ନୂଆବର୍ଷରେ ସଫେଇ କର୍ମଚାରୀଙ୍କ କାହାଣୀ

ଗୋପ: ନୂଆ ବର୍ଷର ନୂଆ ସକାଳ ସବୁବେଳେ ସମସ୍ତଙ୍କ ପାଇଁ ନୂଆ ନୂଆ ଅନୁଭୂତି ଆଣୁଥିବା ବେଳେ ଏହି ସଫେଇ କର୍ମଚାରୀ ଙ୍କ ପାଇଁ ସବୁଦିନ ସକାଳ ପରି ନୂଆ ବର୍ଷର ନୂଆ ସକାଳ । କାହିଁକି ନାଁ ସବୁଦିନ ଭଳି ଠିକ ଭୋର ୪ଟା ଯିଏ ଯୁଆଡୁ ଆସି ପହଞ୍ଚି ଯାଆନ୍ତି କୋଣାର୍କରେ ନିଜ କର୍ମ ପାଇଁ । ହେଲେ ସେମାନଙ୍କ ମନରେ ନ ଥାଏ ଯେ ଆଜି ନୂଆ ବର୍ଷ । କିନ୍ତୁ ଆମେ ଟିକେ ସକାଳୁ ସକାଳୁ ନିଜ ପରିବାର ସହିତ ନୂଆ ବର୍ଷ କଟାଇବା ପାଇଁ ବାହାରକୁ ବାହାରିଯାଉ । ହେଲେ ଏମାନଙ୍କ ମନରେ ଥାଏ ଆମ କୋଣାର୍କ ଆମର ଗର୍ବ ।

ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଦୈନଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ ତାରି ଭିତରେ ସେମାନେ ବିଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥାଆନ୍ତି । ଏହି ସଫେଇ କର୍ମଚାରୀମାନେ ପଡିରହିଥିବା ଅଳିଆ ଆବର୍ଜନା ଗୁଡିକୁ ଶୀତ କାକରକୁ ଖାତିରି ନକରି ରାତି ଅଧରୁ ପହଞ୍ଚି ଧୂଳି ସହିତ ଧୂଳି ହୋଇ ଝାଡୁରେ ଓଳାଇ ସଫା କରିବାରେ ଲାଗିପଡନ୍ତି ।

ନିଜ ସହିତ ନିଜ ପରିବାର ପାଇଁ ଦି ପଇସା ଯୋଗାଡ଼ କରିବାରେ ଲାଗିପଡିଛନ୍ତି । ଅନ୍ୟମାନେ ଫିଙ୍ଗି ଦେଉଥିବା ଅଳିଆ ସଫା କରନ୍ତି କାହିଁକି ନାଁ ସବୁଦିନ ଭଳି ନୂଆ ବର୍ଷର ନୂଆ ସକାଳରେ କୋଣାର୍କକୁ ବୁଲିଆସୁଥିବା ପର୍ଯ୍ୟଟକ ଅନୁଭବ କରନ୍ତୁ ଯେ କୋଣାର୍କ କେତେ ସ୍ଵଚ୍ଚ ଆଉ ସୁନ୍ଦର ପରିବେଶ । ଯାହାପାଇଁ କୋଣାର୍କର ବଜାର, ରାସ୍ତା ଘାଟ ସ୍ୱଚ୍ଛ ରଖିବାର ଦାୟିତ୍ୱ ନିଭାଇଥାଆନ୍ତି । ସେମାନଙ୍କ ପାଇଁ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ମିଳବା ପାଇଁ ସରକାର ଙ୍କ ନିକଟରେ ଗୁହାରୀ କରିଛନ୍ତି ସଫେଇ କର୍ମଚାରୀ ଓ ତାଙ୍କ ସୁପରଭାଇଜର ।

Also read:ଲାଞ୍ଚ ନେବା ମାମଲାରେ ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଗିରଫ