ଗିନିଜ୍‌ ରେକର୍ଡ କରିଥିବା ଘୋଡ଼ା ବର୍ତ୍ତମାନ କରୁଛି ଏହି କାମ

ସାଧାରଣତଃ ଘୋଡ଼ାଙ୍କ ଉଚ୍ଚତା ୫ରୁ ୭ ଫୁଟ୍‌ ମଧ୍ୟରେ ହୋଇଥିବା ବେଳେ ଏବେ ପୋଲାଣ୍ଡରେ ପୃଥିବୀର ସବୁଠାରୁ କ୍ଷୁଦ୍ରତମ ଘୋଡ଼ାକୁ ଦେଖିବାକୁ ମିଳିଛି। ଏହାର ଉଚ୍ଚତା ମାତ୍ର ୫୬.୭ ସେମି ବା ୧ ଫୁଟ୍‌ ୧୦ ଇଞ୍ଚ। ପୋଲାଣ୍ଡର ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ଦ୍ୱାରା ପାଳିତ ଏହି ଘୋଡ଼ା ପୃଥିବୀର ସବୁଠାରୁ ଛୋଟ ଘୋଡ଼ା ହୋଇଥିବା ବେଳେ କିଛି ଦିନ ତଳେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ମଧ୍ୟ କରିଛି।

ବାମ୍ବେଲ ନାମକ ଏହି ମାଈ ଘୋଡ଼ା ଆକାରରେ ଛୋଟ ହୋଇଥିଲେ ମଧ୍ୟ ମହାନ୍‌ କାମ କରୁଥିବା ନେଇ ମାଲିକ ପେଟ୍ରିକ ଏବଂ କଟାରଜିନା ଜିଲିଂସ୍କା ଦାବି କରିଛନ୍ତି। ସେମାନଙ୍କ କହିବାନୁସାରେ,୨୦୧୪ ମସିହାରେ ସେମାନେ ବାମ୍ବେଲକୁ ଦେଖିଥିଲେ। ମାତ୍ର ଛୋଟ ଥିବାରୁ ତାହାର ଆକାର କ୍ଷୁଦ୍ର ହୋଇଥିବା ଭାବି କିଣିଆଣିଥିଲେ। କିନ୍ତୁ କିଛିଦିନ ପରେ ଘୋଡ଼ାର ଆକାରରେ କୌଣସି ପରିବର୍ତ୍ତନ ନ ହେବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କିଛିଦିନ ପରେ ସେମାନେ ଘୋଡ଼ାକୁ ଗିନିଜ୍‌ ବୁକ୍‌ରେ ସାମିଲ କରିବାକଥା ଚିନ୍ତା କଲେ ଓ ସଫଳ ମଧ୍ୟ ହେଲେ।

ଏହାସହ ପଢ଼ନ୍ତୁ: ଭାରତର ପାଞ୍ଚଟି ଅଦ୍ଭୁତ ଜଳାଶୟ, ଯେଉଁଠାରେ ସ୍ନାନ କଲେ ଦୂରାରୋଗ୍ୟରୁ ମିଳେ ମୁକ୍ତି

ତେବେ ବାମ୍ବେଲ ପ୍ରତି ସପ୍ତାହରେ ନିକଟସ୍ଥ ମେଡ଼ିକାଲକୁ ଯାଇ ଛୋଟ ପିଲାଙ୍କ ମନୋରଞ୍ଜନ କରୁଛି। ଏଣୁ ଆକାର ଛୋଟ ହେଲେ ମଧ୍ୟ ବାମ୍ବେଲା ବଡ଼ କାମ କରୁଛି ବୋଲି ତା’ମାଲିକ କହିଛନ୍ତି।