କୁନିଝିଅ ଚଲାଉଛି ସ୍କୁଟି ଭାଇରାଲ ହେଉଛି ଭିଡିଓ

ମହାରାଷ୍ଟ୍ର : ଛତ୍ରପତି ସଂଭାଜିନଗରର ଏକ ଭାଇରାଲ ଭିଡିଓ ସାମ୍ମନାକୁ ଆସିଛି । ଏହି ଫୋଟରେ ଆପଣ ଦେଖୁଛନ୍ତି ଏକ କୁନି ଝିଅଟି ସ୍କୁଟି ଚଲାଉଛି । ସେହି କୁନିଝିଅର ପଛ ସିଟରେ ଝିଅଟିର ବାପା ବସିଥିବା ଅନୁମାନ କରାଯାଉଛି । କାରଣ ଏହି କୁନି ଝିଅଟି ସ୍କୁଟି ଚଲାଉଥିବା ସମୟରେ ସେ ସ୍କୁଲ ୟୁନିର୍ଫମ ପିନ୍ଧିଥିବା ନଜର ଆସୁଛନ୍ତି । ସବୁଠାରୁ ବଡ କଥା କି ଏହି ଭିଡିଓଟିରେ ଯେଉଁ ସ୍କୁଟି ଏହି ନାବାଳିକା ଚଲାଉଛନ୍ତି ତାହା ନମ୍ବର ବିହୀନ ଅଟେ । ବାପା ଓ ଝିଅ ଦୁହେଁ ହଲେମଟେ୍ ପିନ୍ଧି ନାହାନ୍ତି । କିଛି ଜଣ ଏହି ଭିଡିଓ କୁ ଦେଖି ଚିନ୍ତିତ ହୋଇଥିବା ବଳେେ ଆଉ କିଛି ଲୋକ ଏହି ଭିଡିଓ ଟିକୁ ଦେଖି ରାଗି ଯାଇଛନ୍ତି । କିଛି ଲୋକ ଝିଅଟିର ବାପାଙ୍କୁ ସମାଲୋଚନା କରିଛନ୍ତି ଓ କହିଛନ୍ତି କି ଝିଅର ସୁରକ୍ଷା କରିବା ପରିର୍ବର୍ତ୍ତେ ବାପା ବିପଦ ଆଡକୁ କୁନି ଝିଅକୁ ଠେଲି ଦେଉଛନ୍ତି ।

ଡ୍ରାଇଭିଙ୍ଗ ପାଇଁ ଏକ ନିଦ୍ଧିଷ୍ଚ ବୟସ ଓ ସ୍ତର ପରିକଲ୍ପନାର ଆବଶ୍ୟକତା ହୋଇଥାଏ । ଯାହାଦ୍ୱାରା ଚାଳକଟି ଏକ ଗାଡି ଚଲାଇବା ଶିଖିବା ପାଇଁ ତାକୁ ଏକ ଟ୍ରେନିଙ୍ଗ ର ଆବଶ୍ୟକତା ପଡିଥାଏ । ପ୍ରତ୍ୟକ ଦେଶରେ ଡ୍ରାଇଭିଙ୍ଗି କରିବା ପାଇଁ ଏକ ନିଦ୍ଧିଷ୍ଟ ବୟସ ସୀମା ନିର୍ଧାରଣ କରାଯାଇଛି । ଯାହା ଦ୍ୱାରା ଚାଳକଟି ସଡ଼କ ସୁରକ୍ଷା ବିଷୟରେ ସଚତେନ ହେବା ସହ ଅନକୁ ସଚେତନ କରି ପାରିବ । ବେଳେ ବେଳେ ବହୁତ ନାବାଳକ କାର ଓ ବାଇକ ଚଲାଉଥିବାର ଦୃଶ୍ୟ ଆମ ନଜରରେ ପଡିଥାଏ । ଏ ଭିଡିଓ ଟି ଦେଖିବା ପରେ କିଛି ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି । ଏହି ଦୃଶ୍ୟରେ ଏହିଛୋଟ ଝିଅଟି ନିଜ ବାପାଙ୍କୁ ସ୍କୁଟରେ ବସାଇ ର୍ଗବର ସହ ସ୍କୁଟି ଚଲାଉଥିବା ନଜରରେ ଆସୁଛି ।

ଏହି ଭିଡିଓ ରେ ଥିବା କ୍ୟାପସନରେ ଲେଖା ହୋଇଛି କି ଛତ୍ରପତି ସମ୍ଭାଜୀନଗରର ଚକିତ କଲାଭଳି ଘଟଣା । ଏହି ଦୃଶ୍ୟ ଦେଖି କିଛି ଲୋକେ ଚିନ୍ତାରେ ପଡିଗଲେ । କିଛି ଲୋକ ଝିଅଟିର ବାପାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଛୋଟ ଛୁଆପିଲାମାନଙ୍କ ପ୍ରତି ଖାମଖିଆଲ ଭାବ ନ ରଖି ସମୋନଙ୍କ ପ୍ରତି ଦାୟିତ୍ୱ ବାନ ହେବା ଉଚିତ ବୋଲି କହିଛନ୍ତି । ଅନଜଣେ କହିଛନ୍ତି କି ଆଇନ ଅନୁସାରେ ଏହା ଠିକ ନୁହେଁ । ନାବାଳକ ଓ ନାବାଳିକା ମାନେ ଗାଡି ଚଲାଇବା କୁ ଦେବା ହିଁ ବିପଦର କାରଣ ହୋଇପାରେ ଯାହା ଏକ ଦଣ୍ଡନୀୟ ଅପରାଧ ଅଟେ ।