ସ୍ପେଶାଲ

କମାଲ କରିଲେ ଓଡ଼ିଆ ଝିଅ, ଚନ୍ଦ୍ରଯାନ-୩ ସଫଳତାରେ ଯୋଡ଼ି ହୋଇ ଓଡ଼ିଶାକୁ କଲେ ଗର୍ବିତ

ସଫଳ ହୋଇଛି ଚନ୍ଦ୍ରଯାନ-୩ । ଏହା ପଛରେ ରହିଛି ଅନେକ ବୈଜ୍ଞାନିକଙ୍କ ହାତ । ଅନେକ ବୈଜ୍ଞାନିକଙ୍କ ମଧ୍ୟରେ କିଛି ମହିଳା ବୈଜ୍ଞାନିକ ମଧ୍ୟ ଏହି ବଡ଼ ସଫଳତା ପଛରେ ରହିଛନ୍ତି । ଭାରତର ଭିନ୍ନ ଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ନିଜ ଘର ଛାଡ଼ି ଇସ୍ରୋରେ ଯୋଡ଼ି ହୋଇଛନ୍ତି । ତେବେ ଏହି ଚନ୍ଦ୍ରଯାନ-୩ ସଫଳ ହେବା ପଛରେ ଓଡ଼ିଶାର ଝିଅ ମଧ୍ୟ ସାମିଲ ଅଛନ୍ତି । ଯାହା ଆମ ପାଇଁ ଗର୍ବ ଏବଂ ଗୌରବର ବିଷୟ । ସେ ଏହି ମିଶନରେ ଯୋଗ ଦେଇ ନିଜ ବାପା ମା’ଙ୍କୁ ଗର୍ବିତ କରିବା ସହ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଣି ଦେଇଛନ୍ତି । ତେବେ ସେ ଆଉ କେହି ନୁହନ୍ତି ସେ ଏଇ ଓଡ଼ିଶା ମାଟିର ଝିଅ ରଶ୍ମି ବେହେରା ।

ଇସ୍ରୋର ଅନେକ ବୈଜ୍ଞାନିକମାନଙ୍କ ମଧ୍ୟରେ ରଶ୍ମି ନିଜର ଭିନ୍ନ ପରିଚୟ ସଷ୍ଟି କରିଛନ୍ତି । ରଶ୍ମିଙ୍କ ଅବଦାନ ସମସ୍ତଙ୍କ ପାଇଁ ବର୍ତ୍ତମାନ ଉଦାହରଣ ପାଲଟିଛି । ଜଣେ ସଫଳ ମହିଳା ଇସ୍ରୋ ବୈଜ୍ଞାନିକ ଭାବେ ଢେଙ୍କାନାଳ ଜିଲ୍ଲାର ସୋଗର ଗ୍ରାମର ରଶ୍ମି ବେହେରା ନିଜ ଦକ୍ଷତା ବଳରେ ଏଭଳି ସ୍ଥାନରେ ପହଞ୍ଚି ପାରିଛନ୍ତି । ରଶ୍ମିଙ୍କ ଘର ସୋଗର ଗ୍ରାମରେ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାର ଢେଙ୍କାନାଳ ସହରର ରାମେଶ୍ୱରପୁର ୧୮ ନମ୍ବର ୱ।ର୍ଡରେ ରହି ଆସୁଛନ୍ତି । ସେ ୨୦୦୬ ମସିହାରେ ଇସ୍ରୋର ସାଟେଲାଇଟ ସେଣ୍ଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ ସେ ସିନିଅର ସାଇଣ୍ଟିଷ୍ଟ ପୋଷ୍ଟରେ ଅଛନ୍ତି ।

ପିଲାବେଳୁ ବୈଜ୍ଞାନିକ ହେବା ପାଇଁ ଆଶା ରଖିଥିଲେ ରଶ୍ମି । ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାର ଇଚ୍ଛା ଆଜି ତାଙ୍କର ସଫଳ ହୋଇଛି । ଦୀର୍ଘଦିନ ଧରି ପରିଶ୍ରମ କରି ଶେଷରେ ସେ ଇସ୍ରୋର ମୁନ ମିଶନରେ ଯୋଗଦାନ ଦେଇଥିଲେ ଏବଂ ତାଙ୍କର ଏହ ଯୋଗଦାନ ସଫଳ ହୋଇଛି । ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ସହ ତାଙ୍କର ଚେଷ୍ଟା ବଳରେ ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରରେ ପହଞ୍ଚି ପାରିଛି ।

ଇଣ୍ଡିଆର ମିଶନ ମୁନ ସଫଳ ପରେ ରଶ୍ମିଙ୍କ ଘରେ ବାପା ମା’ଙ୍କ ସହ ସାହି ପଡ଼ିଶାରେ ଖେଳି ଯାଇଛି ଖୁସିର ଲହରୀ । ପିତା ଶଙ୍କରଶଣ ବେହେରା ଓ ମା ପଦ୍ମାବତୀ ବେହେରା ଝିଅର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ରଶ୍ମିଙ୍କ ପାଇଁ ଆଜି ଦେଶ, ରାଜ୍ୟ ଓ ଢେଙ୍କାନାଳ ଜିଲ୍ଲା ଗର୍ବିତ ହୋଇଛି । ଚନ୍ଦ୍ରଯାନ-୩ ମିଶନ ସଫଳ ହେବାପରେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ମିଳିଛି ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

35 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago