ଭାରତରେ ରହିଛି ସବୁଠାରୁ ଅଜବ ଜାଗା, ଯେଉଁଠି କୁଦିଲେ ହଲିଥାଏ ଭୂମି ! ଜାଣନ୍ତୁ ଏକ ନିଆରା ରହସ୍ୟ

ଭାରତର ଛତିଶଗଡ଼ରେ ଏମିତି ଏକ ଜାଗା ଅଛି, ଯେଉଁଠିକୁ ଦୂର ଦୂରରୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି। ସ୍ଥାନଟିର ନାଁ ‘ମେନପାଟ’। ଏହାକୁ ଛତିଶଗଡ଼ର ଶିମଲା ମଧ୍ୟ କୁହାଯାଇଥାଏ। ମେନପାଟର ଖାସିୟତ ହେଉଛି, ଏଠାରେ ଭୂମି ଉପରେ ଛିଡ଼ା ହୋଇ କୁଦିଲେ ସେହି ଜାଗାଟି ଦୋହଲିଥାଏ। ସହଜ ଭାଷାରେ କହିବାକୁ ଗଲେ ଏହି ଜାଗା ସ୍ପଞ୍ଜ ଭଳି ହୋଇଥାଏ। ଯେତେବେଳେ କେହି ବ୍ୟକ୍ତି ସେହି ସ୍ଥାନ ଉପରେ କୁଦିଥାଏ, ଭୂମି ତଳକୁ ଦବିଯାଇଥାଏ ଏବଂ ପୁଣିଥରେ ନିଜ ସ୍ୱରୂପକୁ ଫେରିଆସିଥାଏ।

earth

ଛତିଶଗଡ଼ ସରକାରଙ୍କ ତରଫରୁ ସେଠାରେ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି, ଯେଉଁଥିରେ ଲେଖା ହୋଇଛି, ଏଠାରେ ଗୋଟିଏ ରହସ୍ୟ ଅଛି, ଏଠାକାର ଭୂମି ହଲିଥାଏ। ତେବେ ମେନପାଟର ଏହି ଭୂମି ହଲିବା ବିଷୟରେ ସ୍ଥାନୀୟ ଲୋକ ଏବଂ ବୈଜ୍ଞାନିକମାନଙ୍କର ଅଲଗା ଅଲଗା ମତ ରହିଛି।

jump

jump3

ସ୍ଥାନୀୟ ଲୋକଙ୍କ କହିବା ହେଲା, ପୂର୍ବରୁ ଏଠାରେ ଜଳସ୍ରୋତ ଥିବ, ଯାହାକି ଏବେ ଉପରୁ ପୂରାପୂରି ଶୁଖିଯାଇଛି। କିନ୍ତୁ ଭିତର ମାଟି ସମ୍ପୂର୍ଣ୍ଣ ଭାବେ ସନ୍ତସନ୍ତିଆ ରହିଛି। ଯେଉଁ କାରଣରୁ ଏମିତି ହେଉଛି। ସେପଟେ ବୈଜ୍ଞାନିକଙ୍କ ଅନୁସାରେ, ଏହି ଭୂମି ତଳେ ଖାଲି ସ୍ଥାନରେ ପାଣି ଭରି ହୋଇ ରହିଛି, ଯେଉଁ କାରଣରୁ ସ୍ଥାନଟି ସନ୍ତସନ୍ତିଆ ଏବଂ ସ୍ପଞ୍ଜି ଅଟେ।

mainpat

ତେବେ ସେ ଯାହା ହେଉନା କାହିଁକି, ସ୍ଥାନଟି ସବୁ ପର୍ଯ୍ୟଟକଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଠାରୁ କମ ନୁହେଁ। ପର୍ଯ୍ୟଟକମାନେ ମଜାର ସହ କୁଦି କୁଦି ଭୂମିକୁ ହଲାଇବାର ଭରପୂର ଆନନ୍ଦ ନେଇଥାନ୍ତି। ଏଠାକାର ପରିବେଶ ବହୁତ ଥଣ୍ଡା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.