Below header

କମିବାରେ ଲାଗିଛି ବିରଳ ଗୋମୁହାଁ କୁମ୍ଭୀରଙ୍କ ସଂଖ୍ୟା, ଦିନଥିଲା ଏଠାକୁ ଛୁଟୁଥିଲା ପର୍ଯ୍ୟଟକଙ୍କ ସୁଅ

ଆମ ଦେଶରେ ବିଭିନ୍ନ ପ୍ରଜାତିର କୁମ୍ଭୀର ଅଛନ୍ତି । ସେଥି ମଧ୍ୟରୁ ଗୋମୁହାଁ କୁମ୍ଭୀର ବିରଳ । ଏହି କୁମ୍ଭୀର ଭାରତରେ ଲୋପ ପାଇଯିବାର ଆଶଙ୍କା କରି ସରକାର  ଦେଶର ବିଭିନ୍ନ ସ୍ଥାନରେ ପ୍ରଜଜନ କେନ୍ଦ୍ର ଖୋଲିଥିଲେ ।

କରଞ୍ଜିଆ (କେନ୍ୟୁଜ୍): ଆମ ଦେଶରେ ବିଭିନ୍ନ ପ୍ରଜାତିର କୁମ୍ଭୀର ଅଛନ୍ତି । ସେଥି ମଧ୍ୟରୁ ଗୋମୁହାଁ କୁମ୍ଭୀର ବିରଳ । ଏହି କୁମ୍ଭୀର ଭାରତରେ ଲୋପ ପାଇଯିବାର ଆଶଙ୍କା କରି ସରକାର  ଦେଶର ବିଭିନ୍ନ ସ୍ଥାନରେ ପ୍ରଜଜନ କେନ୍ଦ୍ର ଖୋଲିଥିଲେ । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ଯଶିପୁର ରାମତୀର୍ଥ ୧୯୭୯ ମସିହାରେ ପ୍ରଜଜନ କେନ୍ଦ୍ର ସହିତ ଗବେଷଣା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ରାମତୀର୍ଥଟି ଶିମିଳିପାଳରୁ ବାହାରିଥିବା ଖଇରୀ ନଦୀ କୂଳରେ ଅବସ୍ଥିତ ।

ପ୍ରାକୃତିକ ପରିବେଶ କୁ ଆଖି ଆଗରେ ରଖି  ଏହି କୁମ୍ଭୀର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ରାମତୀର୍ଥରେ  ଗୋମୁହାଁ କୁମ୍ଭୀର ଉପରେ ଗବେଷଣା କରାଯାଉଥିଲା । ଏହି ଗୋମୁହାଁ କୁମ୍ଭୀର ମଧୁର ପାଣିରେ ରହିବାକୁ ପସନ୍ଦ କରେ । ନଦୀ, ହ୍ରଦ, ବଡ଼ ପୋଖରୀ, ସନ୍ତସନ୍ତିଆ ଅଞ୍ଚଳରେ ଏମାନେ ବସବାସ କରନ୍ତି । ପ୍ରଖର ସୁଅ ଓ ଗଭୀର ପାଣି ଅପେକ୍ଷା ଗୋମୁହାଁ କୁମ୍ଭୀର ଧୀର ସୁଅ ଓ ଅଳ୍ପ ଗଭୀର ପାଣିରେ ରହିବା ପସନ୍ଦ କରେ ।

ବେଳେବେଳେ ଜଳସେଚନ ପାଇଁ ଉଦ୍ଦିଷ୍ଟ ବନ୍ଧ ଓ କେନାଲ୍ରେ ମଧ୍ୟ ଗୋମୁହାଁ କୁମ୍ଭୀରମାନଙ୍କୁ ଦେଖାଯାଇଥାଏ । ଯଦିଓ ଗୋମୁହାଁ କୁମ୍ଭୀର  ଆବଶ୍ୟକ ପଡ଼ିଲେ ଲୁଣା ହ୍ରଦରେ ମଧ୍ୟ ରହିପାରେ ।  ଗୋମୁହାଁ କୁମ୍ଭୀର ଏକ ଚତୁର ଓ କୁଶଳୀ ଶିକାରୀ ଜୀବ । ଗୋମୁହାଁ କୁମ୍ଭୀର ଛପି ରହି ଶିକାରକୁ ନିଜ ପାଖକୁ ଆସିବାର ସୁଯୋଗ ଦିଏ ଓ ତା’ପରେ ତାହା ଉପରେ ଅତର୍କିତ ଆକ୍ରମଣ କରିଥାଏ । ଗୋଳିଆ ପାଣିରେ ଏମାନଙ୍କ ଦେହର ରଙ୍ଗ ମିଶିଯାଏ, ତେଣୁ ଛପି ରହିଥିବା କୁମ୍ଭୀରକୁ ଚିହ୍ନଟ କରିବା ଅତି କଷ୍ଟକର । ଛପି ରହି ଗୋମୁହାଁ କୁମ୍ଭୀର ଶିକାର କରିଥାଏ ।

ମାଛ, ଅନ୍ୟ ସରୀସୃପ, ପକ୍ଷୀ ଓ କିଛି ସ୍ତନ୍ୟପାୟୀ ଜୀବଙ୍କୁ ଏହି କୁମ୍ଭୀର ଖାଇଥାଏ । ଏହି କୁମ୍ଭୀର ବିଶ୍ୱର ସବୁଠୁ ଉଚ୍ଚ ସ୍ଥାନ ରେ ମଧ୍ୟରେ ମଧ୍ୟ ବଢି ପାରନ୍ତି ।  ସମୁଦ୍ର ପତନ ଠାରୁ ୮୨୨ ମିଟର ଉଚ୍ଚତାରେ ଥିବା ଶିମିଳିପାଳ ଅଭୟାରଣ୍ୟର ଉପରେ ବାରା କାମୁଡ଼ାରେ ଏହି କୁମ୍ଭୀର ବଢିପାରନ୍ତି । ଏହା ହେଉଛି ବିଶ୍ୱର ପ୍ରଥମ ଘଟଣା ଯାହା କି ୮୨୨ ମିଟର ଉଚ୍ଚତାରେ କୁମ୍ଭୀର ରହିବା ଘଟଣାକୁ ତତ୍କାଳୀନ PCCF ସନ୍ଦୀପ ତ୍ରିପାଠୀ ସୂଚନା ଦେଇଥିଲେ ।

ରାମତୀର୍ଥ ଠାରେ କୁମ୍ଭୀର ଗବେଷଣା କରିବା ପାଇଁ ବେଶ ଉପଯୋଗୀ । ଏଠିକାର ପାଣିପବନ ଏବଂ ପରିବେଶ କୁ ଗୋମୁହାଁ  କୁମ୍ଭୀର ପାଇଁ କୋୖଣସି ଅସୁବିଧା ହେଇ ନଥାଏ । ପ୍ରଥମେ ତାମିଲନାଡୁ ର କୁମ୍ଭୀର ବ୍ୟାଙ୍କ ରୁ ୨୪ଟି  କୁମ୍ଭୀରକୁ ଅଣାଯାଇ ଗବେଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୮ ମସିହାରେ ନନ୍ଦନକାନନରୁ ୧୨ କୁମ୍ଭୀର ଶାବକ ଅଣା ଯାଇଥିଲା ଗବେଷଣା ପାଇଁ । ରାମତୀର୍ଥରେ ଭଲ ଭାବେ ବଢି ପାରନ୍ତି ଗୋମୁହାଁ କୁମ୍ଭୀର ।

project

୧୯୮୪ ମସିହାରୁ ୧୯୮୭ ମସିହା ମଧ୍ୟରେ ୧୫୧୭ ଟି ଅଣ୍ଡା ସଂଗ୍ରହ କରାଯାଇଥିଲା ।  ଗୋଟିଏ ଗୋମୁହାଁ ମାଈ କୁମ୍ଭୀର ୩୦ ରୁ ୪୦ ଟି ଅଣ୍ଡା ଦେଇଥାନ୍ତି । ଏହି ଅଣ୍ଡା ର ଲମ୍ବ ୭୫ମି.ମି ହେଇଥିବା ବେଳେ ଓସାର ୫୦ ମି.ମି ହେଇଥାଏ  । ଏହି କୁମ୍ଭୀର ଗୁଡ଼ିକ ଫେବ୍ରୁଆରୀ ରୁ ମାର୍ଚ୍ଚ ମଧ୍ୟ ରେ ଅଣ୍ଡା ଦେଇଥାନ୍ତି । ଆଉ ଅଣ୍ଡା ରୁ ଛୁଆ ଫୁଟିବା ପାଇଁ  ୭୫ ରୁ ୯୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ । କୁମ୍ଭୀର ମାନକୁ ଘୁଷୁରୀ ମାଂସ , ମାଛ ଏବଂ କୁକୁଡ଼ା ମାଂସ ଖାଇବାକୁ ଦିଆଯାଇଥାଏ  । ମାର୍ଚ୍ଚ ରୁ ସେପ୍ଟେମ୍ବର ସପ୍ତାହ ରେ ୩ ଦିନ ଖାଇବା କୁ ଦିଆଯାଉଥିବା ବେଳେ ଅକ୍ଟୋବର ରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ସପ୍ତାହ କୁ ଦୁଇଥର ଖାଇବାକୁ ଦିଆଯାଇଥାଏ ।

କୁମ୍ଭୀର ପ୍ରକଳ୍ପ ସହିତ ଏଠାରେ ଏକ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଏଥିରେ କୁମ୍ଭୀର ମାନଙ୍କ ବିଷୟ ରେ ଜାଣିବା ସହିତ ବିଭିନ୍ନ ପଶୁପକ୍ଷୀ ବିଷୟ ରେ ଲେକମାନେ ଜାଣିବା ପାଇଁ ସୁଯୋଗ ପାଇ ପାରୁଛନ୍ତି । ବିଶେଷ କରି ଶିମିଳିପାଳରେ ବସବାସ କରୁଥିବା ଲେକମାନଙ୍କ ପରମ୍ପରା ସଂସ୍କୃତି ବିଷୟ ରେ ମଧ୍ୟ ସୂଚନା ଦିଆଯାଇଛି । ଏହି କୁମ୍ଭୀର ପ୍ରକଳ୍ପରୁ ଶିମିଳିପାଳର ବିଭିନ୍ନ ନଦୀରେ ୭୦୦ ରୁ ଊର୍ଦ୍ଧ୍ବ କୁମ୍ଭୀର ଛଡା ଯାଇଛି ।  ବିଭିନ୍ନ କାରଣ ପାଇଁ ଏଠାରେ କୁମ୍ଭୀର ଗବେଷଣା ଏବଂ ପଜଜନ କେନ୍ଦ୍ର କିଛି ବର୍ଷ ହେବ ବନ୍ଦ ହେଇଯାଇଛି । ଯେଉଁଠି ଦିନେ ଶହ ଶହ କୁମ୍ଭୀର ରହୁଥିଲେ ଆଜି ମାତ୍ର ୬ ଟି କୁମ୍ଭୀର ଅଛନ୍ତି ।

୨୦୨୩ ମସିହାରେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ବାହାରିଥିବା ଦେଓ ନଦୀ, ଖଇରୀ ଭଣ୍ଡନ ନଦୀ,ଖଡ଼ଖାଇ ନଦୀ,ବୁଢାବଳଙ୍ଗ ନଦୀ,ଠକଠାକି ଏବଂ ରାମତୀର୍ଥ ରେ ମିଶି ୮୬ ଟି କୁମ୍ଭୀର ଥିଲା ।  ୨୦୨୪ ମସିହାରେ କୁମ୍ଭୀର ଗଣନା ରିପୋର୍ଟ ଅନୁଯାୟୀ  ଦେଓ ନଦୀ, ଖଇରୀ ଭଣ୍ଡନ ନଦୀ,ଖଡ଼ଖାଇ ନଦୀ,ବୁଢାବଳଙ୍ଗ ନଦୀ, ଠକଠାକି ଏବଂ ରାମତୀର୍ଥ  ମିଶି ୮୨ ଟି କୁମ୍ଭୀର ଅଛନ୍ତି ଚଳିତ ବର୍ଷ ୪ ଟି କୁମ୍ଭୀର ସଂଖ୍ୟା କମିଛି  ।

ଦିନ ଥିଲା ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା କୁମ୍ଭୀର ପ୍ରକଳ୍ପକୁ । ଏବେ ଅଳ୍ପ ସଂଖ୍ୟକ କୁମ୍ଭୀର ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାର ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ପଡିଛି ପର୍ଯ୍ୟଟନ କ୍ଷେତ୍ର ଉପରେ । ବିଶେଷ କରି ହୋଟେଲ, ଲଜ, ବିଭିନ୍ନ ଦୋକାନ ଉପରେ ସିଧାସଳଖ ପ୍ରଭାବ ପଡିଛି ।  ପୁନର୍ବାର ଗବେଷଣା ଏବଂ ପଜଜନ ଆରମ୍ଭ କରିବାକୁ ଦାବି ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.