୫୦୦୦ ବର୍ଷରୁ ଅଧିକ ପୁରୁଣା ଆଇସକ୍ରିମ ର ସ୍ୱାଦ, ଜାଣନ୍ତୁ ଏହାର ଇତିହାସ

ଆଇସକ୍ରିମ ଖ୍ରୀଷ୍ଟପୂର୍ବ ୩୦୦୦ ଶତାବ୍ଦୀ ଅର୍ଥାତ ୫୦୦୦ ବର୍ଷ ପୂର୍ବରୁ ହିଁ ଉଦ୍ଭାବନ ହୋଇଥିଲା । ସେହିପରି ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ ଇଟାଲୀର ଏକ ବ୍ୟବସାୟୀ ମାର୍କୋପୋଲୋ ପ୍ରଥମ ଥର ପାଇଁ ଆଇସକ୍ରିମ ପ୍ରସ୍ତୁତ କରିଥିଲେ । ଖ୍ରୀଷ୍ଟପୂର୍ବ ୫୦୦ ଶତାବ୍ଦୀରେ ଇରାନର ଅଚମେନିଦ ସାମ୍ରାଜ୍ୟରେ ମଧ୍ୟ ଏହା ମିଳୁଥିଲା ।

(କେନ୍ୟୁଜ ବ୍ୟୁରୋ) : ଗରମ ଦିନରେ ଆଇସକ୍ରିମ ଖାଇବାର ମଜା ହିଁ ଅଲଗା । ସେହିପରି କିଛି ଲୋକ ଶୀତ ଦିନରେ ମଧ୍ୟ ଆଇସକ୍ରିମ ଖାଇବାକୁ ଭଲ ପାଇଥାନ୍ତି । ବଜାରରେ ଭିନ୍ନ ଭିନ୍ନ ଫ୍ଲେଭରର ଆଇସକ୍ରିମ ମିଳିଥାଏ । ଆଇସକ୍ରିମ ନିଜ ସ୍ୱରୂପକୁ ଆସିବା ପାଇଁ ହଜାର ହଜାର ବର୍ଷ ର ଯାତ୍ରା ଅତିକ୍ରମ କରିଛି । ସମୟ ସହିତ ଆଇସକ୍ରିମ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଫ୍ଲେଭର୍ସରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ପ୍ରଥମ ଥର ଆଇସକ୍ରିମ ପ୍ରସ୍ତୁତ ହେବା ପରେ ଏହା ଭାରତକୁ ଆସିବା ପାଇଁ ୪୫୦୦ ବର୍ଷ ଲାଗିଥିଲା ।

ଆରମ୍ଭରୁ ଆଇସକ୍ରିମ କୁ କୁଲଫି କୁହାଯାଉଥିଲା । କିନ୍ତୁ ଆଜି ମଧ୍ୟ କୁଲଫି ର ଭିନ୍ନ ଫ୍ଲେଭର୍ସ ବଜାରରେ ଉପଲବ୍ଧ । କୁଲଫି ହେଉଛି ଏକ ପାର୍ସୀ ଶବ୍ଦ । ଏହି ଆଧାରରେ କୁଲଫି ପ୍ରଥମେ ଇରାନରେ ପ୍ରସ୍ତୁତ ହୋଇଥିବା କୁହାଯାଏ । କୁଲଫି କାଠି ଏବଂ ଧାତୁର ଏକ ବଡ଼ ପାତ୍ରରେ ବନ୍ଦ କରି ଜମା କରାଯାଇଥାଏ । ଏହା କ୍ଷୀରରେ ପ୍ରସ୍ତୁତ ହୋଇଥାଏ । ଅନ୍ୟପଟେ ଇରାନର ଅଧିବାସୀମାନେ ଖ୍ରୀଷ୍ଟପୂର୍ବ ୬୦୦ ଶତାବ୍ଦୀରେ ଫଳ ରସରେ ବରଫ ମିଶାଇ ଖାଇବା ଆରମ୍ଭ କରିଥିଲେ ।

ଆଇସକ୍ରିମ ର ଇତିହାସକୁ ନେଇ ଅନେକ ଧାରଣା ରହିଛି । କିଛି ଲୋକଙ୍କ ମତ ଅନୁସାରେ ଆଇସକ୍ରିମ ଖ୍ରୀଷ୍ଟପୂର୍ବ ୩୦୦୦ ଶତାବ୍ଦୀ ଅର୍ଥାତ ୫୦୦୦ ବର୍ଷ ପୂର୍ବରୁ ହିଁ ଉଦ୍ଭାବନ ହୋଇଥିଲା । ସେହିପରି ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ ଇଟାଲୀର ଏକ ବ୍ୟବସାୟୀ ମାର୍କୋପୋଲୋ ପ୍ରଥମ ଥର ପାଇଁ ଆଇସକ୍ରିମ ପ୍ରସ୍ତୁତ କରିଥିଲେ । ଖ୍ରୀଷ୍ଟପୂର୍ବ ୫୦୦ ଶତାବ୍ଦୀରେ ଇରାନର ଅଚମେନିଦ ସାମ୍ରାଜ୍ୟରେ ମଧ୍ୟ ଏହା ମିଳୁଥିଲା । ଫରାସୀମାନେ ଖ୍ରୀଷ୍ଟପୂର୍ବ ୪୦୦ ଶତାବ୍ଦୀ ପୂର୍ବରୁ ହିଁ ବରଫରେ ଭିନ୍ନ ଫ୍ଲେଭରର ଆଇସକ୍ରିମ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଏହା ବ୍ୟତୀତ ଖ୍ରୀଷ୍ଟପୂର୍ବ ୨୦୦ ଶତାବ୍ଦୀରେ ଚୀନ କ୍ଷୀର ଏବଂ ଚାଉଳରେ ଆଇସକ୍ରିମ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା ।

ମୋର୍କୋପୋଲୋ ୧୨୫୪ରୁ ୧୩୨୪ ମସିହା ମଧ୍ୟରେ ଚୀନର ଯାତ୍ରା କରିଥିଲେ । ସେ ହିଁ ଆଇସକ୍ରିମ କିପରି ପ୍ରସ୍ତୁତ ହୁଏ ଶିଖିଥିଲେ । ମାର୍କୋପୋଲୋଙ୍କ ଦ୍ୱାରା ଆଇସକ୍ରିମ ଇଟାଲୀରେ ପ୍ରସ୍ତୁତ ହୋଇ ଫ୍ରାନ୍ସ ପହଞ୍ଚିଥିଲା । ପରେ ଆମେରିକା ଯାତ୍ରା କରିଥିଲା ଆଇସକ୍ରିମ । ୧୭ ତମ ଶତାବ୍ଦୀରେ ଆଇସକ୍ରିମ ଇଂଲଣ୍ଡରେ ପହଞ୍ଚିବା ପରେ ମୋଗଲ ଶାସକଙ୍କ ଦ୍ୱାରା ଏହା ଦକ୍ଷିଣ ଏସିଆରେ ପହଞ୍ଚିଥିଲା ।

ତେବେ ମୋଗଲ ଶାସକମାନଙ୍କ ଦ୍ୱାରା ଭାରତରେ ଆଇସକ୍ରିମ ପହଞ୍ଚିଥିଲା । ଶାସକ ଆକବରଙ୍କ ପାଇଁ ଆଇସକ୍ରିମ ଭଳି ଥଣ୍ଡା ମିଠା ଖାଦ୍ୟ ପ୍ରସ୍ତୁତ କରାଯାଉ ଥିଲା । ବହୁଳ ମାତ୍ରାରେ ଆଇସକ୍ରିମ ପ୍ରସ୍ତୁତ କରିବା ପାଇଁ ୧୮୫୧ ମସିହାରେ ଇନସୁଲେଟେଡ ଆଇସ ହାଉସ ଆବିଷ୍କାର କରାଯାଇଥିଲା । ଏହା ପରେ ଆଇସକ୍ରିମ ର ଚାହିଦା ବଢିବାରେ ଲାଗିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.