ଭାରତର ସବୁଠୁ ଗରିବ ଜିଲ୍ଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ମୋଟ ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ର ଶାସିତ ଅଞ୍ଚଳ ଅଛି । ଏହି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ସମୁଦାୟ ୭୯୭ଟି ଜିଲ୍ଲା ଅଛି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ଏପରି ଏକ ଜିଲ୍ଲା ଅଛି ଯାହା ଗରିବ ଜିଲ୍ଲା ଭାବରେ ପରିଗଣିତ ହେଉଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଜିଲ୍ଲାରେ କୌଣସି ସହର ନାହିଁ । ଏହି ଜିଲ୍ଲା ଦାରିଦ୍ର୍ୟର ସୀମା ରେଖା ତଳେ ରହିଛି । ଏବଂ ବର୍ତ୍ତମାନ ଏହି ଜିଲ୍ଲା ବିଷୟରେ ଆଲୋଚନା ଜୋର ଧରିଛି । ତେବେ ଆସନ୍ତୁ ଜାଣିବା ଭାରତର ସବୁଠାରୁ ଗରିବ ଜିଲ୍ଲାର ନାମ କଣ?

ଭାରତର ସବୁଠାରୁ ଗରିବ ଜିଲ୍ଲା ହେଉଛି ମଧ୍ୟପ୍ରଦେଶର ଅଲିରାଜପୁର । ରିପୋର୍ଟ ଅନୁଯାୟୀ ଅଲିରାଜପୁର ଜିଲ୍ଲାରେ ଦାରିଦ୍ର୍ୟର ହାର ସର୍ବାଧିକ। ଏହି ଜିଲ୍ଲାର ସମୁଦାୟ ଜନସଂଖ୍ୟା ପ୍ରାୟ ୭ ଲକ୍ଷ ୨୮ ହଜାର, ଯେଉଁଥିରୁ ୭୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି ।

ଅଲିରାଜପୁର ଜିଲ୍ଲାର ପରିସ୍ଥିତି ଅନେକ କାରଣରୁ ଚିନ୍ତାର କାରଣ ହୋଇଛି । ଏଠାରେ ମୌଳିକ ସୁବିଧାଗୁଡ଼ିକର ଘୋର ଅଭାବ ରହିଛି । ରାସ୍ତାର ଅବସ୍ଥା ଖରାପ, ବିଦ୍ୟୁତ୍ ଯୋଗାଣ ଅନିୟମିତ ଏବଂ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ବହୁତ ପଛୁଆ । ଏଠାରେ ସାକ୍ଷରତା ହାର ୩୬ ପ୍ରତିଶତ ଯାହା ଭାରତରେ ସବୁଠାରୁ କମ୍ ।

ଏହି ଜିଲ୍ଲାର ଦାରିଦ୍ର୍ୟର ପ୍ରମୁଖ କାରଣ ହେଉଛି ଏହାର ଭୌଗୋଳିକ ସ୍ଥିତି ଏବଂ ସମ୍ବଳର ଅଭାବ । ଅଲିରାଜପୁର ଏକ ଆଦିବାସୀ ବହୁଳ କ୍ଷେତ୍ର, ଯେଉଁଠାରେ ଲୋକମାନେ ମୁଖ୍ୟତଃ କୃଷି ଏବଂ ମୂଲ ଲାଗି ପେଟ ପୋଷନ୍ତି । କିନ୍ତୁ କୃଷି ପାଇଁ ଆବଶ୍ୟକ ସମ୍ବଳର ଅଭାବ ଏବଂ ଆଧୁନିକ ଜ୍ଞାନକୌଶଳର ଅଭାବ ଏଠାରେ ଦାରିଦ୍ରକୁ ଆହୁରି ବଢ଼ାଇଥାଏ । ଏହି ଜିଲ୍ଲାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି, କିନ୍ତୁ ଏଠାକାର ଲୋକମାନେ ମୌଳିକ ସୁବିଧା ଅଭାବର ସମ୍ମୁଖୀନ ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର କ୍ଷେତ୍ରରେ ଉନ୍ନତିର ବହୁତ ଆବଶ୍ୟକତା ଅଛି ଯାହାଦ୍ୱାରା ଏଠାକାର ଲୋକମାନେ ଦାରିଦ୍ର୍ୟରୁ ବାହାରିପାରିବେ ।

You might also like