Categories: ସ୍ପେଶାଲ

ଭାରତର ରାଜନୀତିକୁ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରକୃତ ରାଜନୈତିକ ଗୁରୁ

ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଏ ବା ନ ଜାଣେ । ଖାଲି ଭାରତରେ ନୁହେଁ ସମଗ୍ର ପୃଥିବୀରେ ଜଣେ ଦକ୍ଷ ନେତା ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଲେଣି । ୧୯୫୦ ମସିହା ସେପ୍ଟେମ୍ବର ମାସ ୧୭ ତାରିଖରେ ଜନ୍ମ ହୋଇଥିବା ପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦି ନିଜ ଜୀବନର ୬୯ ଟି ସଫଳତମ ପାହାଚ ଚଢି ସାରିଲେଣି କହିଲେ ଚଳେ । ଗୁଜରାଟର ବଡ଼ନଗରରେ ତାଙ୍କ ଜନ୍ମ । ୧୯୫୦ ମସିହା ଆଜିର ଦିନରେ ପିତା ଦାମୋଦର ମୁଲଚାନ୍ଦ ମୋଦି ଓ ମାତା ହୀରାବେନଙ୍କ କୋଳ ମଣ୍ଡନ କରିଥିଲେ । ସେ ନିଜ ମାଙ୍କୁ ହିଁ ପ୍ରଥମ ପ୍ରେରଣା ବା ପ୍ରଥମ ଗୁରୁ ଭାବେ ମାନିଥାନ୍ତି । ତାଙ୍କୁ ଦେଖିଲେ ଏମିତି ଲାଗେ ସତେ ଯେପରି ତାଙ୍କ ନିଜ ଜୀବନକୁ ଦେଶ ସେବା ତଥା ମା ଓ ମାଟି ପାଇଁ ହିଁ ଉତ୍ସର୍ଗ କରିଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ ଅତି ସାଧାରଣ ଜୀବନ ଶୈଳୀ ଅତିବାହିତ କରୁଥିବା ମୋଦି କିନ୍ତୁ ବହୁ ଅସାଧାରଣ କାର୍ଯ୍ୟକୁ ରୁପାୟିତ କରିପାରିଛନ୍ତି ।

କିନ୍ତୁ ମୋଦିଙ୍କର ଏହି ସଫଳତା ପଛରେ ଏକ ବିଶିଷ୍ଟ ବ୍ୟକ୍ତିଙ୍କର ହାତ ଥିଲା । ନିଜ ମାଙ୍କ ପରେ ମୋଦି ଏହି ବ୍ୟକ୍ତି ଜଣଙ୍କୁ ହିଁ ନିଜ ଜୀବନର ଗୁରୁ ଭାବେ ଗ୍ରହଣ କରିଥିଲେ । ତାଙ୍କରି ତତ୍ୱାବଧାନରେ ହିଁ ମୋଦି ନିଜ ରାଜନୈତିକ ଜୀବନର ପ୍ରଥମ ପାହାଚ ଚଢ଼ିଥିଲେ । ଏକ ସାଧାରଣ ଚାହାବାଲା ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦୀର୍ଘ ରାସ୍ତାରେ ଏହି ବ୍ୟକ୍ତି ଜଣକ ହିଁ ଏକ ଗୁରୁତ୍ୱପୂର୍ଣ ଭୂମିକା ନିଭେଇଥିଲେ । ମୋଦିଙ୍କ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ତାଙ୍କର ହିଁ ପ୍ରମୁଖ ହାତ ଥିଲା ।  କିନ୍ତୁ ମୋଦିଙ୍କ ଏହି ଗୁରୁଙ୍କ ବିଷୟରେ ହୁଏତ ବହୁତ କମ ଲୋକ ଜାଣନ୍ତି । ଆସନ୍ତୁ ଆଜି ଜାଣିବା ମୋଦିଙ୍କ ସେହି ଗୁରୁଙ୍କ ବିଷୟରେ କିଛି । ସେ ହେଉଛନ୍ତି ସେତେଵେଳ ସମୟରେ ଗୁଜୁରାଟର ଜଣେ ବିଶିଷ୍ଟ ଓକିଲ ଲକ୍ଷ୍ମଣ ନନ୍ଦ ଇମାନଦାର । ଏକଦା ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାର ଅବସରରେ ମୋଦି କହିଥିଲେ କି ନିଜ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ସେ ଏହି ଗୁରୁଙ୍କର ପରାମର୍ଶ ନେଇଥାନ୍ତି । ମୋଦି ନିଜ ଗୁରୁ ଇମାନଦାରଙ୍କ ସହ ପ୍ରଥମେ ୧୯୬୦ ମସିହାରେ ଭେଟିଥିଲେ ।

ଇମାନଦାର ୧୯୪୩ ମସିହାରେ ଆରଏସଏସ ର ପ୍ରଚାରକ ଭାବେ ଗୁଜୁରାଟ ଦାୟିତ୍ୱରେ ନିଯୁକ୍ତ ଥିଲେ । ସେ ମଧ୍ୟ ବିଭିନ୍ନ ସ୍ଥାନରୁ ସ୍ଥାନକୁ ବୁଲି ଯୁବକ ମାନଙ୍କୁ ପ୍ରୋତ୍ସାହନ କରିଥାନ୍ତି । ଏହି ସମୟରେ ହିଁ ମୋଦି, ଇମାନଦାରଙ୍କ କଥା କହିବା ଶୈଳୀ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ । କିନ୍ତୁ କିଛି ବର୍ଷର ବ୍ୟବଧାନ ପରେ ମୋଦି ପୁଣି ଥରେ ଗୁଜୁରାଟର ହେଡ଼ଗବର ଭବନ ଠାରେ ଗୁରୁ ଇମାନଦାରଙ୍କ ସମ୍ପର୍କରେ ଆସିଥିଲେ । ନିଜ ଗୁରୁଙ୍କ ପ୍ରେରଣାରେ ମୋଦି ଆରଏସଏସର ହେଡ଼ କୁଏଟର୍ସକୁ ଆସିଥିଲେ । ବହୁ ତଳ ସ୍ତରରୁ ହିଁ ମୋଦି ଆରଏସଏସର ସଦସ୍ୟ ଭାବେ କାମ ଆରମ୍ଭ କରିଥିଲେ । ସଙ୍ଘ କାର୍ଯ୍ୟାଳୟକୁ ସଫା ସୁତୁରା କରିବା, ସଭ୍ୟ ମାନଙ୍କୁ ଚାହା ଯୋଗାଇବା, ନିଜ ଗୁରୁଙ୍କ ସେବା କରିବା ପରି କାମ ମୋଦି କରୁଥିଲେ । ଏହି ପରି ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।

 

ଏହା ସହ ପଢନ୍ତୁ:

ସମସ୍ତ ପାଇଁ ଉଦାହରଣ ପାଲଟିଲେ ଆଇଏଏସ୍‌ ଅଧିକାରୀ, ମାତ୍ର ୧୮ ହଜାର ଟଙ୍କାରେ କଲେ ପୁଅ ବିବାହ

ଏହି ଏକ ବର୍ଷ ଭିତରେ ହିଁ ମୋଦି ନିଜ ଗୁରୁଙ୍କୁ ବହୁ ନିକଟରୁ ଦେଖିଥିଲେ।  ବିଭିନ୍ନ ପ୍ରକାର ପୁସ୍ତକ ପଢାପଢି କରିବା ତଥା ସାଧାରଣ ଜୀବନ ଅତିବାହିତ କରିବାର ପ୍ରେରଣା ସେ ନିଜର ଏହି ଗୁରୁଙ୍କ ଠାରୁ ହିଁ ପାଇଥିଲେ । ୧୯୭୨ ମସିହାରେ ହିଁ ସେ ମୋଦିଙ୍କୁ ସଂଘର ସ୍ଥାୟୀ ସଦସ୍ୟତା ପ୍ରଦାନ କରିଥିଲେ । ଦେଶକୁ ଜଣେ ସୁଯୋଗ୍ୟ ପ୍ରଧାନ ମନ୍ତ୍ରୀ ଦେଇଥିବା ଏହି ଗୁରୁଙ୍କର ମୃତ୍ୟୁ ୧୯୮୫ ମସିହାରେ ହିଁ ହୋଇଥିଲା ।
ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ୨୦୦୮ ମସିହାରେ ‘ଇମାନଦାର ସହିତ ସଂଘ’ର ୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ଉପରେ ଏକ ପୁସ୍ତକ ରଚନା କରିଥିଲେ ।

ନିଜ ଗୁରୁ ଇମାନଦାରଙ୍କ ସମ୍ପର୍କରେ ମୋଦି କହିଥିଲେ କି ଓକିଲ ଶାହବଙ୍କର ନିଜ ଶ୍ରୋତା ମାନଙ୍କୁ ବାନ୍ଧି ରଖିବାର ଏକ ବିଶେଷ ଗୁଣ ଥିଲା । ଖାଲି ଏତିକି ନୁହେଁ ଇମାନଦରଙ୍କ ବ୍ୟକ୍ତିତ୍ୱକୁ ଏକ କବିତା ମାଧ୍ୟମରେ ମଧ୍ୟ ପ୍ରକାଶ କରିଛନ୍ତି । ଏନଡି ମାରିନୋଙ୍କ ଦ୍ୱାରା ଗତ ଏପ୍ରିଲ ମାସରେ ପ୍ରକାଶିତ ଏକ ପୁସ୍ତକ ‘ମୋଦି ଦ ପଲିଟିକାଲ ବାୟୋଗ୍ରାଫି’ରେ ମୋଦିଙ୍କ ଗୁରୁ ଇମାନଦାରଙ୍କୁ ଗୁଜୁରାଟର ସଂଘ ପରିବାରର ଜନକ ଭାବେ ବର୍ଣ୍ଣନା କରିଛନ୍ତି । ଏମିତିକି ଛୋଟ ବେଳେ ଘର ଛାଡି ମୋଦି ଅହମଦାବାଦ ଆସିଲା ପରେ ଇମାନ ଦାର ହିଁ ମୋଦିଙ୍କ ପିତା ସଦୃଶ ପାଲଟି ଯାଇଥିଲେ । ହୁଏତ ସଂଘ ପରିବାରର ଏହି ବରିଷ୍ଠ ସଦସ୍ୟ ଜଣଙ୍କ ମୋଦିଙ୍କର ଥିବା ଏହି ଦକ୍ଷ ନେତୃତ୍ୱକୁ ନେବା ଗୁଣକୁ ହିଁ ପ୍ରଥମେ ଠଉରାଇ ପାରିଥିଲେ ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

3 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

12 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

24 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

31 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

33 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

50 mins ago