ଢୋଲ ବାଜା ତାଳେ ତାଳେ ଆସିଲା ଅଣ୍ଡିରା ବାଛୁରୀର ବରଯାତ୍ରୀ; କନ୍ୟା ବାଛୁରୀ ସହିତ ଏମିତି ପଡ଼ିଲା ହାତଗଣ୍ଠି…ବିବାହରେ ସାମିଲ ହେଲେ ହଜାର ହଜାର ଲୋକ

ମାଈ ଓ ଅଣ୍ଡିରା ବାଛୁରୀର ପଡ଼ିଲା ହାତଗଣ୍ଠି। ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ପ୍ରେମ୍‌ ନଗରରେ ଏମିତି ହିଁ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ମାଈ ଓ ଅଣ୍ଡିରା ବାଛୁରୀ ମଧ୍ୟରେ ବାହାଘର ହୋଇଛି। ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହିତ ବିବାହ ସମ୍ପନ୍ନ ହୋଇଥିଲା। ଏହି ଭିନ୍ନ ବିବାହରେ ଗାଁର ୪ ଜଣ ଲୋକ ସାକ୍ଷୀ ରହିଥିଲେ। ଏଥି ସହିତ ଧୁମ୍‌ଧାମରେ ବରଯାତ୍ରୀ ମଧ୍ୟ ବାହାରିଥିଲେ।

କହି ରଖୁଛୁ, ମାଈ ବାଛୁରୀର ନାମ ଲକ୍ଷ୍ମୀ ଓ ଅଣ୍ଡିରା ବାଛୁରୀର ନାମ ନାରାୟଣ। ଉଭୟଙ୍କର ବିବାହ ବିଧିବଦ୍ଧ ସହିତ ସମ୍ପନ୍ନ କରାଯାଇଥିଲା। ଏହି ବିବାହରେ ୧ ହଜାରରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା। ପ୍ରେମ୍‌ ନଗର ଗାଁରେ ଦୁଇ ପରିବାର ନିଜର ପୁଅଝିଅଙ୍କ ପରି ଦୁଇ ବାଛୁରୀଙ୍କର ବିବାହ କରାଇଥିଲେ ଏବଂ ଗୋବଂଶ ପ୍ରତି ଥିବା ସମ୍ମାନକୁ ଆହୁରି ବଢ଼ାଇ ଦେଇଥିଲେ।

କହି ରଖୁଛୁ, ଦିଓ୍ଵାଲେ ଏବଂ ଲିମୟେ ପରିବାର ଦ୍ୱାରା ଦୁଇ ବାଛୁରୀ ଲାଳିତପାଳିତ ହେଉଛନ୍ତି। ସେମାନଙ୍କ ବିବାହରେ ନା କେବଳ ପରିବାର ଲୋକ, ବରଂ ସମ୍ପର୍କୀୟ ଏବଂ ଗାଁ ଲୋକେ ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ସାକ୍ଷୀ ରହିଥିଲେ। ଲିମୟେ ପରିବାର ପକ୍ଷରୁ ଧୁମ୍‌ଧାମରେ ବର ନାରାୟଣର ବରଯାତ୍ରୀ ମୁକେଶ ଦିଓ୍ଵାଲେଙ୍କ ଘରେ ପହଞ୍ଚିଥିଲେ। ଏଠାରେ ମୁକେଶଙ୍କ ଘରେ ବୈଦିକ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ରାଧେଶ୍ୟାମ ଶର୍ମାଙ୍କ ଦ୍ୱାରା ବୈଦିକ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ସକାଳ ୧୧ଟାରେ ଧୁମ୍‌ଧାମରେ ବରଯାତ୍ରୀ କନ୍ୟା ଘରକୁ ଯାଇଥିଲେ।

ଢ଼ୋଲ, ବାଜା, ବାଣ, ରୋଷଣୀରେ ମହିଳା, ପୁରୁଷ ଏବଂ ପିଲାମାନେ ନାଚି ନାଚି କନ୍ୟା ଲକ୍ଷ୍ମୀର ଘରେ ପହଞ୍ଚିଥିଲେ। ମାଈ ଓ ଅଣ୍ଡିରା ବାଛୁରୀଙ୍କୁ ନୂଆ କପଡ଼ା ପିନ୍ଧା ଯାଇଥିଲା। ଏଠାରେ ପାଳନ ହେଉଥିବା ପରମ୍ପରାଗୁଡ଼ିକୁ ଦେଖି କେହି କେହି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ।

ମାଈ ବାଛୁରୀ ପାଳିଥିବା ମୁକେଶ ଦିଓ୍ଵାଲେ କୁହନ୍ତି, ସେମାନଙ୍କ ବିବାହକୁ ୧୫ ବର୍ଷ ହେଲାଣି। ହେଲେ କୌଣସି ସନ୍ତାନ ସନ୍ତତି ନ ହେବାରୁ ସେ ଲକ୍ଷ୍ମୀକୁ ହିଁ ନିଜର ଝିଅ ଭଳି ପାଳିଥିଲେ। ଲକ୍ଷ୍ମୀର ବିବାହରେ କେବଳ ପରିବାର ଲୋକେ ନୁହଁନ୍ତି, ବରଂ ସମ୍ପର୍କୀୟ ଏବଂ ଆଖପାଖର ଲୋକେ ବି ସାମିଲ ହୋଇ ତାଙ୍କ ଖୁସିକୁ ଦୁଇଗୁଣା କରି ଦେଇଥିଲେ। ସେପଟେ ଜ୍ୟୋତି ନାମ୍ନୀ ମହିଳା କହିଥିଲେ କି, ସେ ଅଣ୍ଡିରା ବାଛୁରୀକୁ ପୁଅ ଭଳି ପାଳି ତା’ର ବାହାଘର କରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.