ଆକାଶରେ ଉଡ଼ୁଥିଲା ବିମାନ, ହଠାତ୍‌ ସରିଗଲା ଇନ୍ଧନ; ଆଉ ତା’ପରେ ଯାହା ହେଲା ଦେଖି ନିଅନ୍ତୁ ଭିଡିଓ…

ଆମେରିକାର ଫ୍ଲୋରିଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଆକାଶରେ ଉଡ଼ୁଥିବା ଏକ ବିମାନରେ ହଠାତ୍‌ ଇନ୍ଧନ ସରିଯିବାରୁ ବିମାନଟି ତଳକୁ ଖସି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ୍‌ କିଛି ବୁଝିବା ଆଗରୁ ବିମାନ ଆଉଟ୍‌ ଅଫ୍‌ କଣ୍ଟ୍ରୋଲ ହୋଇ ଯାଇଥିଲା, ଯାହାଫଳରେ ମିନି ପ୍ଲେନ୍‌ଟି ଏକଦମ୍‌ ତଳେ ଆସି ପଡ଼ିଥିଲା।

ଏହି ଦୃଶ୍ୟ ଦେଖି ଆଖାପାଖରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ଦେଖୁ ଦେଖୁ ବ୍ୟସ୍ତବହୁଳ ରାସ୍ତା ଉପରେ ବିମାନ କ୍ରଶ୍‌ ହୋଇଥିଲା। ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଘଟଣାଟି ଫ୍ଲୋରିଡାର ଓର୍ଲାଣ୍ଡୋ ସହରର ବୋଲି କୁହାଯାଉଛି। ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ଏଥିରେ ପାଇଲଟ୍‌ ସାମାନ୍ୟ ଆହତ ହୋଇଥିବା ଖବର ରହିଛି।

ରିପୋର୍ଟ ମୁତାବକ, ଏକ ମିନି ବିମାନ ଓର୍ଲାଣ୍ଡୋ ଆକାଶରେ ଉଡ଼ାଣ ଭରୁଥିଲା। ହଠାତ୍‌ ଏହିି ସମୟରେ ଏହାର ଇନ୍ଧନ ସରି ଯାଇଥିଲା। ପାଇଲଟ୍‌ଙ୍କ ଧ୍ୟାନ ଏହା ଉପରକୁ ଯିବା ପୂର୍ବରୁ ହିଁ ବିମାନଟି ତଳକୁ ଖସି ପଡ଼ିଥିଲା। କିଛି ହିଁ ସେକେଣ୍ଡ ଭିତରେ ଏହା ରାସ୍ତା ଉପରେ କ୍ରଶ୍‌ ହୋଇଥିଲା। ଏହି ସମୟର ପୂରା ଘଟଣାକୁ ଜଣେ କାର୍‌ ଚାଳକ ନିଜ କ୍ୟାମେରାରେ କଏଦ କରି ନେଇଥିଲେ।

ପାଇଲଟ୍‌ କହିଛନ୍ତି, ସେ ବିମାନର ଖରାପ ରେଡିଓକୁ ଠିକ୍‌ କରିବାରେ ବହୁତ ବ୍ୟସ୍ତ ଥିଲେ, ଯେଉଁ କାରଣରୁ ବିମାନର ଇନ୍ଧନ ଶେଷ ଯାଇଥିବା ନେଇ ସେ ଜାଣିପାରି ନ ଥିଲେ। ସେପଟେ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.