ଏଠାରେ ବିବାହର ତିନି ଦିନ ପର୍ଯ୍ୟନ୍ତ ବର-କନ୍ୟା ଯାଆନ୍ତି ନାହିଁ ଟଏଲେଟ, ହୋଇଥାଏ ଘୋର ଅଶୁଭ, ଜାଣନ୍ତୁ କେଉଁ ଦେଶରେ ଚାଲିଛି ଏଭଳି ଅଜବ ପ୍ରଥା

ସାରା ବିଶ୍ୱରେ ବିବାହକୁ ନେଇ ଅନେକ ନୀତି, ନିୟମ ପ୍ରଚଳିତ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଇଣ୍ଡୋନେସିଆର ଏମିତି ଏକ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିୟମ ଅନୁସାରେ, ଏଠାରେ ବିବାହର ୩ ଦିନ ପର୍ଯ୍ୟନ୍ତ ନବବିବାହିତ ବର, କନ୍ୟାଙ୍କୁ ଟଏଲେଟ ଯିବାକୁ ଦିଆଯାଇ ନ ଥାଏ।

ritual3

ଟିଓଙ୍ଗ ସମ୍ପ୍ରଦାୟରେ ପ୍ରଚଳିତ ରହିଛି ଏମିତି ଅଜବ ପ୍ରଥା। ଯଦି କେହି ବର, କନ୍ୟା ଏହି ପ୍ରଥାକୁ ଉଲ୍ଲଂଘନ କରନ୍ତି, ତା’ହେଲେ ଏହା ଘୋର ଅଶୁଭ ହୋଇଥାଏ। ଟିଓଙ୍ଗ ସମ୍ପ୍ରଦାୟର ଲୋକଙ୍କ ବିଶ୍ୱାସ ଯେ ବର, କନ୍ୟା ବହୁତ ପବିତ୍ର ହୋଇଥାନ୍ତି। ଯଦି ସେମାନେ ବିବାହର ୩ ଦିନ ଭିତରେ ଟଏଲେଟ ଯାଆନ୍ତି, ତା’ହେଲେ ତାଙ୍କର ପବିତ୍ରତା ଭଙ୍ଗ ହୋଇଯାଇଥାଏ। ଯାହାଫଳରେ ସେମାନେ ଅଶୁଦ୍ଧ ହୋଇଯାଆନ୍ତି। ଏଥିପାଇଁ ଘର ଲୋକ ସେମାନଙ୍କ ଉପରେ ନଜର ରଖିଥାନ୍ତି।

ritual2

ଯଦି ବର, କନ୍ୟା ଏହି ପ୍ରଥା ଭାଙ୍ଗିଥାନ୍ତି, ତେବେ ତାଙ୍କ ବିବାହର ସମ୍ପର୍କ ମଧ୍ୟ ଭାଙ୍ଗିଯାଇପାରେ। କେବଳ ଏତିକି ନୁହେଁ, ଏହି ନିୟମକୁ ପାଳନ କରୁଥିବା ବର, କନ୍ୟା ଖରାପ ନଜରରୁ ମଧ୍ୟ ବର୍ତ୍ତି ଯାଇଥାନ୍ତି। ବିବାହ ପରେ ନବ ଦମ୍ପତି ଯେପରି ଟଏଲେଟ କମ ଯିବେ, ସେଥିପାଇଁ ସେମାନଙ୍କ ଖାଦ୍ୟପେୟ ମଧ୍ୟ କମ କରି ଦିଆଯାଇଥାଏ। ଏହି ପ୍ରଥାକୁ ବହୁତ କଡ଼ାକଡ଼ି ଭାବେ ପାଳନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.