ପ୍ୟାଣ୍ଟିର ଦାମ ୨୨୦୦୦ ଟଙ୍କା ! କାହିଁକି ରହିଛି ଏତେ ଦାମ ଜାଣନ୍ତୁ

ଆମେ ସମସ୍ତେ ସର୍ବଦା ଭଲ ବ୍ରାଣ୍ଡ ପୋଷାକ କିଣିବା ଏବଂ ପିନ୍ଧିବାକୁ ପସନ୍ଦ କରିଥାଉ । ଲୋକମାନେ ପ୍ୟାଣ୍ଟ, ସାର୍ଟ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି କିନ୍ତୁ ଭିତର ପୋଷାକ ଯେପରିକି ଇନର ଓ ପ୍ୟାଣ୍ଟୀ ପାଇଁ ସୀମିତ ପରିମାଣର ଟଙ୍କା ଖର୍ଚ୍ଚା କରିଥାନ୍ତି । ଗ୍ରୀଷ୍ମ ଋତୁରେ ଅନେକ ପ୍ରକାରର ଗ୍ରୀଷ୍ମ ପୋଷାକ ବଜାରକୁ ଆସିଥାଏ । ସେହିପରି କିଛି ବର୍ଷ ପୂର୍ବେ, ଫ୍ୟାଶନ୍ ବ୍ରାଣ୍ଡ୍ ଏପରି ଏକ ଡେନିମ୍ ଡିଜାଇନ୍ ଆରମ୍ଭ କରିଥିଲା, ଯାହାର ମୂଲ୍ୟ ପାଇଁ ଏହି ବ୍ରାଣ୍ଡ୍ଟି ମାର୍କେଟରେ ଚର୍ଚ୍ଚାରେ ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକ ପୋଷାକ ନୁହେଁ ଏକ ପ୍ୟାଣ୍ଟୀ । ଫ୍ୟାଶନ୍ ବ୍ରାଣ୍ଡ Y ପ୍ରୋଜେକ୍ଟ ଝିଅ ମାନଙ୍କ ପାଇଁ ଏକ ଡେନିମ୍ ପ୍ୟାଣ୍ଟି ଲଞ୍ଚ କରିଥିଲା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଡେନିମ୍ ପ୍ୟାଣ୍ଟର ମୂଲ୍ୟ ୨୨୦୦୦ ଟଙ୍କା ରହିଛି । କିଛି ଲୋକ ଏହି ପ୍ୟାଣ୍ଟିର ନାମ ଜ୍ୟାଣ୍ଟିଜ ବୋଲି ଦେଇଥିଲେ । ସୋସିଆଲ ମିଡିଆରେ ଏହି “ଜ୍ୟାଣ୍ଟିଜ” ଶବ୍ଦଟି ବେଶ୍ ଭାଇରାଲ ହେବାରେ ଲାଗିଥିଲା । ଦେଖିବାକୁ ଗଲେ ଏହି ପ୍ୟାଣ୍ଟର ଡିଜାଇନ୍ ଠାରୁ ଏହାର ମୂଲ୍ୟ ବଜାରରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । Y / ପ୍ରୋଜେକ୍ଟ ଏଥିରେ ବହୁତ କମ୍ କପଡା ବ୍ୟବହାର କରିଥିବା ବେଳେ ଏହାର ମୂଲ୍ୟ ୨୨୦୦୦ ଟଙ୍କା ରଖିଥିଲା ।

ଫ୍ୟାଶନ୍ ବ୍ରାଣ୍ଡ Y / ପ୍ରୋଜେକ୍ଟ ଏଭଳି ଅଦ୍ଭୁତ ଫ୍ୟାଶନ୍ ବ୍ୟାଚ୍ ଆଗରୁ କେବେ ଆରମ୍ଭ କରିନଥିଲା । ଏହାପୂର୍ବରୁ, Y / ପ୍ରୋଜେକ୍ଟ ୨୦୧୭ ରେ ଏକ ଜିନ୍ସ ତିଆରି କରିଥିଲା।ଏହି ଜିନ୍ସ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏପରିକି ଏହି ଜିନ୍ସ ଗୁଡିକୁ ନେଇ ବହୁତ ପରିହାସ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, Y / ପ୍ରୋଜେକ୍ଟ ଡେନିମ୍ ଅଣ୍ଡରୱେର୍ର ଲାଟେଷ୍ଟ କଲେକ୍ସନ କରି ଏହି ଡେନିମ୍ ପ୍ୟାଣ୍ଟିକୁ ଲଞ୍ଚ କରିଥିଲା । ଏହାର ବିଭିନ୍ନ ପ୍ରକାର ଡିଜାଇନ ବଜାରକୁ ଅଣାଯାଇଥିଲା । ଯେଉଁଥିରେ ନେଭି ବ୍ଲୁ ଏବଂ କଳା ରଙ୍ଗର ଡେନିମ୍ ଅଣ୍ଡରୱେର୍ର ଉପଲବ୍ଧ ଥିଲା । ଏହି ଅଣ୍ଡରୱେର୍ ବିଷୟରେ ସୋସିଆଲ ମିଡିଆରେ ଅନେକ ପରିହାସ କରାଯାଇଥିଲା । ଅନେକ ଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଥଟ୍ଟା ମଜା ମଧ୍ୟ ସେୟାର କରିଥିଲେ । ଏବଂ ଏହାକୁ ନେଇ ଅନେକ ଉପଭୋକ୍ତା ମାନେ ପ୍ରଶ୍ନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.