ପାଣି ନପାଇ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଏହି ଗାଁ ଲୋକେ, ଯିବାକୁ ପଡୁଛି ୫କିମି ଦୂରରେ ଥିବା ଝର ନିକଟକୁ

ଏ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ବାରଘର ଗ୍ରାମ । ରାୟଗଡ଼ ବ୍ଲକ ଗଙ୍ଗବାଡ ପଂଚାୟତର ସବୁଠାରୁ ଦୁର୍ଗମ ଓ ବିଛିନ୍ନାଞ୍ଚଳରେ ଥିବା ଗ୍ରାମ ହେଉଛି ବାରଘର । ପ୍ରତ୍ୟେକ ଅଞ୍ଚଳରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଦେବା ସରକାର ଓ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଥମ କର୍ତ୍ତବ୍ୟ । କିନ୍ତୁ ଆଜି ଯାଏ ଏହି ଗ୍ରାମକୁ ନା ପ୍ରସାଶନ ନା ନିର୍ବାଚିତ ପ୍ରତିନିଧି କାହାର ଦୃଷ୍ଟି ପଡିନଥିବା ଦେଖିବାକୁ ମିଳିଛି ।

ଗଜପତି(କେନ୍ୟୁଜ): ଏ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ବାରଘର ଗ୍ରାମ । ରାୟଗଡ଼ ବ୍ଲକ ଗଙ୍ଗବାଡ ପଂଚାୟତର ସବୁଠାରୁ ଦୁର୍ଗମ ଓ ବିଛିନ୍ନାଞ୍ଚଳରେ ଥିବା ଗ୍ରାମ ହେଉଛି ବାରଘର । ପ୍ରତ୍ୟେକ ଅଞ୍ଚଳରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଦେବା ସରକାର ଓ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଥମ କର୍ତ୍ତବ୍ୟ । କିନ୍ତୁ ଆଜି ଯାଏ ଏହି ଗ୍ରାମକୁ ନା ପ୍ରସାଶନ ନା ନିର୍ବାଚିତ ପ୍ରତିନିଧି କାହାର ଦୃଷ୍ଟି ପଡିନଥିବା ଦେଖିବାକୁ ମିଳିଛି ।

ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ପାନୀୟ ଜଳ ପରି ଏକ ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି । ସେ ପ୍ରଶାସନିକ ଅବହେଳା ହେଉ ଅବା ନିର୍ବାଚିତ ପ୍ରତିନିଧିଙ୍କ ସ୍ୱର ନ ଉଠାଇବା ହେଉ, ଯେଉଁଥି ପାଇଁ ଗ୍ରାମବାସୀଙ୍କୁ ପାନୀୟ ଜଳ ପାଇଁ ନର୍କ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ କରିଛି । ତିତଲି ସମୟରେ ଏହି ଗ୍ରାମର ୧୬ଜଣ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ସରକାର ବାରଘର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତି ନେଲେ । ତଥାପି ନୂଆଁ ସ୍ଥାନରେ ବର୍ଷା, ଶୀତ ସମୟରେ ବସବାସ ଓ ବାରଘରରେ ଗ୍ରୀଷ୍ମ ରୁତୁରେ ରହିବାକୁ ନିଷ୍ପତି କରାଗଲା ।

କିନ୍ତୁ ବର୍ଷ ବର୍ଷ ଧରି ରହିଥିବା ପାନୀୟ ଜଳ ସମସ୍ୟା ଯଥା ପୂବଂ ତଥା ପରଂ ଭଳି ଲାଗିରହିଛି । ଯାହା ଫଳରେ ଲୋକେ ବାଧ୍ୟ ହୋଇ ଗ୍ରାମରୁ ଏକ କିମି ଦୂରରେ ଥିବା ପାହାଡ ତଳ କୂଅଁକୁ ଜଳ ସଂଗ୍ରହ ପାଇଁ ଯାଇଥାନ୍ତି । ସେଠାରେ ଜଳ ଶେଷ ହୋଇଗଲେ ପୁଣି ୫କିମି ଦୂର ଏକ ଝର ନିକଟକୁ ଜଳ ସଂଗ୍ରହ ପାଇଁ ଯାଉଛନ୍ତି । ବଡି ଭୋରରୁ ପାଣି ପାଇଁ ଗଲେ ପାଣି ପିଇବାକୁ ମିଳୁଛି । ସେତିରେ ବି ପାଣି ପାଇଁ ଗୋଣ୍ଡଗୋଳ ହେବାକୁ ପଡୁଛି ବୋଲି ଗ୍ରାମବାସୀ ଜଣାଇଛନ୍ତି । ଯାହାକୁ ନେଇ ଚରମ ନିଷ୍ପତି ଭାବେ ଭୋଟ ବର୍ଜନକୁ ବାଛି ନେଇଛନ୍ତି ଏମାନେ ।

ଗ୍ରାମରେ ପ୍ରଶାସନ ପହଞ୍ଚିନି ବୋଲି କହିବା ଭୁଲ ହେବ ସମସ୍ୟାର ସମାଧାନ ପାଇଁ । ଗ୍ରାମରେ ଏକାଧିକ ନଳକୂପ, କୂଅଁ ଓ ଗ୍ରାଭିଟି ଓ୍ବାଟର ପ୍ରକଳ୍ପ ନିର୍ମାଣ ହୋଇଛି କିନ୍ତୁ ପାଣି ନଥିବାରୁ ଗୋଟିଏ ବି ପ୍ରକଳ୍ପ ଗ୍ରାମବାସୀଙ୍କ ଜଳ ସମସ୍ୟା ସମାଧାନ କରିପାରୁନାହିଁ ।

ତେବେ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିବାରୁ ନେତା, ନିର୍ବାଚିତ ପ୍ରତିନିଧି, ସରକାର, ପ୍ରସାଶନ ମଧ୍ୟ ଲାଚାର । ତେବେ ଦେଖିବାକୁ ବାକି ରହିଲା ଏହି ସମସ୍ୟା କେବେ ସମାଧାନ ହେଉଛି ।