ୟୁରିନରେ ଚାଲିବ ଟ୍ରାକ୍ଟର ! ପେଟ୍ରୋଲ ଡିଜେଲର ବିକଳ୍ପ ହେବ କି ୟୁରିନ…ଚାଲିଛି ଗବେଷଣା

ପେଟ୍ରୋଲ ଡିଜେଲ ରେଟ ଆକାଶ ଛୁଆଁ ହେଲାଣି । ଆଉ ଏହି ଦର ସମସ୍ତଙ୍କୁ ଘାଇଲା କରୁଛି । ଘରୁ ବାହାରକୁ ବାହାରିଲେ ଗାଡି ଉପରେ ସମସ୍ତେ ନିର୍ଭରଶୀଳ । କିନ୍ତୁ ଯେତେବେଳେ ଦର ବଢି ବଢି ଚାଲେ ତେବେ ସେହି ହିସାବରେ ଗାଡି ଘରୁ ବାହାରିବା ବି କମିଯାଏ । ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏମିତିକି ଇନ୍ଧନ ମଧ୍ୟ ସେଭଳି ଭାବରେ ବହୁମାତ୍ରାରେ ପ୍ରଭାବିତ କଲାଣି । ତେଣୁ ଏହାର ବିକଳ୍ପ ପାଇଁ ସରକାର ଓ ବିଭିନ୍ନ କମ୍ପାନୀ ଗୁଡିକ ଚିନ୍ତା କରୁଛନ୍ତି ଓ ସେ ଦିଗରେ କାମ କରୁଛନ୍ତି ।

ପେଟ୍ରୋଲ ଡିଜେଲ ଇନ୍ଧନ ଏସବୁର ବିକଳ୍ପ କେବଳ ଭାରତ ନୁହେଁ ଅନ୍ୟ ଦେଶ ଗୁଡିକରେ ବି ଖୋଜା ଚାଲିଛି । ଅମେରୀକା ଏ ଦିଗରେ ଜୋରସୋରରେ ଲାଗିପଡିଛି । ଯାହାର ବିକଳ୍ପ ସୂରୂପ ସାମନାକୁ ଆସିଛି ୟୁରିନ । ମାନେ ମଣିଷ ୟୁରିନ ।

ୟୁରିନର ଅଭାବ ତ କେବେ ହେବ ନାହିଁ । ଏମିତିରେ ଆଗାମୀ ସମୟରେ ଇନ୍ଧନର ସ୍ଥାନରେ ଯଦି ଏହାର ଉପଯୋଗ ହୋଇପାରୁଛି ତେବେ ସବୁକିଛି ବେଶ ସହଜ ହୋଇଯିବ । ଅମେରିକା କମ୍ପାନୀ ଅମୋରି ଅମୋନିଆ ଦ୍ୱାରା ଚାଲୁଥିବା ଟ୍ରାକ୍ଟର ତିଆରି କରିଛି । କହିରଖୁଛୁ କି ୟୁରିନରେ ଅମୋନିଆ ବହୁ ମାତ୍ରାରେ ମିଳେ । ଅର୍ଥାତ ୟୁରିନରୁ ହିଁ ଟ୍ରାକ୍ଟର ଚାଲିବା ସମ୍ଭବ । କିନ୍ତୁ ଏହା କିପରି ସମ୍ଭବ ଜାଣିବା ।

ପ୍ରକୃତ କଥା ହେଉଚି କି କମ୍ପାନୀ ଏକ ଏଭଳି ରିଏକ୍ଟର ତିଆରି କରିଛି ଯାହା ଅମୋନିଆକୁ ଭାଙ୍ଗୁଛି ଓ ଏହା ହାଇଡ୍ରୋଜେନର ବ୍ୟବହାରକରି ସେଥିରୁ ଉର୍ଜା ସୃଷ୍ଟି କରୁଛି । ଅର୍ଥାତ ଏହା ସ୍ପଷ୍ଟ କି ଏମିତି ନୁହେଁ ଯେ ଆପଣ ଟ୍ରାକ୍ଟର ଅବା ଅନ୍ୟ କୌଣସି ବାହନରେ ନିଜ ୟୁରିନ ପକାଇବେ ଆଉ ଗାଡି ଚାଲିବ । ବରଂ ଇନ୍ଧନ ଭଳି ବ୍ୟବହାର ହେବା ପୂର୍ବରୁ ୟୁରିନକୁ ମଧ୍ୟ ଏକ ଟ୍ରିଟମେଣ୍ଟ ପ୍ରୋସେସ ସହ ଯିବାକୁ ହେବ ।

ଡିଡବ୍ଲୁ ନିଜ ରିପୋର୍ଟରେ କହିଛି କି ୟୁରିନକୁ ଅମୋନିଆରେ ପରିବର୍ତ୍ତନ କରାଯାଇପାରିବ ଓ ସେଥିରୁ ଉର୍ଜା ମଧ୍ୟ ସୃଷ୍ଟି କରାଯାଇ ପାରିବ । କମ୍ପାନୀ ବର୍ତ୍ତମାନ ଏମିତି କିଛି କାମ ଟ୍ରାକ୍ଟର ସହ କରୁଛି କିନ୍ତୁ ଭବିଷ୍ୟରେ ଏଥିରୁ ସମୁଦ୍ରୀ ମାଲବାହୀ ଜାହଜକୁ ଚଳାଇବାକୁ ଚାହୁଁଛି ।

ଇଣ୍ଡଷ୍ଟ୍ରିରେ ଅମୋନିଆର ବ୍ୟବହାର କେଉଁ ଦଶକରୁ ହୋଇଆସୁଛି । ତେଣୁ ଏହାର ଷ୍ଟୋରେଜର ପର୍ଯ୍ୟାପ୍ତ ବ୍ୟବସ୍ଥା ପୂର୍ବରୁ ହିଁ ରହିଛି । ଏହାର ବାଲାନ୍ସ ଓ ଜେଲିଭରି ପାଇଁ ସାଧନ ପୂର୍ବରୁ ହିଁ ମହଜୁଦ ରହିଛି । ଅମେନିଆରୁ କାର୍ବନ ଡାଇଅକ୍ସାଇଡ ବାହାରେ ନାହିଁ । ଏଥିରୁ ଉର୍ଜା ମଧ୍ୟ ଅଧିକ ରହିଥାଏ । ଏମିତିରେ ଏହି କାର୍ବନ ମାଗଣା ଟ୍ରାନ୍ସପୋର୍ଟ ପାଇଁ ଭଲ ବିକଳ୍ପ ହୋଇପାରେ ।

ତେବେ ଦର୍ଶକବନ୍ଧୁ ଯଦି ଏପରି ସମ୍ଭବ ହୁଏ ତେବେ ଆଗାମୀ ସମୟ ବହୁତ ହି ସହଜ ସରଳ ହୋଇଯିବ ଆମମାନଙ୍କ ପାଇଁ । କିନ୍ତୁ ଏହା ଏବେବି ବି ସ୍ୱପ୍ନ କାରଣ ଏଥିରେ ଚାଲିଛି ଗବେଷଣା । ଅପେକ୍ଷା ଆଉ ଆଶା ରହିବ ଏହି ପ୍ରୋଜେକ୍ଟର ସଫଳତାକୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.