ଏହି ଦୁର୍ଗଠାରୁ ସମ୍ପୂର୍ଣ୍ଣ ଦେଖାଯାଇଥାଏ ପାକିସ୍ତାନ, ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ଆମ ଦେଶ ଭାରତ ଯେଭଳି ମନ୍ଦିର ଏବଂ ଐତିହ୍ୟ ସଂସ୍କୃତିରେ ଭରି ରହିଛି ସେଭଳି ଦୁର୍ଗରେ ମଧ୍ୟ ପରିପୂର୍ଣ୍ଣ। କାରଣ ଏଠାରେ ୫୦୦ରୁ ଅଧିକ ଦୁର୍ଗ ରହିଛି, ଯାହା ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ। ଏହିସବୁ ମଧ୍ୟରେ ଅନେକ ଦୁର୍ଗ ଶହେ ବର୍ଷ ପୁରୁଣା ରହିଛି ଯାହାର ନିର୍ମାଣର ରହସ୍ୟ ଆଜି ମଧ୍ୟ ଜଣାପଡିନାହିଁ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଦୁର୍ଗ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ କୁହାଯାଇଥାଏ ସେହି ଦୁର୍ଗ ଠାରୁ ପୁରା ପାକିସ୍ତାନ ଦେଖାଯାଇଥାଏ କିନ୍ତୁ ଏହି ଦୁର୍ଗର ଅଷ୍ଟମ ଦ୍ୱାର ବହୁତ ରହସ୍ୟମୟ କୁହାଯାଇଥାଏ।

pak 2

ଏହି ଦୁର୍ଗକୁ ମେହରାନଗଢ଼ ଫୋର୍ଟ ନାଁ ରେ ପରିଚିତ। ରାଜସ୍ତାନର ଜୋଧପୁର ସହରର ଠିକ ମଧ୍ୟ ଭାଗରେ ଅବସ୍ଥିତ ଏହି ଦୁର୍ଗ ପାଖାପାଖି ୧୨୫ମିଟର ଉଚ୍ଚରେ ଅବସ୍ଥିତ। ୧୫ତମ ଶତାଦ୍ଧିରେ ରାୱ ଯୋଦ୍ଧା ଏହି ଦୁର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ଯସବନ୍ତ ସିଂହ ପୁରା କରିଥିଲେ।

pak 3

ଏହି ଦୁର୍ଗ ଭାରତର ପ୍ରାଚୀନ ଏବଂ ବିଶାଳ ଦୁର୍ଗ। ଏହି ଦୁର୍ଗ ଉଚ୍ଚ ଉଚ୍ଚ କାନ୍ଥରେ ଘେରି ରହିଛି। ଉଲ୍ଲେଖ ରହିଛି ଏହି ଦୁର୍ଗର ୭ଟି ଦ୍ୱାର ରହିଛି କିନ୍ତୁ କୁହାଯାଏ ଏହାର ୮ମ ଦ୍ୱାରରେ ହାତୀମାନଙ୍କ ଆକ୍ରମଣରୁ ରକ୍ଷା ପାଇଁ ବନ୍ଦ କରାଯାଇଛି। ଏହି ଦୁର୍ଗ ଭିତରେ ଅନେକ ଭବ୍ୟ ମହଲ ଏବଂ ଜାଲି ଦ୍ୱାର ରହିଛି, ଯେଉଁଥିରେ ମୋତିର ଘର, ଫୁଲ ଘର, କାଚ ଘର ଏବଂ ଦୌଲତ ଖାନା ଖୁବ ଖାସ। ଏହି ଦୁର୍ଗ ନିକଟରେ ଚାମୁଣ୍ଡା ମାତା ମନ୍ଦିର ଅବସ୍ଥିତ, ଯାହାକୁ ରାୱ ଯୋଦ୍ଧା ୧୪୬୦ ଖ୍ରୀଷ୍ଟପୂର୍ବରେ ନିର୍ମାଣ କରିଥିଲେ। ମାନ୍ୟତା ରହିଛି ଏହି ମନ୍ଦିରରେ ନବରାତ୍ରୀ ସମୟରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.