ସ୍ପେଶାଲ

ନିଆଁରେ ଜଳିଗଲା ପୂରା ଘର, କିନ୍ତୁ ବଞ୍ଚିଗଲା ପୋଷା ବିଲେଇର ଜୀବନ! ଛାତିରେ ଚାପିଧରି ଖୁବ୍‌ କାନ୍ଦିଲେ ବୃଦ୍ଧ; ଦେଖନ୍ତୁ ଇମୋଶନାଲ ଭିଡିଓ

କୁକୁର ଓ ବିଲେଇ ଦୁଇଟି ଏମିତି ପ୍ରାଣୀ, ଯାହାଙ୍କୁ ଲୋକମାନେ ନିଜ ଘରେ ଅଧିକ ପାଳି ଥାଆନ୍ତି। ଏହି ଦୁଇ ପ୍ରାଣୀଙ୍କ ସହିତ ଲୋକଙ୍କ ଆସକ୍ତି ନିଜ ପିଲାମାନଙ୍କ ଭଳି ହୋଇଥାଏ। ବିଲେଇମାନେ ବହୁତ କ୍ୟୁଟ୍‌ ହୋଇ ଥାଆନ୍ତି। ଲୋକମାନେ ସେମାନଙ୍କୁ ବିଲେଇ ମାଉସୀ ବୋଲି ଡାକନ୍ତି। ବିଲେଇଙ୍କ ଛୁଆମାନେ ଏତେ ସୁନ୍ଦର ହୋଇ ଥାଆନ୍ତି ଯେ ଘରର ଛୋଟ ପିଲାମାନେ ମଧ୍ୟ ବିନା ଭୟରେ ସେମାନଙ୍କ ସହିତ ଖେଳନ୍ତି।

ବିଲେଇକୁ ଦେଖି ଭାବପ୍ରବଣ ହୋଇଗଲେ ବୃଦ୍ଧ

ଘରେ ଏକାଠି ରହିବା ବେଳେ ଆମେ ଅନେକ ଥର ଏହି ପ୍ରାଣୀମାନଙ୍କ ପ୍ରେମରେ ପଡ଼ିଯାଉ। ସେମାନଙ୍କୁ ଏତେ ମାତ୍ରାରେ ଭଲପାଇ ବସୁ ଯେ ସେମାନଙ୍କଠାରୁ ଅଲଗା ହେବା ପରେ ଆମ ଆଖିରୁ ଆପେ ଲୁହ ବାହାରି ଆସେ। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ନିଜ ପୋଷା ବିଲେଇକୁ ଛାତିରେ ଆଲିଙ୍ଗନ କରି ଖୁବ୍‌ କାନ୍ଦୁଥିବାର ଦେଖିବାକୁ ମିଳିଛି। ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ ମଧ୍ୟ ବହୁତ ଭାବପ୍ରବଣ ହୋଇ ଯିବେ। ଇମୋଶନାଲ ହୋଇ ଯିବେ।

କହି ରଖୁଛୁ ଯେ ଭିଡିଓରେ ଦେଖା ଯାଉଥିବା ବୃଦ୍ଧଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ତାଙ୍କ ଘର ପୂରା ଜଳି ପାଉଁଶ ହୋଇ ଯାଇଥିଲା। ବୃଦ୍ଧଙ୍କୁ ଲାଗିଥିଲା କି, ତାଙ୍କ ପୋଷା ବିଲେଇ ମଧ୍ୟ ଜଳି ଯାଇଥିବ। ହେଲେ ଯେତେବେଳେ ସେ ନିଜ ବିଲେଇକୁ ଦେଖିଲେ, ତ ବହୁତ ଭାବପ୍ରବଣ ହୋଇ ଯାଇଥିଲେ ଏବଂ ତାକୁ ଛାତିରେ ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଥିଲେ। ଭିଡିଓରେ ଆପଣଙ୍କୁ ବୃଦ୍ଧଙ୍କର ଜଳି ଯାଇଥିବା ଘର ବି ଦେଖିବାକୁ ମିଳି ପାରିବ।

ଘର ଜଳିବାର ଦୁଃଖ ନ ଥିଲା

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୃଦ୍ଧଙ୍କୁ ନିଜ ଘର ଜଳିଯିବାର ଦୁଃଖ ନ ଥିଲା, କାହିଁକି ନା, ତାଙ୍କ ପୋଷା ବିଲେଇର ଜୀବନ ରକ୍ଷା ପାଇ ଯାଇଛି। ଭିଡିଓରେ ଆପଣ ଦେଖି ପାରିବେ ଯେ ବୃଦ୍ଧ ଜଣକ ନିଜ ବିଲେଇକୁ ଦେଖି ଏତେ ଭାବପ୍ରବଣ ହୋଇ ଯାଇଥିଲେ କି, ତାଙ୍କ ଆଖିରୁ ଲୁହ ବାହାରି ପଡ଼ିଥିଲା। ସେ ବିଲେଇକୁ ନିଜ ଛାତିରେ ଜାବୁଡ଼ି ଧରିଛନ୍ତି, ଯେମିତି ଜଣେ ମା’ ନିଜ ଛୁଆକୁ ଛାତିରେ ଧରିଥାଏ।

ବୃଦ୍ଧ ଜଣକ ବାରମ୍ବାର ବିଲେଇକୁ ନିଜ ଛାତିରେ ଧରି କାନ୍ଦୁଥିବାର ନଜର ଆସୁଛନ୍ତି। ଏହା ବ୍ୟତୀତ ଆପଣଙ୍କୁ ଭିଡିଓରେ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଦେଖିବାକୁ ମିଳି ପାରିବେ, ଯେଉଁମାନେ ନିଆଁ ଲିଭାଉଛନ୍ତି। ୪୪ ସେକେଣ୍ଡର ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ବୃଦ୍ଧଙ୍କର ପୂରା ଘର ଜଳି ଯାଇଛି, କିନ୍ତୁ ସେ ନିଜ ପୋଷା ବିଲେଇକୁ ଜୀବନ୍ତ ଦେଖି ଖୁସିରେ କାନ୍ଦି ପକାଉଛନ୍ତି’।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

24 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

39 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

54 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago