Categories: ସ୍ପେଶାଲ

ବିଶ୍ବର ସବୁଠାରୁ ରହସ୍ୟମୟ ଗାଁ, ଯେଉଁଠାକୁ ଥରେ ଯିଏ ଯାଏ ଆଉ ଫେରେନି

ବିଶ୍ବରେ ଏଭଳି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଆଜି ମଧ୍ୟ ଖୁବ୍ କମ ଲୋକମାନେ ଜାଣିଛନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଏକ ରହସ୍ୟମୟ ଗାଁ ବିଷୟରେ କହିବୁ, ଯେଉଁଠାକୁ ଲୋକମାନେ ଯିବା ପରେ ପୁନର୍ବାର ଫେରି ନଥାନ୍ତି। ଏହି ରହସ୍ୟମୟ ଗାଁ କୁ ‘ମୁଦୋଁ ସହର’ କୁହାଯାଇଥାଏ। ଏହି ଗ୍ରାମ ଋଷର ଉତ୍ତର ଓସୋଟିୟା ମହାସାଗର ନିକଟରେ ଅବସ୍ଥିତ। ଏହି ଅଞ୍ଚଳ ଖୁବ୍ ଶୂନଶାନ୍। ଏହି କାରଣରୁ ଲୋକମାନେ ସେହି ସ୍ଥାନକୁ ଯିବା ଆସିବା ପାଇଁ ଭୟ କରିଥାନ୍ତି। ଏହି ସ୍ଥାଦନ ଉଚ୍ଚା ପାହାଡ଼ ମଧ୍ୟରେ ଅବସ୍ଥିତ। ଏଠାରେ ଧଳା ପଥରରେ ନିର୍ମିତ ପାଖାପାଖି ୯୯ଟି ଦୋକାନ ରହିଛି। ଏହା ବ୍ୟତୀତ ଏହି ସ୍ଥାନରେ ଅନ୍ତିମ ସଂସ୍କାର କାର‌୍ୟ୍ୟ ମଧ୍ୟ କରାଯାଇଥାଏ। ସୂଚନା ଅନୁଯାୟୀ ଏହି କବର ୧୬ଶହ ଶତାବ୍ଦୀ ନିର୍ମାଣ କରାଯାଇଛି। ଏହା ଏକ ବିଶାଳ କବର ସ୍ଥାନ। କୁହାଯାଇଥାଏ ପ୍ରତ୍ୟେକ ସ୍ଥାନ ଗୋଟିଏ ପରିବାର ସହ ସମ୍ବନ୍ଧିତ ଅଟେ, ଯେଉଁଥିରେ କେବଳ ସେହି ପରିବାରର ସଦସ୍ୟଙ୍କୁ କବର ଦିଆଯାଇଥାଏ। ଏହି ସ୍ଥାନକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାର ମାନ୍ୟତା ରହିଛି। ଅନେକ ଲୋକମାନେ କହିଥାନ୍ତି ଏହି ଝୋପଡ଼ିନୁମା ସ୍ଥାନ ଯେ କେହି ଭି ଯାଇଥାଏ, ସେ ଆଉ ପୁନର୍ବାର ଫେରି ଆସିନଥାନ୍ତି। କିନ୍ତୁ ଅନେକ ପର୍ଯ୍ୟଟକମାନେ ଏହାର ରହସ୍ୟ ବିଷୟରେ ଜାଣିବା ପାଇଁ ଏଠାକୁ ଆସିଥାନ୍ତି।

ଏହି ସ୍ଥାନକୁ ପହଞ୍ଚିବାର ରାସ୍ତା ମଧ୍ୟ ଖୁବ୍ କଷ୍ଟକର। ପାହାଡ଼ ମଧ୍ୟରେ ଘାଟି ରାସ୍ତା ଦେଇ ଏହି ସ୍ଥାନରେ ପହଞ୍ଚିବା ପାଇଁ ପାଖାପାଖି ୩ ଘଣ୍ଟା ଲାଗିଥାଏ। ଏଠାର ପାଣିପାଗ ସର୍ବଦା ଖରାପ ରହୁ୍ଥିବାରୁ ଯାତ୍ରା କରିବାରେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ପ୍ରତ୍ନତତ୍ତ୍ବବିତ୍ ଙ୍କ କହିବା ଅନୁଯାୟୀ, ଏଠାରେ କବର ସ୍ଥାନ ନିକଟରେ ନୌକା ରହିଥାଏ। ଏହି ନୌକାକୁ ନେଇ ସ୍ଥାନୀୟ ଲୋକମାନେ କହିଥାନ୍ତି କି ମୃତ୍ୟୁପରେ ଆତ୍ମାକୁ ସ୍ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନଦୀ ପାର କରିବାକୁ ପଡ଼ିଥାଏ। ଏହି କାରଣରୁ ଶବକୁ ନୌକା ଉପରେ ରଖି କବର ଦିଆଯାଇଥାଏ। ପ୍ରତ୍ନତତ୍ତ୍ବବିତ୍ ଙ୍କୁ ଏଠାର ପ୍ରତ୍ୟେକ କବର ସ୍ଥାନରେ ଏକ କୂପ ମିଳିଥାଏ। ସୂଚନା ଅନୁଯାୟୀ ଏହି ସ୍ଥାନରେ ଲୋକମାନେ ନିଜ ପରିଜନଙ୍କୁ କବର ଦେବା ପରେ କୂପରେ କଏନ୍ ପକାଇଥାନ୍ତି। ଯଦି ଟଙ୍କା ତଳେ ଥିବା ପଥରରେ ପଡ଼ିଥାଏ ତେବେ ଆତ୍ମା ସ୍ବର୍ଗ ଲୋକରେ ପହଞ୍ଚିବାର ମାନ୍ୟତା ରହିଛି।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

25 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

27 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

33 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

42 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

42 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago