୫୮ ଅକ୍ଷର ବିଶିଷ୍ଟ ଏହି ସହରର ନାମ, ଜାଣନ୍ତୁ ଦୁନିଆର କିଛି ଅଦ୍ଭୁତ ସହରର ନାମ

ବିଶ୍ୱରେ ଅନେକ ମହାଦେଶ ଏବଂ ଦେଶ ରହିଛି। ଯାହାର ଅଲଗା ଅଲଗା ନାମ ରହିଛି। ବିଶ୍ୱର ଏମିତି କିଛି ଦେଶରେ କିଛି ସହରର ଅଦ୍ଭୁତ ନାମ ମଧ୍ୟ ରହିଛି। ଆପଣ ରହୁଥିବା ସହରର ନାମ ହୁଏତ ୧୦ଟି ଅକ୍ଷର କିମ୍ବା ଅଧିକରେ ୧୫ଟି ଅକ୍ଷରରେ ରହିଥିବ କିମ୍ବା ଆପଣ ଏହା ବିଷୟରେ ଜାଣିଥିବେ। କିନ୍ତୁ ଏପରି ଏକ ସହର ଅଛି, ଯାହାର ନାମରେ ୫୮ଟି ଅକ୍ଷର ରହିଛି। ଏମିତି ଏକ ସହରର ନାମ ହୋଇପାରେ ତାହା ବିଷୟରେ ଭାବି ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହ ହସ ମଧ୍ୟ ଲାଗୁଥାଇପାରେ। ଆଉ ଏହି ସହରର ନାମ ଉଚ୍ଚାରଣ କରିବା କଥା ଚିନ୍ତା କଲେ ମଧ୍ୟ ମୁଣ୍ଡ ଟେନସନ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଏମିତି କିଛି ସହରର ନାମ…

– Llanfairpwllgwyngyllgogerychwyrndrobwllllantysiliogogogoch… ଏହା କୌଣସି ବାକ୍ୟ ନୁହେଁ କିମ୍ବା ଭାବୁଥିବେ ଭୁଲରେ କୌଣସି ଟାଇପ ହୋଇଯାଇଛି। ହେଲେ ଆପଣଙ୍କ ଭାବନା ସଂପୂର୍ଣ୍ଣ ଭୁଲ। ଏହାକୁ ହେଉଛି ୟୁରୋପର ଏକ ସହରର ନାମ। ଯାହାର ନାମ ସବୁଠାରୁ ଅଧିକ ଲମ୍ବା। ଏହି ସହରର ନାମ ୫୮ଟି ଅକ୍ଷର ବିଶିଷ୍ଟ।

mexico

– ସେହିପରି ଆମେରିକାର ଏକ ସହରର ନାମ ବିଲକୁଲ ଅଜୀବ। ଯାହାର ନାମ ପିପି ରହିଛି।

– ନ୍ୟୁ ମେକ୍ସିକୋରେ ଏକ ସହର ରହିଛି, ଯାହାର ନାମ‘Truth or Consequences’।

– ଜର୍ମାନୀର ସହର ହାର୍ମବର୍ଗରେ ଅଢେଇ ହଜାର ବ୍ରିଜ ରହିଛି। ଯାହାର ଅଦ୍ଭୁତ ଅଦ୍ଭୁତ ନାମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.