ସ୍ପେଶାଲ

ଚଳିତ ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ଆଣୁଛି ଅଶୁଭ ଯୋଗ, ଜାଣନ୍ତୁ କଣ?

ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ର ଗ୍ରହଣ ୨୮ ଅକ୍ଟୋବରର ମଧ୍ୟ ରାତ୍ର ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଏହା ଭାରତରେ ମଧ୍ୟ ଦେଖାଯିବ । ଜୌତିଷ ମାନ୍ୟତା ଅନୁସାରେ ଏହି ଗ୍ରହଣ ଅନେକ କିଛି ଅଶୁଭ ଯୋଗ ସୃଷ୍ଟି କରିବ । ତେବେ ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ ଫଳରେ କଣ ସବୁ ପ୍ରଭାବ ପଡିବ ।

ସୁନା ଏବଂ ଶସ୍ୟର ମୂଲ୍ୟ ବୃଦ୍ଧି ପାଇବ :

ଅକ୍ଟୋବର ୨୮  ମଧ୍ୟରାତ୍ରିରେ ପଡୁଥିବା ଚନ୍ଦ୍ରଗ୍ରହଣ ବିଶେଷ ଭାବରେ କଷ୍ଟ ଦେବ । ମେଷ ରାଶି ଇସ୍ରାଏଲର କୁଣ୍ଡଳୀର ଅଷ୍ଟମ ଘରେ ପଡେ, ଯେଉଁଠାରେ ରାହୁଙ୍କ ଭିମଶୋତାରୀ ଦଶା କାରଣରୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧରେ ତୀବ୍ରତା ପରେ ଏକ ନିର୍ଣ୍ଣାୟକ ସ୍ତରରେ ପହଁଚିବ। ପାକିସ୍ତାନର ସ୍ଥାପନା କୁଣ୍ଡଳୀ ମେଷ ଲଗ୍ନ ଅଟେ । ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚନ୍ଦ୍ର ରାଶି ହେଉଛି ମେଷ । ପାକିସ୍ତାନରେ ଏକ ବଡ଼ ରାଜନୈତିକ ଉତ୍ତେଜନା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିଦେଶକୁ ପଠାଇବା ନେଇ ସେନା କୌଣସି ନିଷ୍ପତ୍ତି ନେଇପାରେ।

ସ୍ୱାଧୀନ ଭାରତର ବୃଷଭ ଲଗ୍ନର କୁଣ୍ଡଳୀରେ କ୍ଷୟକ୍ଷତିର ବାହ୍ୟ ଗୃହରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଅର୍ଥନୀତିରେ ସାମାନ୍ୟ ହ୍ରାସ, ଆର୍ଥିକ ଦୁର୍ନୀତି, କିଛି ବଡ ଦୁର୍ଘଟଣା ଏବଂ କେନ୍ଦ୍ର କ୍ୟାବିନେଟର ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟ ପାଇଁ ଅଶୁଭ ଅଟେ । ଚନ୍ଦ୍ରଗ୍ରହଣ ସମୟରେ ମେଷ ରାଶି ପୀଡିତ ହେଉଥିବାରୁ ଆସନ୍ତା ୧୫ ଦିନରେ ସୁନା ଦର ବୃଦ୍ଧି ପରେ ପୁଣି ବଜାରରେ ଦର କିଛିଟା କମ୍ ହେବ। ସାଧାରଣତଃ ଶୀତ ଏବଂ ବର୍ଷା ଅପେକ୍ଷାକୃତ ଭାବେ କମ୍ ହେତୁ ଶସ୍ୟ ମୂଲ୍ୟ ବୃଦ୍ଧି ହୋଇପାରେ । ଆସନ୍ତା ତିନିମାସ ମଧ୍ୟରେ ସାଧାରଣ ଅପେକ୍ଷା ସାମାନ୍ୟ ଥଣ୍ଡା କମ୍ ହେତୁ ଗରମ ପଶମ ପୋଷାକର ଚାହିଦା ଗତ ବର୍ଷ ତୁଳନାରେ କମ୍ ରହିବ।

ନଭେମ୍ବର ମାସରେ ଭୂକମ୍ପ ଏବଂ ବଡ ନେତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ:

ବୃହତ ସଂହିତା ଅନୁସାରେ, ବିଶେଷକରି ମେଷ ରାଶି ଏବଂ ଅଶ୍ୱାନୀ ନକ୍ଷତ୍ର ଥିବା ସେନାରେ କାର୍ଯ୍ୟରତ ଅଧିକାରୀଙ୍କ ପାଇଁ ଅଶୁଭ ରହିବ । ସେହିପରି ବୃହତ ସଂହିତାରେ ରହିଛି ମେଷ ରାଶିରେ ପଡୁଥିବା ଗ୍ରହଣ ବର୍ତ୍ତମାନର ପଶ୍ଚିମ ଉତ୍ତରପ୍ରଦେଶ, ଓଡିଶା, ମଥୁରା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ, କମ୍ବୋଜ ଦେଶ ଯାହା ବର୍ତ୍ତମାନର କାମ୍ବୋଡିଆ, କିରାତ ଆଦିରେ ଯନ୍ତ୍ରଣା ଦେଇଥାଏ । ଶାସ୍ତ୍ର ଅନୁଯାୟୀ, ସୈନିକ, ସୁନା, ଲୁହା କାରିଗର, ଏବଂ ଭାଟିରେ କରମ କରୁଥିବା କର୍ମଚାରୀମାନେ ମେଷ ରାଶିରେ ପଡୁଥିବା ଚନ୍ଦ୍ରଗ୍ରହଣ ପରେ ଯନ୍ତ୍ରଣା ଭୋଗିଥାନ୍ତି। ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ହେତୁ ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ବିବାଦରେ ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ନଭେମ୍ବରର ପ୍ରଥମ ଭାଗରେ ଅଗ୍ନିକାଣ୍ଡ ଏବଂ ଦ୍ୱିତୀୟ ଭାଗରେ ଭୂକମ୍ପ ହେବାର ସମ୍ଭାବନା:

ମେଷ ରାଶିରେ ଚନ୍ଦ୍ରଗ୍ରହଣ ସମୟରେ ଭାରତରେ ସିଂହ ଲଗ୍ନ ଉଦୟ ହେଉଥିବ । ଯାହା ନବମ ଘରେ ପଡୁଥିବା ଚନ୍ଦ୍ରଗ୍ରହଣ ହେତୁ ସୁପ୍ରିମକୋର୍ଟଙ୍କ ଏକ ବଡ ନିଷ୍ପତ୍ତି ସରକାରଙ୍ରେକୁ ହାନି, ଧାର୍ମିକ ବିବାଦ, ଖେଳ ଜଗତରେ କିଛି ଅସଫଳତାର ଯୋଗ ସୃଷ୍ଟି ହେଉଛି । ନଭେମ୍ବରର ପ୍ରଥମ ଭାଗରେ ଅଗ୍ନିକାଣ୍ଡ ଏବଂ ଦ୍ୱିତୀୟ ଭାଗରେ ଭୂକମ୍ପ ହେବାର ସମ୍ଭାବନା ରହିଛି। ନଭେମ୍ବର ମାସରେ ଉତ୍ତର ଭାରତ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟମ ତୀବ୍ରତାର ଭୂକମ୍ପ ହୋଇପାରେ।

ମେଷ ରାଶିରେ ଜନ୍ମ ହୋଇଥିବା ଭାରତର ଜଣେ ବଡ ନେତାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିପାରେ। ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ମେଷ ରାଶି ଉପରେ ପଡୁଥିବା ଚନ୍ଦ୍ରଗ୍ରହଣ ଏବଂ ଶନିଙ୍କ ଅଶୁଭ ଦଶା ଆଗାମୀ ତିନିମାସ ଯାଏ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପ୍ରତିକୂଳ ହେବ। ମେଷ ରାଶି ଦ୍ୱାରା ପ୍ରଭାବିତ ଇଂଲଣ୍ଡରେ କିଛି ବଡ ରାଜନୈତିକ ଅସ୍ଥିରତାର ଯୋଗ ସୃଷ୍ଟି କରୁଛି। ୟୁରୋପରେ ଦୃଶ୍ୟ ଏହି ଚନ୍ଦ୍ରଗ୍ରହଣ ପରେ କିଛି ଆତଙ୍କବାଦୀ କାର୍ଯ୍ୟକଳାପ ୟୁହୁଦୀମାନଙ୍କୁ ବିପଦରେ ପକାଇପାରେ ।

Sonalisa

Recent Posts

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

8 seconds ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

32 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

34 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

58 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

1 hour ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

1 hour ago