ଦୁନିଆର ଏକମାତ୍ର ଗାଁ ଯେଉଁଠାରେ ହୁଏନାହିଁ ବର୍ଷା, ଜାଣନ୍ତୁ କଣ ରହିଛି କାରଣ

ୟମନର ରାଜଧାନୀ ସନାରେ ଏହି ଗାଁ ଅବସ୍ଥିତ । ଅଲ-ହୁତୈବ ଗାଁ ଭାବେ ଏହା ପରିଚିତ । ଏହି ଗାଁ ପୃଥିବୀ ସ୍ତରରୁ ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ ।

(କେନ୍ୟୁଜ ବ୍ୟୁରୋ): ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ବହୁତ କମ ବର୍ଷା ହୋଇଥାଏ । ଏହା ବ୍ୟତୀତ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଲଗାତାର ବର୍ଷା ହୋଇଥାଏ । ଭାରତର ମେଘାଳୟ ରାଜ୍ୟରେ ସର୍ବାଧିକ ବର୍ଷା ହେଉଥିବାର ରେକର୍ଡ କରାଯାଇଛି । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ବର୍ଷା ହୋଇନାହିଁ । ତେବେ ଆଜି ଆପଣ ଏହି ଗାଁ ବିଷୟରେ ଜାଣିବେ । କାହିଁକି ଏହି ସ୍ଥାନରେ ବର୍ଷା ହୁଏନାହିଁ ।

ମିଳିଥିବା ସୂଚନା ଅନୁସାରେ, ୟମନର ରାଜଧାନୀ ସନାରେ ଏହି ଗାଁ ଅବସ୍ଥିତ । ଅଲ-ହୁତୈବ ଗାଁ ଭାବେ ଏହା ପରିଚିତ । ଏହା ଅତ୍ୟଧିକ ଗରମ ଅଞ୍ଚଳରେ ରହିଛି । କିନ୍ତୁ ଥଣ୍ଡା ଦିନ ମାନଙ୍କରେ ସକାଳ ସମୟରେ ଏଠାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ । ଏହି ଦିନ ମାନଙ୍କରେ ଥଣ୍ଡାର ପରିମାଣ ଏତେ ଅଧିକ ହୋଇଥାଏ ଯେ, ଲୋକମାନେ ଘରୁ ବାହାରନ୍ତି ନାହିଁ । ସେହିପରି ଗରମ ଦିନ ମାନଙ୍କରେ ଏଠାକାର ବାସିନ୍ଦା ଅସହ୍ୟ ଗରମ ର ସାମ୍ନା କରିଥାନ୍ତି ।

ଥଣ୍ଡା ଗରମ ହେଉଥିଲେ ମଧ୍ୟ ଏଠାରେ ବର୍ଷା ହୋଇନଥାଏ । ଏହାର କାରଣ ଏହି ଗାଁ ପୃଥିବୀ ସ୍ତରରୁ ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ । ସ୍ଥାନୀୟ ରିପୋର୍ଟ ରେ କୁହାଯାଇଛି ଯେ, ବାଦଲ ୨୦୦୦ ମିଟର ଉଚ୍ଚରେ ରହିଥାଏ । ଅର୍ଥାତ ଗାଁ ର ବହୁତ ତଳେ ହିଁ ବାଦଲ ଥାଏ । ଏଭଳି କାରଣରୁ ହିଁ ଏହି ଗାଁରେ ବର୍ଷା ହୁଏନାହିଁ । ଏଠାରେ ବର୍ଷା ହେଉ ନଥିଲେ ମଧ୍ୟ ଏଠାକାର ବାସିନ୍ଦା ଏହାକୁ ସ୍ୱର୍ଗ ବୋଲି କହିଥାନ୍ତି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ୟମନର ଅଲ-ହୁତୈବ ନାମକ ଏହି ଗାଁ ବହୁତ ପ୍ରସିଦ୍ଧ । ପର୍ଯ୍ୟଟକ ଏଠାକୁ ସବୁବେଳେ ଆସିଥାନ୍ତି । ଏହି ଗାଁ ପାହାଡ଼ ଶିଖରରେ ଅବସ୍ଥିତ । ପାହାଡ଼ ଉପରୁ ତଳ ଅଞ୍ଚଳର ଦୃଶ୍ୟ ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥାଏ । ଗାଁରେ ଅଧିକ ଘର ନଥିଲେ ମଧ୍ୟ ଏଠାକାର ସୁନ୍ଦର ପରିବେଶ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଅଲ- ହୁତୈବ ଗାଁ ସହରର ବିଶେଷତା ସହିତ ଆଧୁନିକ ବାସ୍ତୁ କଳାକୁ ମଧ୍ୟ ଯୋଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.