତା’ ହେଲେ ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏହି ପ୍ରାଣୀ ମାନଙ୍କୁ ଆଦୌ ହଇରାଣ କରନ୍ତୁ ନାହିଁ।

-ଶ୍ରାବଣ ମାସରେ ଶରୀରରେ ତେଲ ଲଗାଇବା ମଧ୍ୟ ବହୁତ ଅଶୁଭ ହୋଇଥାଏ। ଏମିତି କରିବା ଦ୍ୱାରା ଆପଣ ରୋଗର ଶିକାର ହୋଇ ପାରନ୍ତି।

-ଶିବଙ୍କୁ ପୂଜା କରିବା ସମୟରେ ଗୋଟିଏ କଥା ଧ୍ୟାନ ରଖନ୍ତୁ, ଯେପରି ଭଗବାନଙ୍କୁ ହଳଦୀ ଓ କୁମ୍‌କୁମ୍‌ ଅର୍ପଣ କରିବେ ନାହିଁ। କାରଣ, ହଳଦୀର ସମ୍ବନ୍ଧ ମହିଳାମାନଙ୍କ ସହିତ ରହିଥିବା ବେଳେ କୁମ୍‌କୁମ୍‌ ସେମାନଙ୍କ ସୁହାଗର ଚିହ୍ନ ହୋଇଥାଏ। ଶିବ ସଂହାରର ଦେବତା, ଏଥିପାଇଁ ତାଙ୍କୁ ସିନ୍ଦୁର ଅର୍ପଣ କରାଯାଇ ନ ଥାଏ।

Leave A Reply

Your email address will not be published.