ଏଠି ରହିଛି ହନୁମାନଙ୍କ ନିଆରା ମୂର୍ତ୍ତି, ଯାହା ନଡ଼ିଆକୁ ମୁଁହରେ ରଖୁ ରଖୁ କରିଦେଇଥାଏ ଦୁଇଖଣ୍ଡ

ଗୁଜୁରାଟର ବୋଟାଦ ନିକଟସ୍ଥ ସାରଙ୍ଗପୁରର ହନୁମାନ ମନ୍ଦିର ଆଖପାଖରେ ବହୁତ ପ୍ରସିଦ୍ଧ। ଏଠାରେ ହନୁମାନଙ୍କୁ ନଡ଼ିଆ ଭୋଗ ଚଢ଼ାଯାଇଥାଏ। ଏହି ନଡ଼ିଆକୁ ଶ୍ରଦ୍ଧାଳୁମାନେ ମୂର୍ତ୍ତି ମୁଁହରେ ରଖି ଦିଅନ୍ତି। ଏହାପରେ ହନୁମାନଙ୍କ ମୂର୍ତ୍ତି ଅଧା ନଡ଼ିଆ ଭକ୍ତଙ୍କୁ ଫେରାଇ ଦେଇ ବାକି ନଡ଼ିଆ ଗ୍ରହଣ କରିଥାଏ। ମନ୍ଦିର ମହନ୍ତଙ୍କ ଅନୁସାରେ, ମନ୍ଦିରକୁ ସଫାସୁତରା ରଖିବା ଉଦ୍ଦେଶ୍ୟରେ ଏଭଳି ମୂର୍ତ୍ତି କରାଯାଇଛି।

uu

ନଡ଼ିଆ ଭଙ୍ଗାଯିବା ଦ୍ୱାରା ମନ୍ଦିର ପରିସର ଅପରିଷ୍କାର ହେଉଥିଲା। ଏଥିପାଇଁ ସେମାନେ ଏମିତି ମୂର୍ତ୍ତି ନିର୍ମାଣ କରିଛନ୍ତି, ଯଦ୍ଦ୍ୱାରା ଭଗବାନଙ୍କୁ ପ୍ରସାଦ ବି ଅର୍ପଣ ହୋଇପାରିବ ଏବଂ ମନ୍ଦିର ଅପରିଷ୍କାର ହେବନି। ସେ କହିଛନ୍ତି, ବାସ୍ତବରେ ମୂର୍ତ୍ତି ମୁଁହରେ ଏକ ମେସିନ ଲଗାଯାଇଛି, ଯାହା ନଡ଼ିଆକୁ ଦୁଇଖଣ୍ଡ କରିଦେଉଛି।

sdc

ହନୁମାନଙ୍କ ମୁଁହ ଦେଇ ନଡ଼ିଆ ଭିତରକୁ ଯିବା ପରେ ମେସିନ ଜରିଆରେ ତାହା ଦୁଇଖଣ୍ଡ ହୋଇଯାଇଥାଏ। ଗୋଟିଏ ଖଣ୍ଡ ମୂର୍ତ୍ତି ହାତ ବାଟେ ବାହାରକୁ ଆସିଥାଏ, ଯାହାକୁ ପ୍ରସାଦ ଆକାରରେ ଭକ୍ତଙ୍କୁ ବଣ୍ଟାଯାଏ। ଅନ୍ୟ ଖଣ୍ଡଟି ଭିତରକୁ ଚାଲିଯାଏ। ଏହାକୁ ମନ୍ଦିର ପ୍ରଶାସନ ଭୋଗ ରୂପେ ସ୍ୱୀକାର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.