ମାଟି ତଳୁ ଉଦ୍ଧାର ହେଲା ଏକ ଏଭଳି ମମି ଯାହା ବିଷୟରେ ବୈଜ୍ଞାନିକମାନେ ଦେଲେ ସାଂଘାତିକ ସୂଚନା

ବିଭିନ୍ନ ସ୍ୱତନ୍ତ୍ରତା ଥିବା ଗାଁ ବିଷୟରେ ତ ସମସ୍ତେ ଶୁଣିଥିବେ କିନ୍ତୁ ଆଜି ଆମେ ଏକ ଏଭଳି ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆଜି କାଲି ନୁହେଁ କାହିଁ କେଉଁ ଆଦିମ ଯୁଗରୁ ବାସ କରୁଛନ୍ତି କମ୍‌ ଉଚ୍ଚତା ବିଶିଷ୍ଟ ଲୋକ। ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ଗାଁରେ ବାମନମାନେ ବାସ କରୁଥିବା ନେଇ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ସୂଚନା ମିଳିଛି।

iranଇରାନ୍‌ସ୍ଥିତ ଏହି ଗାଁର ନାଁ ହେଉଛି ମାଖୁନିକ। ଇରାନ୍‌-ଆଫଗାନିସ୍ତାନ ସୀମାଠାରୁ ଏହି ଗାଁର ଦୂରତା ପ୍ରାୟ ୭୫ କିଲୋମିଟର। ଆଜି ବି ଏହି ଗାଁରେ ଗେଡ଼ା ଲୋକମାନେ ହିଁ ବାସ କରୁଛନ୍ତି। ବର୍ତ୍ତମାନ ଇରାନ୍‌ର ବାସିନ୍ଦାଙ୍କ ସାଧାରଣ ଉଚ୍ଚତା ଯେତିକି ଏଠାକାରୁ ଲୋକଙ୍କ ଉଚ୍ଚତା ତା’ଠାରୁ ୫୦ ସେଣ୍ଟିମିଟର କମ୍‌।

Related image୨୦୦୫ ମସିହାରେ ମାଟି ଖୋଳିବା ବେଳେ ଏହି ଗାଁରୁ ଏକ ମମି ଉଦ୍ଧାର ହୋଇଥିଲା, ଯାହାର ଉଚ୍ଚତା ଥିଲା ମାତ୍ର ୨୫ ସେଣ୍ଟିମିଟର। ଏହି ମମି ଉଦ୍ଧାର ହେବା ପରେ ଏଠାରେ ପୂର୍ବରୁ ହିଁ କମ୍‌ ଉଚ୍ଚତାଯୁକ୍ତ ଲୋକ ବାସ କରୁଥିବା ନେଇ ସୂଚନା ମିଳିଛି। ତେବେ ଏହି ମମି ୪୦୦ ବର୍ଷ ତଳର କୌଣସି ଛୋଟ ଛୁଆର ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।

ତେବେ ବାମନଙ୍କର ଏହି ଗାଁ ସହରୀ ଢାଞ୍ଚାଠାରୁ ବହୁତ ଦୂର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଏଠାକୁ ଯିବା ଆସିବା କରିବାକୁ ଭଲ ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ଏଠାକାର ନୁଆଁଣିଆ କମ୍‌ ଉଚ୍ଚା ଘର ହିଁ ଗାଁର ଲୋକ ଗେଡ଼ା ଥିବା ପ୍ରମାଣିତ କରୁଛି। ତେବେ ଏଠାରେ ଜୀବନ ନିର୍ବାହ କରିବା ପାଇଁ କୌଣସି ସୁବନ୍ଦୋବସ୍ତ ନଥିବାରୁ ଗାଁର ଲୋକେ ଇରାନ୍‌ ଆସି କାମ କରି ଚଳୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.