ସ୍ପେଶାଲ

ଏହି ମନ୍ଦିରକୁ ଯେ କେହି ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଝୁଲନ୍ତା ପଥରରେ ହୋଇଛି ନିର୍ମାଣ

ଭାରତର ମନ୍ଦିରଗୁଡ଼ିକ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ପ୍ରତ୍ୟେକ ମନ୍ଦିରର ଏକ ଭିନ୍ନ କାହାଣୀ ଅଛି। ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ଲୋକମାନଙ୍କୁ ବିସ୍ମିତ କରେ ଏପରିକି କେତେକ ମନ୍ଦିରର ସ୍ଥାପତ୍ୟ ଅତ୍ୟନ୍ତ ମହାନ୍ ହୋଇଥିବାବେଳେ କେତେକ ମନ୍ଦିର ଅସମ୍ପୂର୍ଣ୍ଣ ରହିଥାଏ । କିନ୍ତୁ ଆଜି ମଧ୍ୟ ସେମାନଙ୍କର ନିଜସ୍ୱ ଆକର୍ଷଣ ଅଛି । ଏହିପରି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ସିହୋନିଆରେ ଥିବା କକନମଠ ମନ୍ଦିର ଯାହାକୁ ଛୁଇଁବାକୁ ସାଧାରଣ ଲୋକ ତ ଦୂର କଥା ବୈଜ୍ଞାନିକ ବି ଡ଼ରନ୍ତି। ଏହା ବହୁ ଉଚ୍ଚ ଓ ଭବ୍ୟ ମନ୍ଦିର। ଏହା ବିନା ଚୂନ ସିମେଣ୍ଟରେ ତିଆରି ହୋଇଛି। ହଜାର ହଜାର ବର୍ଷର ଏହି ପୁରୁଣା ମନ୍ଦିର ଗୋଟିଏ ରାତିରେ ତିଆରି ହୋଇଥିବା ଶୁଣିବାକୁ ମିଳେ। କୁହାଯାଏ ଏହା ଭାରତର ସବୁଠୁ ଶକ୍ତିଶାଳୀ ଓ ପୁରୁଣା ମନ୍ଦିର।

କହିବାକୁ ଗଲେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୂ ଏହି ମନ୍ଦିର ଅନ୍ୟତମ। ଏହାର ଆଖପାଖରେ ଥିବା ବହୁ ମନ୍ଦିର ନଷ୍ଟ ହୋଇଗଲାଣି। ହେଲେ ଏହି ମନ୍ଦିର କିନ୍ତୁ ଅକ୍ଷୁର୍ଣ୍ଣ ହୋଇ ରହିଛି। ଯଦିଓ ଆଜି ଏହି ମନ୍ଦିର ବହୁ ପରିମାଣରେ ନଷ୍ଟ ହୋଇଯାଇଛି, ତଥାପି ଲୋକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି। କିଛି ପଥର ଯୋଡା ହୋଇ ମନ୍ଦିର ତିଆରି ହୋଇଛି। ଯେଉଁ ପଥରରେ ମନ୍ଦିର ତିଆରି ହୋଇଛି ତାହା ଆଖପାଖ କୌଣସି ଠାରେ ମିଳେନି।

ମନ୍ଦିରର ମଧ୍ୟ ଭାଗରେ ମହାଦେବଙ୍କ ଏକ ବିଶାଳ ମୂର୍ତ୍ତି ଓ ବିରାଟ ଶିବଲିଙ୍ଗ ରହିଛି। ଯେଉଁଠି ଲୋକଙ୍କ ଅଗାଢ ବିଶ୍ୱାସ ରହିଛି। ୧୨୦ ଫୁଟ ଉଚ୍ଚତା ଥିବା ମନ୍ଦିରର ଗର୍ଭଗୃହ ଶହଶହ ବର୍ଷ ପରେ ବି ବେଶ୍ ସୁରକ୍ଷିତ। କୁହାଯାଏ ଏହି ମନ୍ଦିରରେ କିଛି ଚମତ୍କାରୀ ଅଦୃଶ୍ୟ ଶକ୍ତି ରହିଛି। ଏନେଇ ଲୋକକଥା ରହିଛି ମନ୍ଦିର ଆଖପାଖରେ ଥିବା ପଥର ନେବାକୁ ପ୍ରୟାସ କରିଲେ ବହୁ ଭୟଙ୍କର ପରିସ୍ଥିତି ସାମନା କରିବାକୁ ପଡଥାଏ । ପଥର ନେବାକୁ ପ୍ରୟାସ କରିବା ମାତ୍ରେ ମନ୍ଦିର ଦୋହଲିବାକୁ ଲାଗିଥାଏ।

କିମ୍ବଦନ୍ତୀ ଅନୁଯାୟୀ ଏହି ମନ୍ଦିର ଏକାଦଶ ଶତାବ୍ଦୀରେ କଚ୍ଛପଘାଟ ଶାସକ କିର୍ତ୍ତୀରାଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କିଛି ବର୍ଷ ପୂର୍ବେ, ମନ୍ଦିରଟି ଅନେକ ଛୋଟ ମନ୍ଦିର ଦ୍ୱାରା ଘେରି ରହିଥିଲା । ଯଦିଓ, ବର୍ତ୍ତମାନ ଏହି ଛୋଟ ମନ୍ଦିରଗୁଡ଼ିକ ଏଠାରେ ଅବସ୍ଥିତ ନାହିଁ, ତଥାପି ସେମାନଙ୍କର ଚିହ୍ନ ଏଠାରେ ସ୍ପଷ୍ଟ ଭାବରେ ଦେଖାଯାଏ । ବିଶ୍ୱାସ କରାଯାଏ ଯେ ରାଜା କୀର୍ତ୍ତୀରାଜଙ୍କ ରାଣୀ କକନାବତୀ ଭଗବାନ ଶିବଙ୍କ ପ୍ରତି ଅଦମ୍ୟ ଭକ୍ତି ରଖିଥିଲେ ଏବଂ ଏହି ମନ୍ଦିର ତାଙ୍କ ନିର୍ଦ୍ଦେଶରେ ନିର୍ମିତ ହୋଇଥିଲା ତେଣୁ ଏହି ମନ୍ଦିରକୁ ରାଣୀ କକନାବତୀଙ୍କ ନାମରେ କକନମଠ ମନ୍ଦିର ଭାବରେ ନାମିତ କରାଯାଇଥିଲା।

ଏହା ମଧ୍ୟ କୁହାଯାଏ କି ଏହି ମନ୍ଦିରକୁ ଭୂତମାନଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା। ଭଗବାନ ଶିବଙ୍କୁ ଭୂତନାଥ ମଧ୍ୟ କୁହାଯାଏ ତେଣୁ ଭୂତମାନେ ଏଠାରେ ପୂଜା କରନ୍ତି। କାରଣ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଭୂତମାନଙ୍କ ଉପରେ ନ୍ୟସ୍ତ ହୋଇଥିଲା ଏବଂ ସେମାନଙ୍କୁ ଏହି କାମ ଗୋଟିଏ ରାତିରେ ଶେଷ କରିବାକୁ ପଡିଥିଲା। କିନ୍ତୁ ସକାଳ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲା । ସେବେଠାରୁ ମନ୍ଦିର ଅସମ୍ପୂର୍ଣ୍ଣ ହୋଇରହିଛି। ଏହି ମନ୍ଦିର କୌଣସି ଅବଶକୀୟ ସାମଗ୍ରୀରେ ପ୍ରସ୍ତୁତ ହୋଇନାହିଁ । କୁହାଯାଏ ଯେ ଏହି ମନ୍ଦିରର ପଥର ପବନରେ ଝୁଲିକି ରହିଥାଏ। ମନ୍ଦିରର ଉପରି ଭାଗରେ ଏକ ବହୁତ ଭାରୀ ପଥର ରଖାଯାଇଛି, ଯାହାର ଓଜନ ଅନେକ ଟନ୍ ସହିତ ସମାନ। ଏହାକୁ ଦେଖି ଏହା କୁହାଯାଇ ଯେ ଜଣେ ମଣିଷ ଏହା କରିବା ସମ୍ଭବ ନୁହେଁ । ସେଥିପାଇଁ ମନ୍ଦିରର ସମସ୍ତ ରହସ୍ୟ ରହସ୍ୟ ହୋଇ ରହିଯାଇଛି।

Barsha

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

36 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

45 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

58 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago