ମନଯୋଗ ଦେଇ ରୋଷେଇ କରୁଥିଲେ ମହିଳା, ହଠାତ୍‌ କେଶରେ ଲାଗିଗଲା ନିଅାଁ; ଅଥଚ ଜାଣି ନ ପାରି ଦୀର୍ଘ ସମୟ ଯାଏ ଥିଲେ କାର୍ଯ୍ୟ ବ୍ୟସ୍ତ

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ରୋଷେଇ କରୁଥିବା ବେଳେ ହଠାତ୍‌ ତାଙ୍କ କେଶରେ ନିଅାଁ ଲାଗି ଯାଉଛି। ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ଅଘଟଣ ଘଟୁଥିଲେ ମଧ୍ୟ ମହିଳା ଜଣକ ସାମାନ୍ୟ ବି ଆଭାସ ପାଇ ପାରି ନ ଥିଲେ। ଏହାର ଦୀର୍ଘ ସମୟ ପରେ ତାଙ୍କୁ ଜଣାପଡ଼ିଥିଲା କି, ତାଙ୍କ କେଶ ଜଳୁଛି। ଏହାପରେ ସେ ସଙ୍କେ ସଙ୍ଗେ ନିଅାଁ ଲିଭାଇବାରେ ଲାଗି ପଡ଼ିଥିଲେ।

ଭିଡିଓରେ ଦେଖାଯାଇ ପାରିବ କି, ଜଣେ ମହିଳା ମନଧ୍ୟାନ ଦେଇ ରୋଷେଇ ଘରେ ରୋଷେଇ କରୁଛନ୍ତି। ଏହି ସମୟରେ ସେ ଗ୍ୟାସ ଚୁଲା ତଳେ ଥିବା ଡୋର୍‌ରୁ କିଛି ଜିନିଷ ଆଣୁଛନ୍ତି ଏବଂ ରଖୁଛନ୍ତି। ଏହାପରେ ମହିଳାଙ୍କ ସହିତ ଯାହା କିଛି ଘଟୁଛି, ତାହା ବହୁତ ଆଶ୍ଚର୍ଯ୍ୟଜନକ ରହିଛି। ମହିଳା ଜଣକ ଯେମିତି ହିଁ ଜିନିଷ ଧରି ଉଠୁଛନ୍ତି, ତ ତାଙ୍କ କେଶରେ ନିଅାଁ ଲାଗି ଯାଉଛି। ଅନେକ ସମୟ ଧରି ସେ ଜାଣି ବି ପାରି ନ ଥିଲେ କି, ତାଙ୍କ କେଶ ଜଳୁଛି।

ଭିଡିଓ ଦେଖିଲେ ଲାଗୁଛି, ମହିଳାଙ୍କ କେଶ ଘନ ଥିବାରୁ ବୋଧହୁଏ ସେ ଜାଣିପାରି ନ ଥିଲେ। ନିଅାଁ ଲାଗିଥିବା ସତ୍ତ୍ୱେ ସେ ରୋଷେଇ ଘରେ କାମରେ ବ୍ୟସ୍ତ ଥିଲେ। ଦୀର୍ଘ ସମୟ ପରେ ଯେତେବେଳେ ତାଙ୍କୁ ଗରମ ଅନୁଭବ ହୋଇଥିଲା, ତ ସେ ସଙ୍ଗେ ସଙ୍ଗେ ନିଜ ହାତରେ ନିଅାଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓକୁ @CrazyFunnyVidzz ନାମକ ଟ୍ଵିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।