ଛିଃ ଏତେ ନୃଶଂସ! ଶୋଇଥିବା କୁକୁର ଉପରେ କାର ଚଢ଼ାଇ ଦେଲା ଡ୍ରାଇଭର, ଛଟପଟ ହୋଇ ଚାଲିଗଲା ଜୀବନ; ଭିଡିଓ ଦେଖିଲେ ରକ୍ତ ଗରମ ହୋଇଯିବ

ସୋସିଆଲ ମିଡିଆରେ ପ୍ରାୟତଃ ଏମିତି ଅନେକ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଖୁସି ଲାଗେ। କିନ୍ତୁ ବେଳେ ବେଳେ ଏମିତି ବି ଭିଡିଓ ଦେଖିବାକୁ ମିଳେ, ଯାହା ରକ୍ତ ଗରମ କରି ଦିଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଏକ କାର ଦ୍ରୁତ ଗତିରେ ଆସୁଛି ଓ ରାସ୍ତାରେ ଶୋଇଥିବା କୁକୁରକୁ ମଡ଼େଇ ଦେଇ ଆଗକୁ ଚାଲି ଯାଉଛି। ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଏଥିରେ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

Video Credit: Punjab Keshari

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ୪-୫ଟି କୁକୁର ଛାଇ ହେଉଥିବା ଏକ ରାସ୍ତାରେ ଶୋଇଛନ୍ତି। ଏହି ସମୟରେ ଏକ ଧଳା ରଙ୍ଗର କାର୍‌ ଆସୁଛି। କୁକୁର ମାନେ ରାସ୍ତାରେ ଶୋଇଥିବା ବେଳେ କାର ଡ୍ରାଇଭର ଏଥିପ୍ରତି ଆଦୌ ନିଘା ଦେଇ ନାହାନ୍ତି। ସେ ଅତି ବେପରୁଆ ଭାବେ କୁକୁର ଉପରେ ଦ୍ରୁତ ଗତିରେ ଗାଡ଼ି ଚଢ଼ାଇ ଚାଲିଯାଉଛନ୍ତି। କାରଟି କୁକୁର ଉପରେ ଗାଡ଼ି ଚଢ଼ାଇଦେବା ପରେ ପାଖରେ ଥିବା ଅନ୍ୟ କୁକୁର ମାନେ କାରକୁ ଗୋଡ଼ାଇ ବେଶ୍‌ କିଛି ବାଟ ଯାଉଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ କୁକୁରଟି ଛଟପଟ ହେଉଛି ଓ ମାତ୍ର କିଛି ମୁହୂର୍ତ୍ତରେ ହିଁ ତା’ ଜୀବନ ଚାଲିଯାଉଛି।

ଭିଡିଓଟି ବିଜଲପୁରର ଟ୍ରେଜର ଟାଉନ୍‌ କଲୋନୀର ବୋଲି ଜଣାଯାଇଛି। କଲୋନୀର ଜଣେ ବ୍ୟକ୍ତି ଏ ନେଇ ପିପୁଲ ଫର ଆନିମଲ ଏନ୍‌ଜିଓର ସଞ୍ଚାଳକ ପ୍ରିୟାଂଶୁ ଜୈନଙ୍କୁ ଅବଗତ କରାଇଥିଲେ। ପରେ ସେ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ମୃତ କୁକୁରର ପୋଷ୍ଟ ମର୍ଟମ କରାଇଛନ୍ତି। ଏହି ସିସିଟିଭି ଭିଡିଓ ଆଧାରରେ ଉକ୍ତ କାର ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Also Read: ତ୍ୱଚାକୁ ଖରାପ କରିପାରେ ଏସବୁ ଘରୋଇ ଜିନିଷ, ଭୁଲ୍‌ରେ ବି ସିଧାସଳଖ ମୁହଁରେ ଲଗାନ୍ତୁ ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.