ଏଭଳି ଏକ ମହାପୁରୁଷଙ୍କ ପୀଠ: ଯେଉଁଠାରେ ଭକ୍ତ ମାନେ ମାନସିକ ପୂର୍ଣ୍ଣ ପାଇଁ ବିଡ଼ି ଭୋଗ ଲାଗି କରିଥାନ୍ତି

ସାଲେପୁର (କେନ୍ୟୁଜ) : ଆମ ଦେଶ ରେ ପ୍ରତ୍ୟେକ ଲୋକ ଈଶ୍ୱରଙ୍କୁ ପୂଜା ଓ ଭକ୍ତି କରନ୍ତି । ତେବେ ସମସ୍ତଙ୍କର ଈଶ୍ୱରଙ୍କର ଉପରେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି, ଆଉ ସମସ୍ତେ ଭାବିଥାଉ କି ଈଶ୍ୱର ଯାହା କରିବେ ସମସ୍ତଙ୍କ ମଙ୍ଗଳ ପାଇଁ । ଆମେ ସବୁବେଳେ ଅନେକ ମନ୍ଦିର ବା ମସଜିଦ ଯାଉ କିନ୍ତୁ ସେଠାରେ ବିଭିନ୍ନ ପ୍ରକାର ଦେବାଦେବୀ ଙ୍କର ପ୍ରତିମୂର୍ତ୍ତି କୁ ଦେଖିଥାଉ । ଏବଂ ମନ୍ଦିର କୁ ଗଲାବେଳେ ସମସ୍ତେ କିଛି ନା କିଛି ଫଳମୂଳ ଓ ଭୋଗ ନେଇ ଯାଇଥାନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାହା ସତ। ଆମ ରାଜ୍ୟରେ ଏଭଳି ଏକ ମହାପୁରୁଷଙ୍କ ପୀଠ ଅଛି ଯେଉଁଠି ମାନସିକଧାରୀ ବା ଭକ୍ତମାନେ ସେମାନଙ୍କ ମାନସିକ ପୂର୍ଣ୍ଣ ପାଇଁ ବିଭିନ୍ନ ପ୍ରକାର ଭୋଗ ସହ ବିଡ଼ି ଭୋଗ ଲାଗି କରିଥାନ୍ତି। ଭୋଗ ସ୍ଵରୂପ ବିଡ଼ି କଠା ରୁ ବିଡ଼ି ଖୋଲାଯାଇ ମହାପୁରୁଷଙ୍କ ପାଖରେ ତାକୁ ଧୂପ ସ୍ବରୁପ ଧ୍ୱନି ଭାବରେ ଲଗାଯାଇଥାଏ ।

ଆମେ ସମସ୍ତେ ଜାଣିଥାଉ କି “ଧୂମ୍ର ପାନ ଦେହପାଇଁ କ୍ଷତି କାରକ” ଏହାକୁ ଧ୍ୟାନ ଦେଇ ଏଠାରେ ଲାଗି ହୋଇଥିବା ବିଡ଼ି କୁ ପାଣିରେ ବିସର୍ଜନ କରାଯାଇଥାଏ । ଏବଂ ଏହାକୁ ଆଉ ପୁନର୍ବାର ବ୍ୟବହାର କରାଯାଇନଥାଏ । ଏଭଳି ଏକ ପୁରାତନ ଭିନ୍ନ ମହାପୁରୁଷଙ୍କ ପୀଠ ଅଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାମକୃଷ୍ଣପୁର ଗାଁରେ। କୁହାଯାଏ କି ବହୁ ପୂରାତନ କାଳରୁ ରାମକୃଷ୍ଣପୁର ଗାଁକୁ ପ୍ରବେଶ କରିବା ପଥରେ ହିଁ ପଡେ “ଉନଉନବାବା ବା ବିଡିବାବାଙ୍କ ସମାଧିପୀଠ”। ଲୋକ ମାନଙ୍କର କହିବା ଅନୁସାରେ ଏହି ଜଗାରେ ହିଁ ସେ ଶୟନ ଅବସ୍ଥାରେ ଜୀବନ୍ତ ସମାଧି ନେଇଥିଲେ, ଆଉ ଏବେବି ସେହି ଜାଗାରେ ତାଙ୍କର ଅବିକଳ ପ୍ରତିମୂର୍ତ୍ତି ଟି ଠିକ ସେହି ଅବସ୍ଥାରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି। ପ୍ରତିଦିନ ବହୁ ଭକ୍ତ ବାବାଙ୍କ ଏହି ସମାଧିପୀଠକୁ ଆସିଥାନ୍ତି । ବାବାଙ୍କ ଦର୍ଶନ କରି ପୁଣ୍ୟ ଲଭିବା ସହିତ ବିଡ଼ି ଭୋଗ ଲାଗି କରିଥାନ୍ତି। ଥରେ ବିଡ଼ି ଲାଗିହେଲେ ତାକୁ ଆଉ ସେବନ କରାଯାଏନି । ତାକୁ ପାଣିରେ ବିସର୍ଜନ କରାଯାଏ। ଏହା ମଧ୍ୟ କୁହାଯାଏ ଥରେ ବିଡ଼ି ଭୋଗ ଲାଗି ହେଲାପରେ ଭକ୍ତଟିକୁ ବିଡ଼ି ସହ ସମସ୍ତ ମାଦକ ଦ୍ରବ୍ୟକୁ ଭୁଲିଯିବାକୁ ହୁଏ।

bhoga

ତେବେ କାହିଁ କେଉଁ କାଳରୁ ବୋଧ ହୁଏ ଉନଉନବାବା ଶରୀର ଉପରେ ଏହାର କୁପ୍ରଭାବକୁ ଜାଣି ଥରେ ସେ ବିଡ଼ି ଜାଲିଦେଲେ ଭକ୍ତମାନଙ୍କୁ ସେଥିରୁ ନିବୃତ ରହିବାର ଉପଦେଶ ଦେବାପାଇଁ ଏଭଳି ବ୍ୟବସ୍ଥା କରିଥିବାର ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏବେ ବି ବିଡିବାବାଙ୍କ ମହିମା ଏହି ଅଞ୍ଚଳରେ ଅତୁଳନୀୟ। ଯେ କେହିବି ସେହି ପଥ ଦେଇ ଅତିକ୍ରମ କଲାବେଳେ ବାବାଙ୍କ ସମାଧି ପୀଠରେ ମୁଣ୍ଡ ନୂଆଇଁ ନଗଲେ କାର୍ଯ୍ୟ ସିଦ୍ଧି ହୁଏନି ବୋଲି ବିଶ୍ଵାସ ଅଛି ।

salepur

ପୁରାତନ ଯୁଗରେ ଯେତେବେଳେ ଶିକ୍ଷାର ବହୁଳ ପ୍ରସାର ନଥିଲା ଅନ୍ଧ ବିଶ୍ବାସ ଓ କୂଅଭ୍ୟାସ ଭିତରେ ମଣିଷ କବଳିତ ହେଉଥିଲା। ସେତେବେଳୁ ହିଁ ଆମ ମହାପୁରୁଷ ମାନେ ମଣିଷ ଜାତିକୁ ସୁଧାରିବା ପାଇଁ ଏଭଳି ଅନେକ ପ୍ରୟାସ ସେମାନଙ୍କ ନିଆରା ଢଙ୍ଗରେ କରିଥିବା ଦେଖାଯାଇଛି। ଆଉ ସେଥିମଧ୍ୟରୁ ବିଡିବାବା ବା ଉନଉନବାବାଙ୍କ ପ୍ରୟାସ ଏବେବି ପ୍ରଭାବଶାଳୀ ଓ ଆଜି ପର୍ଯ୍ୟନ୍ତ ବି ଜୀବିତ ହୋଇ ସେହି ସ୍ଥାନରେ ତାଙ୍କର ଲୀଳାଖେଳା ବଜାଇ ରଖିଛନ୍ତି ଏବଂ ତାଙ୍କର ଦେହାନ୍ତ ପରେ ବି ସେଇ କେଇପଦ ଆଦର୍ଶକଥା ଆଜି ପର୍ଯ୍ୟନ୍ତ ବି ଲୋକଙ୍କ ମନରେ ଅତୁଳନୀୟ ଅବଦାନ ହୋଇ ରହିଛି ।

Leave A Reply

Your email address will not be published.