ବିଶ୍ୱର କିଛି ଏପରି ଅଜବ ଘଟଣା ଯାହା ଆଜିବି ସମସ୍ତଙ୍କ ପାଇଁ ହୋଇ ରହିଛି ରହସ୍ୟ, ବୈଜ୍ଞାନିକମାନେ ମଧ୍ୟ ପାଉନାହାନ୍ତି ସନ୍ଧାନ

ବିଶ୍ଵରେ ଏପରି ଅନେକ ଅବୁଝା ରହସ୍ୟ ରହିଛି ଯାହାକୁ ଆଜିପର୍ଯ୍ୟନ୍ତ କେହିବି ବୁଝିପାରିନାହାନ୍ତି । ବୈଜ୍ଞାନିକମନେ ଏହିଭଳି ରହସ୍ୟ ଉପରୁ ପରଦା ଉଠାଇବାକୁ ଅନେକ ବର୍ଷ ଧରି ଚେଷ୍ଟା କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ରହସ୍ୟ ହୋଇ ରହିଯାଇଛି । ଆସନ୍ତୁ ଜାଣିବା ସେପରି କିଛି ଘଟଣା ବିଷୟରେ ।

ଦ ଡ୍ୟାନ୍ସିଂ ପ୍ଲେଗ ଅଫ ୧୫୧୮

୧୫୧୮ ମସିହାର କଥା । ଗ୍ରୀଷ୍ମଋତୁରେ ଷ୍ଟ୍ରାସବର୍ଗ ସହରରେ ଅଚାନକ ଜଣେ ମହିଳା ରାସ୍ତା ଉପରେ ନାଚିବାକୁ ଲାଗିଲେ । ରାତିଦିନ ସେ ରାସ୍ତା ଉପରେ ଲଗାତାର ଭାବେ ନାଚୁଥିଲେ । ଏହାପରେ ଏକ ସପ୍ତାହ ମଧ୍ୟରେ ତାଙ୍କ ସହ ଅନ୍ୟ ୩୪ ଜଣ ମହିଳା ମଧ୍ୟ ନାଚିବା ଆରମ୍ଭ କରିଦେଇଥିଲେ । ଏହାଦେଖି ଲୋକମାନଙ୍କୁ ଲାଗିଲା ଯେ ସେମାନଙ୍କ ମଧ୍ୟରେ କୌଣସି ଏକ ଆତ୍ମା ବାସ କରୁଛି । କାରଣ ସେତେବେଳେ ନା ହି କୌଣସି ପର୍ବ ଥିଲା ନା କିଛି ଉତ୍ସବ କିନ୍ତୁ ମହିଳା ମାନେ ଅହରହ ରାସ୍ତାରେ ନାଚିବାରେ ବ୍ୟସ୍ତଥିଲେ । ଧୀରେ ଧୀରେ ଏକ ମାସ ମଧ୍ୟରେ ମହିଳା ମାନଙ୍କ ସଂଖ୍ୟା ୪୦୦ରେ ପହଂଚିଗଲା । ନାଚି ନାଚି ଅନେକ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ସେଥିରୁ କିଛି ମହିଳାଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ଧାର୍ମିକ ପୁରୋହିତଠୁ ନେଇ ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଡକାଗଲା କିନ୍ତୁ ଏହାର କାରଣ ଜଣାପଡିଲା ନାହିଁ । କିଛି ଲୋକ ଏହାକୁ ସାମୁହିକ ମାନସିକ ରୋଗ ବୋଲି ମଧ୍ୟ କହିଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ ଏହାର ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ । ଯାହା ଆଜିବି ଏକ ରହସ୍ୟ ହୋଇ ରହିଛି ।

ଦ ଏସ ଏସ ଔରଙ୍ଗ ମେଡାନ

୧୯୪୭ ମସିହା ଜୁନ ମାସ । ମଲକ୍କା ଖାଡ଼ିରୁ ବାଣିଜ୍ୟ ଉଦ୍ଦେଶ୍ୟରେ ଅନେକ ଜାହାଜ ଯାତାୟାତ କରୁଥିଲେ । ଏହା ମଧ୍ୟରେ ଏସଓଏସରୁ ଏକ ବାର୍ତ୍ତା ଆସିଥିଲା ଯେ ଔରଙ୍ଗ ମେଡାନ ନାମକ ଏକ ଜାହାଜରେ ସମସ୍ତ ଗୃପ ମେମ୍ବରସ ମାନଙ୍କର ମୃତ୍ୟୁ ହୋଇଛି । ପାଖରେ ଥିବା ଏକ ବ୍ୟବସାୟୀ ଜାହାଜ ଦ ସିଲଭର ଷ୍ଟାର ସିଗ୍ନାଲ ସୋର୍ସ ଦ୍ୱାରା ସେହି ଜାହାଜ ପାଖରେ ପହଞ୍ଚିଥିଲା । ଯେତେବେଳେ ସେହି ଔରଙ୍ଗ ମେଡାନ ଭିତରକୁ ଲୋକ ଆସିଲେ ଭିତରର ଦୃଶ୍ୟ ଦେଖି ସମସ୍ତେ ସ୍ତବ୍ଧ ହୋଇ ରହିଯାଇଥିଲେ । କାରଣ ସେଠାରେ ଥିବା ସମସ୍ତ କୃ ମେମ୍ବରସ ମାନଙ୍କର ମୃତ୍ୟୁ ହୋଇସାରିଥିଲା । ଶବ ଗୁଡିକ ଏଣେତେଣେ ବିଛାଡ଼ି ହୋଇ ପଡିଥିଲା । କିଛି ଲୋକଙ୍କର ଆଖି ଖୋଲା ମଧ୍ୟ ରହିଯାଇଥିଲା । କେବଳ ସେତିକି ନୁହେଁ ସେହି ଜାହାଜରେ ଥିବା ଏକ କୁକୁରର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ବଏଲର ରୁମରେ ଶବ ଗୁଡିକର ନିକଟକୁ ଗଲାପରେ ଶରୀର ବହୁତ ଥଣ୍ଡା ହୋଇଯାଉଥିଲା । ଯେତେବେଳେକି ତାପମାତ୍ରା ୧୧୦ ଡିଗ୍ରୀ ଥିଲା । ମରିଯାଇଥିବା ଲୋକଙ୍କ ଶରୀରରେ କୌଣସିବି କ୍ଷତ ଚିହ୍ନ ନଥିଲା । ଏହାପରେ ଦ ସିଲଭର ଷ୍ଟାରର ସଦସ୍ୟ ମାନେ ନିଜ ଜାହାଜରେ ସେଠାରୁ ଫେରି ଆସିଥିଲେ । କୁହାଯାଏ ଯେ ଔରଙ୍ଗ ମେଡାନରେ ଏହି ଧମାକା ହେବା ପୂର୍ବରୁ ଦ ସିଲଭର ଷ୍ଟାର ନିରାପଦରେ ଆସି ପହଂଚି ସାରିଥିଲା ସେଥିପାଇଁ ଘଟଣାଟି ବହୁତ ଆଶ୍ଚର୍ଯ୍ୟକର ଥିଲା । କିଛିଲୋକ ଏହାକୁ ପ୍ରାକୃତିକ ଗ୍ୟାସ ବାଦଲରେ ମିଶି ଯାଇଥିବାର କାରଣ ବତାଇଥିଲେ ମଧ୍ୟ କିଛି ଲୋକ ଏହା ପଛରେ ସୁପର ନ୍ୟାଚୁରାଲ ପାୱାର ରହିଛି ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ରହସ୍ୟ ହୋଇ ରହିଛି ।

ଡେଥ ଭ୍ୟାଲି, କାଲିଫର୍ଣ୍ଣିଆ

କାଲିଫର୍ଣ୍ଣିଆର ଡେଥ ଭ୍ୟାଲିରେ ବହୁତ ଗୁଡ଼ାଏ ବଡ଼ ବଡ ପଥର ରହିଛି । ଏହି ମରୁସ୍ଥଳରେ ରହିଥିବା ବଡ଼ ବଡ଼ ଆକାରର ପଥର ଆପେ ଆପେ ସ୍ଥାନାନ୍ତରିତ ହୋଇଥାଏ । ଏହି ପଥରକୁ କେହିବି ଘୁଞ୍ଚାଇ ନଥାଏ କିନ୍ତୁ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆପେ ଆପେ ଚାଲିଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ କେହିବି ନିଜ ଆଖିରେ ଦେଖି ପାରିନାହାନ୍ତି ।

ଏହାସହ ପଢନ୍ତୁ ଏପରି ଏକ ସ୍ଥାନ ଯେଉଁଠି ପ୍ରତି ମିନିଟରେ ୨୮ ଥର ହୋଇଥାଏ ବଜ୍ରପାତ, ବୈଜ୍ଞାନିକମାନେ ମଧ୍ୟ ବୁଝିପାରିଲେନି ରହସ୍ୟ

ନାଜକା ମରୁଭୂମି, ଦକ୍ଷିଣୀ ପେରୁ

 

Related image

ପେରୁରେ ଅବସ୍ଥିତ ଏହି ମରୁଭୂମିରେ ଅନେକ ଅଜୀବ ଆକୃତି ତିଆରି ହୋଇଛି ଯାହାକୁ ଦେଖିଲା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ମଧ୍ୟରେ କିଛି ଆକୃତି ମଣିଷ, ବୃକ୍ଷଲତା, ଏବଂ ପଶୁମାନଙ୍କର ମଧ୍ୟ ଆକୃତି ରହିଛି । କେବଳ ସେତିକି ନୁହେଁ ଏହି ମରୁଭୂମିରେ ପୂର୍ବଦିଗରୁ ପାଖାପାଖି ୫୦୦ ବର୍ଗକିଲୋମିଟର ଧରି ସିଧା ସିଧା ରେଖା ଗୁଡିକ ମଧ୍ୟ ରହିଛି । କୁହାଯାଏ ଯେ ଅନ୍ୟ ଗ୍ରହରୁ ଆସିଥିବା ଯୁଏଫଓ ଏହି ସ୍ଥାନରେ ଓହ୍ଲାଇଥିଲେ । ଯେଉଁକାରଣରୁ ସେମାନେ ଏହିସବୁ ସଂରଚନା ପ୍ରସ୍ତୁତ କରିଥିଲେ ।