ଗଛ ପ୍ରେମରେ ପଡିଲେ ଯୁବତୀ! ଭାଇରାଲ ହେଉଛି ଭିଡିଓ
କୁହାଯାଏ ‘ପ୍ରେମ ଅନ୍ଧ’ । ପ୍ରେମରେ ଥିବା ବ୍ୟକ୍ତି ଭଲ ମନ୍ଦ କିଛି ବୁଝିପାରନ୍ତି ନାହିଁ । କିନ୍ତୁ କଣ କେହି ପ୍ରେମରେ ଅନ୍ଧ ହୋଇ ଏକ ଗଛକୁ ଭଲପାଇପାରିବ! ତେବେ ନିକଟରେ ଆଇଭି ବ୍ଲୁମ୍ ନାମକ ଜଣେ ଆମେରିକୀୟ ଝିଅ ଦାବି କରିଛନ୍ତି ଯେ ସେ ଏକ ଗଛକୁ ଭଲ ପାଉଛନ୍ତି । ଯେତେବେଳେ ସେ ଏହି ଗଛକୁ ଦେଖନ୍ତି, ‘ତେବେ ତାଙ୍କୁ କିଛି କିଛି ଅନୁଭବ ହୋଇଥାଏ’ । ଆଇଭି ତାଙ୍କର ଏହି ଅନନ୍ୟ ଅନୁଭୂତି ବିଷୟରେ ବ୍ଲଗ୍ ମଧ୍ୟ କରୁଛନ୍ତି, ଯେଉଁଥିରେ ସେ ଗଛକୁ ଚୁମ୍ବନ, ଆଲିଙ୍ଗନ କରିବା ସହ ଏକ ଡେଟରେ ଯାଉଥିବାର ଦେଖିବାକୁ ମିଳିଛି ।
ତଥାପି, ଯିଏ ଏହି ଅନନ୍ୟ ପ୍ରେମ କାହାଣୀ ବିଷୟରେ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଏ । ୟୁଟ୍ୟୁବରେ ପ୍ରାୟ ସାଢେ ପାଞ୍ଚ ଲକ୍ଷ ଲୋକ ଆଇଭିଙ୍କୁ ଫଲୋ କରନ୍ତି । ସେ ନିଜ ଚ୍ୟାନେଲରେ ଦୁଇଟି ଭିଡିଓ ସେୟାର କରି ଗଛ ଅର୍ଥାତ୍ ନିଜ ପ୍ରେମିକଙ୍କ ସହିତ ଯାଇଥିବା ଡେଟ୍ ବିଷୟରେ କହିଥିଲେ । ସେ କହିଛନ୍ତି ଯେ ସେ ଗତ ଦୁଇ ସପ୍ତାହ ଧରି ସେ ଏହି ଗଛକୁ ଡେଟ କରୁଥିଲେ । ଏକ ଭିଡିଓରେ, ଆଇଭି ନିଜେ ଗଛକୁ ନିଜ ଘରେ ସ୍ୱାଗତ କରୁଥିବା ଏବଂ ସ୍ନେହରେ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି ।
ଦ୍ୱିତୀୟ ଭିଡିଓରେ, ତାଙ୍କ ଅନନ୍ୟ ପ୍ରେମିକ ଅର୍ଥାତ ଗଛ ସହିତ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଥିବାର ଫଟୋଗୁଡ଼ିକର ଏକ ରିଲ୍ ମଧ୍ୟ ସେୟାର କରାଯାଇଛି । ଭିଡିଓରେ, ଆଇଭି ତାଙ୍କ ପ୍ରେମୀ ବୃକ୍ଷ ସହିତ ଲଙ୍ଗ୍ ଡ୍ରାଇଭ ଏବଂ ପାଣିରେ ଗେମ୍ସ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି । ଯେତେବେଳେ ସେ ଦାବି କରିଥିଲେ ଯେ ସେ ଗଛ ସହିତ ରୋମାଣ୍ଟିକ୍ ରିଲେସନସିପରେ ଅଛନ୍ତି ଏହି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଭିଡିଓରେ ତାଙ୍କୁ ସ୍ନେହପୂର୍ଣ୍ଣ ଭାବରେ ଗଛକୁ ଆଲିଙ୍ଗନ, ଯତ୍ନ ନେବା ଏବଂ ଚୁମ୍ବନ କରାଯାଉଥିବାର ମଧ୍ୟ ଦେଖାଯାଇଛି ।
ଯୁବତୀ ଜଣକ ତାଙ୍କ ପ୍ରେମିକ ଅର୍ଥାତ ଗଛକୁ ଇଣ୍ଟରନେଟ ପରିବାର ସହ ପରିଚିତ କରାଇ କହିଛନ୍ତି ଯେ ସେ ଗଛ ସହିତ ଏକ AI ସିଷ୍ଟମ ନିର୍ମାଣ କରିଛନ୍ତି, ଯାହା ମାଧ୍ୟମରେ ସେ ନିଜର ଭାବନାକୁ ପ୍ରକାଶ କରିଥାଏ । ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ କେହି ଜଣେ ଗଛକୁ ଭଲ ପାଉଥିବାର ସ୍ୱୀକାର କରିଛନ୍ତି । ଏହାପୂର୍ବରୁ କାନାଡାର ବ୍ରିଟିଶ କଲମ୍ବିଆର ଜଣେ ମହିଳା ମଧ୍ୟ ସମାନ ଦାବି କରି ନିଜକୁ ଇକୋସେକ୍ସୁଆଲ୍ ବୋଲି କହିଥିଲେ । ସେହିଭଳି ଜଣେ ୪୫ ବର୍ଷିୟା ସୋନିଆ ସେମୋନୋଭା କହିଛନ୍ତି ଯେ ସେ ଏକ ଗଛକୁ ପ୍ରେମ କରୁଛନ୍ତି । ପାଞ୍ଚ ସପ୍ତାହ ମର୍ଣ୍ଣି ୱାକ୍ ସମୟରେ ସେ ଗଛକୁ ଭଲ ପାଇବସିଥିଲେ ।