ସ୍ପେଶାଲ

‘ଚତୁର୍ଭୁଜ ପ୍ରଧାନ’ ଯାହାଙ୍କ ପାଖରେ ହାର ମାନିଛି ଦିବ୍ୟାଙ୍ଗ ଶବ୍ଦ

ଭୁବନେଶ୍ୱର (କେନ୍ୟୁଜ): ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି । ଶିକ୍ଷାଗତ ଯୋଗ୍ୟତା ହାସଲ କରି ଜୀବନ ସହ ସଂଘର୍ଷ କରୁଛନ୍ତି । ନିଜେ ଆଶା ବାଡ଼ିର ସାହାରାରେ ବଞ୍ଚିଛନ୍ତି ସତ କିନ୍ତୁ ଅନ୍ୟ ମାନଙ୍କୁ ନିଜ ସାହାରାରେ ବଂଚିବା ପାଇଁ ପ୍ରେରଣା ଦେଉଛନ୍ତି । ସେ ହେଉଛନ୍ତି ଚତୁର୍ଭୁଜ ପ୍ରଧାନ। ଯାହାଙ୍କୁ ସଭିଏଁ କୁନା ବୋଲି ଡାକନ୍ତି ।

ରାଜଧାନୀ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ମୁଖ୍ୟରାସ୍ତା କଡ଼ରେ ଅଛି ତାଙ୍କର ଛୋଟ ଗ୍ୟାରେଜ୍ ଟିଏ। ଯେଉଁ ଗ୍ୟାରେଜ୍ ରେ ଆମ ପ୍ରତିନିଧି ରାଜା ପହଁଥିଲେ ନିଜ ଗାଡି ସଜାଡିବାକୁ । ସେହି ସମୟରେ ଗ୍ୟାରେଜ୍ ରେ ତିନି ଚାରି ଜଣ ଯୁବକ ବସି ସ୍କୁଟୀ ଟିଏ ସଜାଡୁ ଥାନ୍ତି । ଆମ ପ୍ରତିନିଧି ସେଇ ଗ୍ୟାରେଜ ଭିତରକୁ ଯାଇ ନିଜ ବାଇକ୍ ର ଭାଇଚରକୁ ମରାମତି କରିବା ପାଇଁ କହିଥିଲେ। ଆଉ ପିଲାମାନେ ଡେରି ନକରି କାମ ଆରମ୍ଭ କରିଥିଲେ।

ଠିକ୍ ଏତିକିବେଳେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଟ୍ରାୟହ୍ବିଲ୍ସ ସ୍କୁଟି ନେଇ ଆସି ସେହି ଗ୍ୟାରେଜ ନିକଟରେ ପହଞ୍ଚିଲେ। ଆଉ ସ୍କୁଟି ଟି ଥୋଇ ସେଥିରେ ଥିବା ଆଶା ବାଡି ଦୁଇଟି ଧରି ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କ ଗ୍ୟାରେଜ ଭିତରକୁ ଯାଇ ସେଠାରେ ପଡିଥିବା ଗୋଟିଏ ଚେୟାର ଉପରେ ବସିଲେ । ଦୁଇ ହାତ ଯୋଡ଼ି ନମସ୍କାର ଟିଏ କରି ପିଲାଙ୍କୁ କଣ ସବୁ କାମ ହେଉଛି ବୋଲି ପଚାରିଥିଲେ।

ତାପରେ ସେ ଚେୟାର ଉପରୁ ଓହ୍ଲାଇ ଆସି ପାଖରେ ବସି କାମ କରୁଥିବା ଯୁବକ ମାନଙ୍କ ସହିତ ମିଶି ସ୍କୁଟି ମରାମତି କରିବାରେ ଲାଗିପଡିଲେ। ଏସବୁ ଦେଖି ଆମ ପ୍ରତିନିଧିଙ୍କ ମନଟା ଗୋଳେଇ ଘାଣ୍ଟି ହେଉଥାଏ । ଯାହାଫଳରେ ସେ ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କ ଠାରୁ ସବୁ କଥା ଜାଣିବା ପାଇଁ ତାଙ୍କ ସହିତ ଆଲୋଚନା କରିଥିଲେ। ଆଉ ଚତୁର୍ଭୁଜଙ୍କ ବିଷୟରେ ସବୁ କଥା ଜାଣିଥିଲେ।

ତେବେ ଚତୁର୍ଭୁଜଙ୍କ ଘର ନୟାଗଡ଼ ଜିଲ୍ଲାରେ। ଗାଁ ରେ ଗ୍ରାଜୁଏସନ ପାଠ ସରିଲା ପରେ ଭୁବନେଶ୍ୱର ରେ ପାଦ ଦେଇଥିଲେ କିଛି କରିବା ଲକ୍ଷ୍ୟ ନେଇ। କେବେ କାହା ଆଗରେ ହାତ ପତାଇବକୁ ପସନ୍ଦ କରୁନଥିଲେ। ପ୍ରଥମେ କାମ ଶିଖିଲେ ସାନ ଭାଇ ଠାରୁ ପରେ ଅନ୍ୟ ମାନଙ୍କ ଠାରୁ କାମ ଶିଖି ଆଜି ଜଣେ ସଫଳ ମଣିଷ ହୋଇ ପାରିଛନ୍ତି।

ଯଦି ପ୍ରଗାଢ ଇଚ୍ଛା ଶକ୍ତି ଥାଏ ତେବେ ହାର ମାନିଥାଏ ସବୁ ପ୍ରତିବନ୍ଧକ। ଖଣ୍ଡେ ଗ୍ୟାରେଜ କରି ଚାରି ପାଞ୍ଚ ଜଣ ପିଲା ରଖି କାମ କରାଇ ସେମାନଙ୍କ ପରିବାର ପୋଷିବା ସହିତ ନିଜ ପରିବାରଙ୍କୁ ଖୁବ ଭଲରେ ରଖିଛନ୍ତି ଚତୁର୍ଭୁଜ । ଆଜିର ଯୁବ ପିଢ଼ି ପାଇଁ ସେ ଏକ ଉଦାହରଣ କହିଲେ ଅତ୍ଯୁକ୍ତି ହେବନି। ପ୍ରତ୍ୟେକ ମଣିଷ ଚତୁର୍ଭୁଜଙ୍କ ଠାରୁ ନିଶ୍ଚୟ କିଛି ଶିଖିବାର ଅଛି ।

 

Sonalisa

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

12 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

28 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

37 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

45 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago