ସ୍ପେଶାଲ

ମଙ୍ଗଳ ଗୋଚର: ଏହି ୩ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ଆଗାମୀ ୨୦ ଦିନ! ମଙ୍ଗଳ କୃପାରୁ ମିଳିବ ଏତେ ବଡ଼ ଖୁସି

ପ୍ରତ୍ୟେକ ଗ୍ରହର ରାଶି ପରିବର୍ତ୍ତନର ସମୟ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ମଙ୍ଗଳ ଗ୍ରହ ବି ନିଶ୍ଚିତ ସମୟ ପରେ ରାଶି ପରିବର୍ତ୍ତନ କରିଥାଏ। ଭୂମି, ବିବାହ, ସାହସର କାରକ ମଙ୍ଗଳ ଏହି ସମୟରେ ମେଷ ରାଶିରେ ରହିଛି। ମଙ୍ଗଳ ଗ୍ରହ ଗତ ୨୭ ଜୁନ୍‌ରେ ମେଷ ରାଶିରେ ଗୋଚର କରିଥିଲା ଏବଂ ଏହା ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହି ରାଶିରେ ବିଦ୍ୟମାନ କରିବ।

ଏହି ସମୟ ମଙ୍ଗଳ ଗ୍ରହ ୩ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେବ। ଆସନ୍ତୁ ଜାଣିବା, କିଏ ସେହି ଲକି ରାଶି, ଯାହାଙ୍କ ପାଇଁ ଜୁଲାଇ ୨୦୨୨ର ବାକି ଦିନ ଏବଂ ଅଗଷ୍ଟ ୨୦୨୨ର ପ୍ରଥମ ୧୦ ଦିନ ଶୁଭମୟ ହେବ।

ଏହି ୩ ରାଶିର ଲୋକଙ୍କ ଉପରେ ମଙ୍ଗଳର ଶୁଭଦୃଷ୍ଟି

ମିଥୁନ ରାଶି: ମଙ୍ଗଳ ଗୋଚର ମିଥୁନ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ରହିଛି। ଆଗାମୀ ଦିନରେ ଏହି ରାଶିର ଲୋକଙ୍କର ଆୟ ବୃଦ୍ଧି ଘଟିବ। ବ୍ୟବସାୟ, ବାଣିଜ୍ୟରେ ଧନଲାଭ ହେବ। ଆର୍ଥିକ ସ୍ଥିତି ଭଲ ରହିଛି। ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇବ ନାହିଁ। ତଥାପି ବଜେଟ୍‌ ପ୍ରସ୍ତୁତ କରି ଖର୍ଚ୍ଚ କରିବେ। କାର୍ଯ୍ୟ ପ୍ରଣାଳୀ ଭଲ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପରିବାରରେ ସୁଖ, ଶାନ୍ତି ବଢ଼ିବ।

କର୍କଟ ରାଶି: କର୍କଟ ରାଶିର ଲୋକଙ୍କ ପାଇଁ ମଧ୍ୟ ମେଷ ରାଶିର ମଙ୍ଗଳ ଶୁଭ ଫଳଦାୟୀ ହେବ। ଏହା ଖୁବ୍‌ ଧନ ପ୍ରଦାନ କରିବ। କ୍ୟାରିୟରରେ ଉନ୍ନତି କରାଇବ। ନୂଆ ଚାକିରିର ଅଫର୍‌ ଆସିପାରେ। ଚାକିରି ପରିବର୍ତ୍ତନ, ମନପସନ୍ଦର ଜାଗାକୁ ଟ୍ରାନ୍ସଫର ହେବାର ପୂରା ଯୋଗ ରହିଛି। ପ୍ରମୋଶନ, ଇନ୍‌କ୍ରିମେଣ୍ଟ ବି ହୋଇପାରେ। ବ୍ୟବସାୟର ନେଟ୍‌ଓ୍ଵାର୍କ ବଢ଼ିବ। ଯେଉଁ ଲୋକ ପ୍ରପର୍ଟି ସମ୍ବନ୍ଧୀୟ କାମ କରୁଛନ୍ତି, ସେମାନଙ୍କ ପାଇଁ ସମୟ ବହୁତ ଭଲ ରହିଛି। ଆପଣ ଏ କ୍ଷେତ୍ରରେ ଅଗ୍ରଗତି କରିବେ।

ସିଂହ ରାଶି: ସିଂହ ରାଶିର ଲୋକଙ୍କ ପାଇଁ ବି ମଙ୍ଗଳ ଗୋଚର ଲାଭ ପ୍ରଦାନ କରିବ। ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ବିଦେଶରୁ ଲାଭ ପାଇବେ। କାମରେ ସଫଳତା ମିଳିବ। ଏ ପର୍ଯ୍ୟନ୍ତ ଯେଉଁ କାମ ଅଟକି ରହିଥିଲା, ତାହା ପୂରଣ ହେବ। ସରକାରୀ କ୍ଷେତ୍ର ସହ ଜଡ଼ିତ କାମରେ ସଫଳତା ମିଳିବ। ବ୍ୟବସାୟିକ ଯାତ୍ରାରେ ଯାଇ ପାରିବେ। ପରୀକ୍ଷା, ଇଣ୍ଟରଭ୍ୟୁରେ ସଫଳତା ମିଳିବ। କହିବାକୁ ଗଲେ, ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭମୟ ହେବ। ସବୁଆଡ଼ୁ ଆପଣଙ୍କୁ ଶୁଭ ଫଳ ମିଳିବ।

Roshni

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

24 seconds ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

23 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

31 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

37 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

46 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

48 mins ago