ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ଫ୍ଲାଇଂ ବିଷ୍ଟ’: ଦୁନିଆର ସବୁଠାରୁ ସୁରକ୍ଷିତ ଏବଂ ଶକ୍ତିଶାଳୀ ହେଲିକ୍ଟାପର
ଆମେରିକା ରାଷ୍ଟ୍ର ଡୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିୟାଙ୍କ ସହିତ ଦୁଇ ଦିନିଆ ଭାରତ ଗସ୍ତକୁ ନେଇ ସମଗ୍ର ଦେଶବାସୀ ଉତ୍ସାହିତ ରହିଛନ୍ତନ୍ତି। ଟ୍ରମ୍ପ ୨୪ ତାରିଖରେ ଅହମଦାବାଦରେ ପହଞ୍ଚିବେ। ସେଠାରେ ରୋଡ ଶୋ କରି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେବ। ପରେ ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ କରିବା ପୂର୍ବରୁ ଆମେରିକାର ସିକ୍ରେଟ ସର୍ଭିସ ଏଜେଣ୍ଟ ଆସିସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ଯାଞ୍ଚ କରନ୍ତି।
ଟ୍ରମ୍ପଙ୍କ ଅହମଦାବାଦ ଯାତ୍ରା ପୂର୍ବରୁ ରାଷ୍ଟ୍ରପତିଙ୍କ ଅଫିସିଆଲ ହେଲିକାପ୍ଟର ‘ମରୀନ ଓ୍ଵାନ’ ଭାରତ ଆସିସାରିଛି। ମୋଟେରା ଷ୍ଟାଡିୟମରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏୟାରପୋର୍ଟ ଯିବା ପାଇଁ ଟ୍ରମ୍ପ ଏହି ହେଲିକାପ୍ଟର ବ୍ୟବହାର କରିବେ। ଟ୍ରମ୍ପ ଏୟାରଫୋର୍ସ ଓ୍ଵାନ ବିମାନରୁ ବାହାରିବା ପରେ କୌଣସି ୧୦ କିମି ବାଟ ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେଲେ ‘ମରୀନ ଓ୍ଵାନ’ ବ୍ୟବହାର କରନ୍ତି ।
ମରୀନ ଓ୍ଵାନ ଏପରି ଏକ ଶକ୍ତିଶାଳୀ ଏବଂ ସୁରକ୍ଷିତ ବିମାନ ଯାହା Sikorsky VH-3D Sea King ଏବଂ VH-60N White Hawk ସହିତ ସମାନ। ମରୀନ ଓ୍ଵାନ ହେଲିକାପ୍ଟରରେ ହିଟ୍ ସିକିଙ୍କ ମିସାଇଲକୁ ଧ୍ୱଂସ କରି ଦେବା ଭଳି କ୍ଷମତା ରହିଛି। ଏହି ହେଲିକାପ୍ଟରରେ ରାଷ୍ଟ୍ରପତିଙ୍କ ବ୍ୟତୀତ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ମଧ୍ୟରୁ କେତେକ ସଦସ୍ୟ ମଧ୍ୟ ରହିଥାନ୍ତି।
ମରୀନ ଓ୍ଵାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ସମୟରେ ଏହାସହିତ ଆଉ ଦୁଇଟି ମରୀନ ଓ୍ଵାନ ଭଳି ଦେଖାଯାଉଥିବା ହେଲିକାପ୍ଟର ସାମିଲ ରହିଥାଏ। କିନ୍ତୁ ରାଷ୍ଟ୍ରପତି କେଉଁ ହେଲିକାପ୍ଟରରେ ବସିଛନ୍ତି, ତାହା କେବଳ କିଛି ଲୋକ ଜାଣିଥାନ୍ତି।