ନିଜ କର୍ମ ପାଇଁ ମନ୍ଦିରକୁ କ୍ଷମା ମାଗିବାକୁ ଆସିଥିଲା ଚୋର, କିନ୍ତୁ ହେଲା କିଛି ଏମିତି
ଚୋର ବି ମନ୍ଦିରକୁ ଆସି ଭଗବାନଙ୍କୁ ଆରାଧନା କରିଥାଏ ଏବଂ ଗୁହାରି କରି କ୍ଷମା ମଧ୍ୟ ମାଗିଥାଏ। ତାଙ୍କ ମନରେ ମଧ୍ୟ ଭଗବାନଙ୍କ ପାଇଁ ସ୍ଥାନ ରହିଥାଏ। ସେ ଭଗବାନଙ୍କ ପାଖକୁ ଆସି ସେ କରିଥିବ କର୍ମ ପାଇଁ ଭୁଲ ମାଗିଥାଏ କିନ୍ତୁ ଯଦି ଚୋରର ଶେଷ ଚୋର ଯଦି ଭଗବାନଙ୍କ ଦାନ ପାତ୍ର ଉପରେ ରହିଥାଏ ତେବେ ଆପଣ କଣ କହିବେ।
ଘଟଣାଟି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ସାରନୀରେ ଘଟିଛି। ଚୋରଟି ଭଗବାନଙ୍କ ପାଖକୁ ଆସି ନିଜର ପାପ ପାଇଁ କ୍ଷମା ମାଗିଲେ ଏବଂ ଏହାପରେ ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ଚୋରି କରିବା ପୂର୍ବରୁ ଚୋର ଭଗାବନଙ୍କ ନାମରେ ଏକ ଚିଠି ମଧ୍ୟ ଲେଖିଥିଲା।
ପରଦିନ ଯେତେବେଳେ ଶ୍ରଦ୍ଧାଳୁ ପୂଜା କରିବା ପାଇଁ ମନ୍ଦିରକୁ ଆସିଲେ ତେବେ ସେ ମନ୍ଦିରର ଦାନ ବାକ୍ସ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଚୋର ଛାଡିଥିବା ସେହି ଚିଠିକୁ ପାଇଲେ। ଲୋକମାନଙ୍କ କହିବାନୁଯାୟୀ ମନ୍ଦିରରେ ଥିବା ସେହି ଦାନ ବାକ୍ସକୁ ଗତ ପାଞ୍ଚ ବର୍ଷ ଯାଏଁ ଖୋଲା ହୋଇନଥିଲା।