ସ୍ପେଶାଲ

କେବେ ଲେଖା ଯାଇଥିଲା ଦୁନିଆର ପ୍ରଥମ ଚିଠି, ଜାଣନ୍ତୁ ଏହାର ଇତିହାସ

ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ, ଚିଠିର ଧାରା ପ୍ରାୟ ଅବହେଳିତ ହୋଇପଡିଛି, ଯଦିଓ ପୂର୍ବ ସମୟରେ ଲୋକମାନେ କେବଳ ଚିଠି ମାଧ୍ୟମରେ ହିଁ ପରସ୍ପରର ଅବସ୍ଥା ବିଷୟରେ ଜାଣି ପାରୁଥିଲେ । ପୂର୍ବ ଯୋଗରେ ଲୋକମାନେ ପରସ୍ପରକୁ ସୂଚନା ଦେବା ତଥା ଯୋଗାଯୋଗ କରିବା ପାଇଁ ଚିଠି ଏକମାତ୍ର ଆଧାର ଥିଲା, ଯାହାକି ବେଳେବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିବା ପାଇଁ ସପ୍ତାହ କିମ୍ବା ବର୍ଷ ବର୍ଷ ସମୟ ନେଇଥାଏ ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଚିଠିର ସ୍ଥାନ ନେଇଯାଇଛି । ଆଜିକାଲି ଚିଠି ଲେଖା ବହୁତ ମାତ୍ରାରେ କମିଗଲାଣି । ଏଭଳି ପରିସ୍ଥିତିରେ, ଆପଣ କେବେ ଚିନ୍ତା କରିଛନ୍ତି କି ଦୁନିଆରେ ପ୍ରଥମ ଥର ପାଇଁ ଏକ ଚିଠି କେବେ ଲେଖା ହୋଇଥିଲା? ଯଦି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କେବେ ଲେଖା ହୋଇଥିଲା ଦୁନିଆର ପ୍ରଥମ ଚିଠି ।

ଆପଣଙ୍କୁ କହି ରଖୁଛୁ ଯେ ଦୁନିଆରେ ପ୍ରଥମ ଥର ପାଇଁ ଚିଠି ଲେଖିବାର କୌଣସି ଲିଖିତ ପ୍ରମାଣ ନାହିଁ, କିନ୍ତୁ ପ୍ରାଚୀନ ଐତିହାସିକ ହେଲେନିକସଙ୍କ ଅନୁଯାୟୀ ବିଶ୍ୱର ପ୍ରଥମ ଚିଠି ଖ୍ରୀଷ୍ଟପୂର୍ବ ୫୦୦ ମସିହାରେ ଲେଖାଯାଇଥିଲା । ଯାହାକୁ ପାରସ୍ୟ ରାଣୀ ଆଟୋନିସା ପଠାଇଥିଲେ । ଆଟୋନିସା ମାତ୍ର ୨୮ ବର୍ଷ ବୟସରେ ରାଣୀ ହୋଇଥିଲେ । ସେ ପ୍ରଥମ ଥର ପାଇଁ ଚିଠି ପଠାଇବା ପରେ, ବାର୍ତ୍ତା ପଠାଇବାର ଏହି ପଦ୍ଧତିର ଲୋକପ୍ରିୟତା ବହୁତ ମାତ୍ରାରେ ବୃଦ୍ଧି ପାଇଲା ।

ଏହା ପରେ, ଲୋକମାନେ ମଧ୍ୟ ରାଣୀଙ୍କୁ ଅନୁସରଣ କରି ବାର୍ତ୍ତା ପଠାଇବା ପାଇଁ ସାକ୍ଷର ମଧ୍ୟ ହେବାକୁ ଚାହୁଁଥିଲେ । ହଜାର ହଜାର ବର୍ଷ ଧରି ଚିଠିଗୁଡ଼ିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ଯଦିଓ ଏବେ ସୋସିଆଲ ମିଡ଼ିଆ ଚିଠିର ସ୍ଥାନ ନେଇଯାଇଛି ତଥାପି ହାତ ଲେଖା ଚିଠିର ସବୁବେଳେ ହୃଦୟର ନିକଟବର୍ତ୍ତୀ ହୋଇ ରହିବ ।

Srujanika Panda

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago