ଆକାଶରୁ ଗାୟବ ହୋଇଯାଉଛି ତାରା, ଜାଣନ୍ତୁ ଏହା ପଛର ରହସ୍ୟ

ଆକାଶରୁ ଗାୟବ ହୋଇଯାଉଛି ତାରା । ଧିରେ ଧିରେ ଆକାଶରୁ ତାରା ଅଦୃଶ୍ୟ ହେବାକୁ ବସିଲାଣି । ପିଲାଦିନେ ଆମେ ରାତିରେ ଆକାଶକୁ ଦେଖିଲେ ଜହ୍ନ ଓ ତାରା ଦେଖାଯାଉଥିଲା । କିନ୍ତୁ ଏବେ ଆକାଶରେ ଆଉ ତାରା ଦେଖିବାକୁ ମିଳୁନାହିଁ । କିନ୍ତୁ ଏହାର କାରଣ କଣ । ଆକାଶରୁ କଣ ସତରେ ତାରା ଅଦୃଶ୍ୟ ହୋଇଯାଉଛି କି ? ନା ଏହା ପଛରେ ଆଉ କିଛି କାରଣ ଅଛି ? ଆସନ୍ତୁ ତାରା ଅଦୃଶ୍ୟ ହେବା ପଛରେ ଥିବା ରହସ୍ୟକୁ ଜାଣିବା ।

ପିଲାଦିନେ ଆମେ ଛାତରେ ଶୋଇ ଆକାଶକୁ ଅନାଇଲେ ଚାରିଆଡ଼େ ତାରା ଭର୍ତ୍ତି ଥିବା ନଜର ଆସୁଥିଲା । କିନ୍ତୁ ଏବେ ଆକାଶରେ ଆଉ ତାରା ଦୃଶ୍ୟମାନ ହେଉ ନାହାନ୍ତି । ଯଦି ଆପଣ ଭାରତର କୌଣସି ବଡ଼ ସହରରେ ରହୁଛନ୍ତି ତେବେ ରାତିରେ ତାରା ଦେଖିବାର ଇଚ୍ଛାକୁ ଭୁଲି ଯାଆନ୍ତୁ । ଏପରିକି ବର୍ତ୍ତମାନ ଗାଁରେ ମଧ୍ୟ ଆକାଶରେ ତାରା ଦେଖାଯାଉ ନାହାନ୍ତି । କିନ୍ତୁ ଏ ତାରା ସବୁ ଯାଉଛନ୍ତି କୁଆଡ଼େ । କଣ ଭବିଷ୍ୟତରେ ଆମେ ଆକାଶରେ ତାରା ଦେଖି ପାରିବୁନି ? ତେବେ ଆସନ୍ତୁ ଜାଣିବା ତାରାକୁ ନେଇ କିଛି ଖାସ୍‌ କଥା ।

ସମୟ ବଦଳିଛି ଆଉ ତା ସହ ବଦଳିଛି ପରିବେଶ । ଯଦି ଆପଣ ଭାବୁଛନ୍ତି ତାରା ସବୁ ଆକାଶରୁ ଅଦୃଶ୍ୟ ହୋଇଯାଉଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି । ତାରାଗୁଡ଼ିକ ବର୍ଷ ବର୍ଷ ପୂର୍ବରୁ ଯେଉଁଠି ଥିଲେ ଏବେ ବି ସେଇଠି ଅଛନ୍ତି । କିନ୍ତୁ ଲାଇଟ ପଲ୍ୟୁସନ୍‌ ଅର୍ଥାତ ଆଲୋକ ପ୍ରଦୂଷଣ ପାଇଁ ତାରାଗୁଡ଼ିକ ଆକାଶରେ ଆଉ ନଜର ଆସୁ ନାହାନ୍ତି ।

ସୂଚନା ଥାଉ କି ଆଲୋକ ପ୍ରଦୂଷଣ ହେଉଛି ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା ଆଲୋକ, ଯାହା ରାତିରେ ଆକାଶକୁ ଆଲୋକିତ କରେ । ଏବଂ ଏହି ଆଲୋକ ଦ୍ୱାରା ତାରା ଗୁଡ଼ିକ ଲୁଚି ଯାଆନ୍ତି । ତେବେ ସହରୀକରଣ ଏବଂ ଉଦ୍ୟୋଗିକ ବିକାଶ ଯୋଗୁଁ ପୃଥିବୀର ବଡ଼ ସହରଗୁଡ଼ିକରେ ଆଲୋକ ପ୍ରଦୂଷଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ବର୍ତ୍ତମାନ ବଡ଼ ବଡ଼ ସହରମାନଙ୍କରେ ତାରାମାନେ ଦୃଶ୍ୟମାନେ ହେଉନାହାନ୍ତି ।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଯଦି ଆଲୋକ ପ୍ରଦୂଷଣ ଏଭଳି ଭାବେ ବୃଦ୍ଧି ପାଏ ତେବେ ଆଗାମୀ ଦିନରେ ଆମେ ଖାଲି ଆଖିରେ ତାରା ଦେଖି ପାରିବା ନାହିଁ । ପ୍ରକାଶ ପ୍ରଦୂଷଣ କାରଣରୁ କେବଳ ଯେ ତାରା ଦେଖାଯାଉ ନାହାନ୍ତି ତା ନୁହେଁ ସ୍ପେସ୍‌ ରିସର୍ଚ୍ଚ ଏବଂ ଜ୍ୟୋତିର୍ବିଜ୍ଞାନ ମଧ୍ୟ ପ୍ରଭାବିତ ହେଉଛି । ଖବର ଅନୁଯାୟୀ ଯଦି ଏଭଳି ଲଗାତାର ଆଲୋକ ପ୍ରଦୂଷଣ ଜାରି ରୁହେ ତେବେ ଭବିଷ୍ୟତରେ ଅନେକ ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିବ, ଯେପରିକି ଉଲକାପିଣ୍ଡର ବର୍ଷା ହେବ, ଗ୍ରହ ଏବଂ ଆକାଶଗଙ୍ଗା ସ୍ପଷ୍ଟ ଭାବେ ଦେଖା ହେବା ବନ୍ଦ ହୋଇଯିବ ।

ନାସାର ସୁଓମି ନ୍ୟାସନାଲ ପୋଲାର- ଅର୍ବିଟିଙ୍ଗ୍‌ ପାର୍ଟନରସିପ୍‌ (ଏନପିପି) ସାଟେଲାଇଟର ତଥ୍ୟ ଅନୁଯାୟୀ, ସହରାଞ୍ଚଳରୁ ବାହାରୁଥିବା କୃତ୍ରିମ ଆଲୋକ ନିକଟ ବର୍ଷରେ ଅତ୍ୟଧିକ ବୃଦ୍ଧି ପାଇଛି । ଏହି ଆଲୋକ ରାସ୍ତା ପାଖରେ ଲାଗିଥିବା ଲାଇଟ ଓ ବଡ଼ ବଡ଼ ଅଟାଳିକାରୁ ଆସିଥାଏ । ଏହି ଆଲୋକ ସ୍କାଇଗ୍ଲୋ ନାମକ ଏକ ପ୍ରଭାବ ସୃଷ୍ଟି କରିଥାଏ । ଯାହା ରାତିର ଅନ୍ଧକାରକୁ ଦୂରେଇ ଆକାଶକୁ ଅଧିକ ଆଲୋକିତ କରିଥାଏ । ଆକାଶ ଏତେ ଅଧିକ ଆଲୋକିତ ହୋଇଥାଏ ଯେ ପ୍ରାକୃତିକ ଭାବେ ତାରାରୁ ଆସୁଥିବା ଆଲୋକ ଦେଖାଯାଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like